Connect with us

ଆଞ୍ଚଳିକ

ଭୁବନେଶ୍ୱର ରେ ଭୟଙ୍କର ବାତ୍ୟା :- “ଉଡିଲା ପନିପରିବା ଓ ଆଳୁ ପିଆଜ’

ସାଙ୍କେତିକ ଚିତ୍ର

ଭୁବନେଶ୍ୱର ରେ ଭୟଙ୍କର ବାତ୍ୟା :- “ଉଡିଲା ପନିପରିବା ଓ ଆଳୁ ପିଆଜ’

ଭୁବନେଶ୍ୱର:- ବାତ୍ୟା ହଉ କି ନହଉ କିନ୍ତୁ ଭୁବନେଶ୍ୱର ର ସମସ୍ତ ଛୋଟ ବଡ ପନିପରିବା ହାଟ ଓ ଡାଲି ଚାଉଳ ଦୋକାନ ଗୁଡିକରେ ମଙ୍ଗଳବାର ରାତିରୁ ପ୍ରବଳ ବାତ୍ୟା ହୋଇସାରିଛି ,ଏହି ବାତ୍ୟା ଦ୍ୱାରା ପନିପରିବାଠୁ ନେଇ ଦୈନଦିନ ନିତ୍ୟବ୍ୟବହାର ସାମଗ୍ରୀ ଗୁଡିକ ଉଡି ଯାଇଛି l କଳାବଜାରୀ ଓ ମୁନାଫାଖୋର ବ୍ୟବସାୟୀ ମାନେ ହାତ ଚିକ୍କଣ କରି ଖିଲି ଖିଲି କରି ହସୁଛନ୍ତି l ପଚାରିଲେ କହୁଛନ୍ତି, ‘ଯା ହଉ ମାଙ୍କ ପୂଜା ଆରମ୍ଭ ହଉ ହଉ ପୂଜା ଖର୍ଚ ସହିତ ବୋନସ ବି ମିଳିଗଲା’ l ଏ ପରିସ୍ଥିତି ଦେଖି ଲାଗୁଛି ସବୁ ବୁଦ୍ଧିମାନ ଓ ଚାଲାକ ଲୋକ ଭୁବନେଶ୍ୱର ରେ ଅଛନ୍ତି l କିନ୍ତୁ ସେମାନେ ଜାଣି ପାରୁନାହାନ୍ତି କି ଏମାନେ ନିଜ ସ୍ୱାର୍ଥ ପାଇଁ କଳାବଜାରୀ ମାନଙ୍କୁ ପ୍ରହତ୍ସନ ଓ ନିଜକୁ ଅତ୍ୟନ୍ତ ଭୟାଳୁ ବୋଲି ସାବ୍ୟସ୍ତ କରୁଛନ୍ତି l
ମୁନାଫାଖୋର ବ୍ୟବସାୟୀ ମାନେ ପାକେଟ ସଫା କରିସାରିଲାପରେ ଏବେ ସରକାରଙ୍କ ରିଲିଫ ସାମଗ୍ରୀ କିପରି ହଡପ କରିବେ ସେହି ଚିନ୍ତାରେ ଅଛନ୍ତି l ସରକାର ଏଥିପ୍ରତି ସଜାଗ ରହିବାକୁ ଜନସାଧାରଣ ଅନୁରୋଧ କରୁଛନ୍ତି l

Click to comment

Leave a Reply

Your email address will not be published. Required fields are marked *

More in ଆଞ୍ଚଳିକ