Connect with us

ଦେଶ

ଐଶ୍ବର୍ଯ୍ୟା ରାୟ ବଚନଙ୍କୁ ପାଞ୍ଚ ଘଣ୍ଟା ଧରି ଇଡିର ପଚରା ଉଚରା ।

web

ପାନାମା ପେପର ଲିକ୍ ମାମଲାରେ ବଲିଉଡ ଅଭିନେତ୍ରୀ ଐଶ୍ବର୍ଯ୍ୟା ରାୟ ବଚନଙ୍କୁ ପାଞ୍ଚ ଘଣ୍ଟା ଧରି ପଚରା ଉଚରା କରିଛି ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ ।

ମୁମ୍ବାଇ :- 20/12 -ମନି ଲଣ୍ଡରିଂ ଆକ୍ଟ ୨୦୨୨ ଅନୁଯାୟୀ ଇଡି ଏକ ମାମଲା ରୁଜୁ କରି ବଲିଉଡ ଅଭିନେତ୍ରୀ ଐଶ୍ବର୍ଯ୍ୟା ରାୟ ବଚନଙ୍କୁ ପାଞ୍ଚ ଘଣ୍ଟା ଧରି ପଚରା ଉଚରା କରିଛି ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ । ମୁମ୍ବାଇ ଜାମନଗର ହାଉସ ସ୍ଥିତ ଇଡି କାର୍ଯ୍ୟାଳୟରେ ଐଶ୍ବର୍ଯ୍ୟା ରାୟ ବଚନଙ୍କୁ 2005 ରୁ 2008 ମଧ୍ୟରେ ହୋଇଥିବା ବ୍ୟାଙ୍କ ଆକାଉଣ୍ଟ ଓ ଆର୍ଥିକ ଉତ୍ସ ଉପରେ ପଚାର ଉଚରା କରାଯାଇଥିଲା । ଅନୁମାନ କରାଯାଉଛି ଯେ, ପାନାମା ପେପର ଉଲ୍ଳେଖାନାମାରେ ତାଙ୍କ ନାମ ଥିବାରୁ ଇଡି ଏକ ନୋଟିସ ପଠାଇ ଥିଲା । ପାନାମା ପେପରରେ ଦୁନିଆର ଅନେକ ପ୍ରସିଦ୍ଧ ବ୍ୟକ୍ତିଙ୍କ ବିଷୟରେ ସୂଚନା ରହିଛି ଯେଉଁମାନେ ଠକେଇ ଏବଂ ଟିକସ ଫାଙ୍କି ସହିତ ଅଘୋଷିତ ସମ୍ପତି ଓ ଆର୍ଥିକ ନେଣଦେଣ କରିଛନ୍ତି । ଏହି ଲିକ୍ ହୋଇଥିବା ଡକ୍ୟୁମେଣ୍ଟକୁ ପ୍ରଥମେ ଜର୍ମାନ ଖବରକାଗଜ Süddeutsche Zeitung ରେ ପ୍ରକାଶ ହୋଇଥିଲା । ସେହି ପେପରରେ ପ୍ରାୟ ୧୨୦୦୦ ଟି ଡକ୍ୟୁମେଣ୍ଟ୍ ଅଛି, ଯେଉଁଥିରେ ଭାରତୀୟମାନେ ମଧ୍ୟ ଜଡିତ ଅଛନ୍ତି ।

Click to comment

Leave a Reply

Your email address will not be published. Required fields are marked *

More in ଦେଶ