Connect with us

ଆଞ୍ଚଳିକ

ଶିବରାତ୍ରୀ ପାଇଁ ଲିଙ୍ଗରାଜ ମନ୍ଦିରରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା

ସାଙ୍କେତିକ

ଶିବରାତ୍ରୀ ପାଇଁ ଲିଙ୍ଗରାଜ ମନ୍ଦିରରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା
ଭୁବନେଶ୍ୱର, ୦୧ ମାର୍ଚ୍ଚ – ଆସନ୍ତା ୪ ତାରିଖ ଜାଗର ଅମାବାସ୍ୟା ଦିନ ଶ୍ରୀ ଶ୍ରୀ ଲିଙ୍ଗରାଜ ମହାପ୍ରଭୁଙ୍କୁ ଶ୍ରଦ୍ଧାଳୁମାନେ ଶୃଙ୍ଖଳିତ ଭାବେ ଦର୍ଶନ କରିବା ପାଇଁ ମନ୍ଦିର ପ୍ରଶାସନ ଓ କମିଶନରେଟ୍ ପୋଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ପୋଲିସ କମିଶନର ସତ୍ୟଜିତ ମହାନ୍ତିଙ୍କ କହିବା ଅନୁଯାୟୀ, ସେଦିନ ମନ୍ଦିର ଭିଡ଼ ହେବାର ସମ୍ଭାବନା ଥିବାରୁ ୩୫ ପ୍ଲାଟୁନ ପୋଲିସ ମୁତୟନ କରାଯାଇଛି । ଏହାବ୍ୟତୀତ ଅଗ୍ନିଶମ ସେବା ସଂସ୍ଥା, ରେଡ଼କ୍ରସ, ଫାଷ୍ଟଏଡ୍ ବ୍ୟବସ୍ଥା କରାଯାଇଛି । ଅନ୍ୟପକ୍ଷରେ ବିଏମସି ପକ୍ଷରୁ ମଧ୍ୟ ଅନୁରୂପ ଭାବେ ପାନୀୟ ଜଳ, ସଫାସୁତୁରା ରଖିବାର ବ୍ୟବସ୍ଥା କରାଯାଇଛି ।

Click to comment

Leave a Reply

Your email address will not be published. Required fields are marked *

More in ଆଞ୍ଚଳିକ