କାଶ୍ମୀର ଉପରେ ମିଳିତ ଜାତିସଂଘର ମାନବାଧିକାର ରିପୋର୍ଟକୁ ଭାରତ କଲା ଖାରଜ
ନୂଆଦିଲ୍ଲୀ, ୦୮ ଜୁଲାଇ – ଜାମ୍ମୁ କାଶ୍ମୀର ବିଷୟରେ ମିଳିତ ଜାତିସଂଘ ମାନବାଧିକାର ହାଇକମିଶନର(ଆଇଏଚସିଏଚଆର)ର ରିପୋର୍ଟକୁ ଭାରତ ସମ୍ପୂର୍ଣ୍ଣ ମିଛ ବୋଲି କହିଛି । ସୋମବାର ଦିନ ଭାରତ କହିଛି ଯେ ଏହି ରିପୋର୍ଟରେ ବିଶ୍ୱର ସବୁଠାରୁ ବଡ଼ ଗଣତାନ୍ତ୍ରିକ ରାଷ୍ଟ୍ର ଭାରତ ଏବଂ ଆତଙ୍କବାଦର ପ୍ରାୟୋଜକ ପାକିସ୍ଥାନକୁ ଗୋଟିଏ ତରାଜୁରେ ମାପିବାକୁ ଚେଷ୍ଟା କରାଯାଇଛି । ଭାରତ ଆହୁରି କହିଛି ଯେ ଏହି ରିପୋର୍ଟ ସୀମାପାର ଆତଙ୍କବାଦର ମୁଖ୍ୟ ପ୍ରସଙ୍ଗକୁ ଅଣଦେଖା କରିଛି ତଥା ଭାରତର ସାର୍ବଭୌମତ୍ୱ ଏବଂ ଏକତାର ଉଲ୍ଲଂଘନ କରିଛି । ଭରତ ମିଳିତ ଜାତିସଂଘର ମାନବାଧିକାର ରିପୋର୍ଟ ଉପରେ ନିଜର ତୀବ୍ର ବିରୋଧ ପ୍ରକଟ କରିଛି ।
ଉଲ୍ଲେଖନୀୟ କି ଓଏଚସିଏଚଆର ମଇ ୨୦୧୮ରୁ ଅପ୍ରେଲ ୨୦୧୯ ମଧ୍ୟରେ ଜାମ୍ମୁ କାଶ୍ମୀରରେ ମାନବାଧିକାରର ସ୍ଥିତି ଉପରେ ନିଜର ଦ୍ୱିତୀୟ ରିପୋର୍ଟ ଜାରି କରିଥିଲା । ରିପୋର୍ଟରେ କୁହାଯାଇଥିଲା ଯେ ୧୨ ମାସ ମଧ୍ୟରେ ଜାମ୍ମୁ କାଶ୍ମୀରର ନାଗରିକଙ୍କ ମୃତାହତଙ୍କ ସଂଖ୍ୟା ପୂର୍ବ ଦଶନ୍ଧୀରେ ସର୍ବାଧିକ ଥିଲା । ରିପୋର୍ଟରେ ଆହୁରି କୁହାଯାଇଥିଲା ଯେ ଭାରତ ସରକାରଙ୍କ ପକ୍ଷରୁ କୌଣସି ମଜବୁତ ପଦକ୍ଷେପ ନିଆଯାଇ ନାହିଁ ।
ବିଦେଶ ମନ୍ତ୍ରାଳୟର ମୁଖପାତ୍ର ରବିଶ କୁମାର ଓଏଚସିଏଚଆରର ଏହି ରିପୋର୍ଟ ଉପରେ ତୀବ୍ର ପ୍ରତିକ୍ରିୟା ବ୍ୟକ୍ତ କରି କହିଛନ୍ତି ଯେ ଏହି ରିପୋର୍ଟରେ ଦୀର୍ଘଦିନ ହେଲା ପାକିସ୍ଥାନ ପ୍ରାୟୋଜିତ ଆତଙ୍କବାଦର ଅଣଦେଖା କରାଯାଇଛି । ବଡ଼ ଚିନ୍ତାଜନକ କଥା ଯେ ଏହି ରିପୋର୍ଟ ଆତଙ୍କବାଦକୁ ବୈଧତା ଦେଉଛି, ଯାହା ମିଳିତ ଜାତିସଂଘ ସୁରକ୍ଷା ପରିଷଦର ଆତଙ୍କବାଦ ବିରୋଧି ଆଭିମୁଖ୍ୟର ବିରୋଧି । ସେ ଆହୁରି କହିଛନ୍ତି ଯେ ଏହି ରିପୋର୍ଟରେ ଆତଙ୍କବାଦକୁ ସଠିକ୍ ଦର୍ଶାଯାଉଛି, ଅନ୍ୟ ପକ୍ଷରେ ମିଳିତ ଜାତିସଂଘର ଏକ ସଦସ୍ୟ ରାଷ୍ଟ୍ର ଭାରତକୁ ବିଭାଜନ କରିବା ପାଇଁ ଓକିଲାତି କରୁଛି ଯାହାକୁ ଭାରତ କଦାପି ସ୍ୱୀକାର କରିବ ନାହିଁ ।
ଦେଶ
କାଶ୍ମୀର ଉପରେ ମିଳିତ ଜାତିସଂଘର ମାନବାଧିକାର ରିପୋର୍ଟକୁ ଭାରତ କଲା ଖାରଜ
More in ଦେଶ
-
‘ପ୍ରଳୟ’ କ୍ଷପଣାସ୍ତ୍ରର ସଫଳ ପରୀକ୍ଷଣ 丨
‘ପ୍ରଳୟ’ କ୍ଷପଣାସ୍ତ୍ରର ସଫଳ ପରୀକ୍ଷଣ 丨 ଚାନ୍ଦିପୁର :- 22-12 -ଓଡିଶା ଉପକୂଳରେ ଅବସ୍ଥିତ ଅବଦୁଲ କାଲାମ ଦ୍ବୀପର...
-
ସଂସଦର ଶୀତକାଳୀନ ଅଧିବେଶନ ଦିନକ ପୂର୍ବରୁ ଶେଷ丨
ସଂସଦର ଶୀତକାଳୀନ ଅଧିବେଶନ ଦିନକ ପୂର୍ବରୁ ଶେଷ丨 ନୂଆଦିଲ୍ଲୀ :- 22-12-ନିର୍ଧାରିତ ସମୟ ପୂର୍ବରୁ ସଂସଦର ଶୀତକାଳୀନ ଅଧିବେଶନକୁ...
-
ଐଶ୍ବର୍ଯ୍ୟା ରାୟ ବଚନଙ୍କୁ ପାଞ୍ଚ ଘଣ୍ଟା ଧରି ଇଡିର ପଚରା ଉଚରା ।
ପାନାମା ପେପର ଲିକ୍ ମାମଲାରେ ବଲିଉଡ ଅଭିନେତ୍ରୀ ଐଶ୍ବର୍ଯ୍ୟା ରାୟ ବଚନଙ୍କୁ ପାଞ୍ଚ ଘଣ୍ଟା ଧରି ପଚରା ଉଚରା...
-
ନୂଆବର୍ଷରୁ କୋରନାର ତୃତୀୟ ଲହର ଆରମ୍ଭ ହୋଇପାରେ |
ନୂଆବର୍ଷରୁ କୋରନାର ତୃତୀୟ ଲହର ଆରମ୍ଭ ହୋଇପାରେ | ଭୁବନେଶ୍ୱର -: 19/12 – ଜନସାଧାରଣ ସତର୍କ ନରହିଲେ ନୂଆବର୍ଷରୁ...