Connect with us

ରାଜନୀତି

ବିଜେଡି-ବିଜେପି ଉପରେ ବର୍ଷିଲେ ଆନନ୍ଦ ଶର୍ମା

ବିଜେଡି-ବିଜେପି ଉପରେ ବର୍ଷିଲେ ଆନନ୍ଦ ଶର୍ମା

ବିଜେଡି-ବିଜେପି ଉପରେ ବର୍ଷିଲେ ଆନନ୍ଦ ଶର୍ମା
ଭୁବନେଶ୍ୱର,୧୩ା୮ : ଏନ୍ଡିଏ ନିଜର ଚାରିବର୍ଷ ଶାସନ କାଳରେ ସବୁ ଭୁଲ ନିଷ୍ପତ୍ତି ନେଇଛି ଓ ବିଜେଡି ସବୁଥିରେ ଏନ୍ଡିଏକୁ ସମର୍ଥନ କରିଛି ବୋଲି ଅଭିଯୋଗ କରିଛନ୍ତି ବରିଷ୍ଠ କଂଗ୍ରେସ ନେତା ତଥା ସାଂସଦ ଆନନ୍ଦ ଶର୍ମା । ଓଡ଼ିଶା ଗସ୍ତରେ ଥିବା ଆନନ୍ଦ ଆଜି ରାଜ୍ୟ କଂଗ୍ରେସ କାର୍ଯ୍ୟାଳୟରେ ସାମ୍ବାଦିକ ସମ୍ମିଳନୀରେ ଆୟୋଜନ କରି ଉଭୟ ବିଜେଡି ଓ ବିଜେପି ଉପରେ ବର୍ଷିଛନ୍ତି । କେନ୍ଦ୍ରର ଆର୍ଥିକ ନୀତିକୁ ଆନନ୍ଦ ତୀବ୍ର ଭର୍ତ୍ସନା କରିବା ସହ କେନ୍ଦ୍ର ଓ ରାଜ୍ୟରେ ବେରୋଜଗାରୀକୁ ନେଇ ପ୍ରଶ୍ନ ଉଠାଇଛନ୍ତି । ସାଂସଦ ଆନନ୍ଦ ଶର୍ମା କହିଛନ୍ତି ଯେ, ମୋଦି ସରକାର ଭାରତବାସୀଙ୍କୁ ଧୋକା ଦେଇଛନ୍ତି । ୨୦୧୪ରେ ଯେଉଁସବୁ ପ୍ରତିଶ୍ରୁତି ଦେଇ ଶାସନ ଗାଦିକୁ ଆସିଥିଲେ ତାହା ପୂରଣ କରିନାହାଁନ୍ତି । ଦେଶରେ ମହିଳା ସୁରକ୍ଷା, ୨ କୋଟି ଲୋକଙ୍କୁ ରୋଜଗାର ଓ ଅର୍ଥ ବ୍ୟବସ୍ଥାରେ ସୁଧାର ଏସବୁ ପ୍ରତିଶ୍ରୁତିକୁ ଏନ୍ଡିଏ ମିଥ୍ୟା ପ୍ରମାଣିତ କରିଛି । ଜିଏସ୍ଟି ଓ ନୋଟ ବନ୍ଦୀ ଦେଶର ଦୁଇଟି ସବୁଠାରୁ ବଡ ଭୁଲ ନିଷ୍ପତ୍ତି ବୋଲି ଆନନ୍ଦ କହିଛନ୍ତି । ନୋଟବନ୍ଦୀ କାରଣରୁ ଦେଶର ଜିଡିପି ଦୁଇ ପ୍ରତିଶତ ହ୍ରାସ ପାଇଥିବା ବେଳେ ତିନିଲକ୍ଷ କୋଟି ଟଙ୍କାର କ୍ଷତି ହୋଇଛି । ମନୋମହନ ସିଂହଙ୍କ ୧୦ ବର୍ଷ ୟୁପିଏ ସରକାର ସମୟରେ ଜିଡିପି ୭.୮% ରହିଥିବା ବେଳେ ବର୍ତ୍ତମାନ ୭.୨% ରହିଛି । ତେବେ ଜିଡିପି ହିସାବ କରିବାର ପ୍ରକ୍ରିୟା ଏନ୍ଡିଏ ସରକାର ବଦଳାଇ ଦେଇଛି ଓ ଆର୍ଥିକ ନୀତି ଓ ସ୍ଥିତି ଉପରେ କେନ୍ଦ୍ର ଶ୍ୱେତପତ୍ର ପ୍ରକାଶ କରୁ ବୋଲି ଆନନ୍ଦ ଦାବି କରିଛନ୍ତି । ସେହିପରି ଆନନ୍ଦ କହିଛନ୍ତି ଯେ, ଜିଏସ୍ଟି ଲାଗୁ କରି କ୍ଷୁଦ୍ର ବ୍ୟବସାୟୀଙ୍କ ଉପରେ ମୋଦି ବୋଝ ଲଦିଛନ୍ତି । କେଂଗ୍ରେସ ପ୍ରସ୍ତାବିତ ଜିଏସ୍ଟିରେ ସର୍ବାଧିକ ୧୮ ପ୍ରତିଶତ ଟ୍ୟାକ୍ସ ବ୍ୟବସ୍ଥା ରହିଥିବା ବେଳେ ଏନ୍ଡିଏ ଏହାକୁ ପ୍ରତ୍ୟାଖ୍ୟାନ କରିଥିଲା । ବର୍ତ୍ତମାନ ଦେଶର ଜିଏସ୍ଟି ବିଶ୍ୱବ୍ୟାଙ୍କ ସବୁଠାରୁ ଖରାପ ଜିଏସ୍ଟି ବୋଲି ବିଚେନା କରିଛି । ପେଟ୍ରୋଲ, ଡିଜେଲ, ବିଦ୍ୟୁତ୍, ମାଦକ ଦ୍ରବ୍ୟ ଓ ରିଅଲିଷ୍ଟେଟ୍ ଯେଉଁଥିରୁ ପାଖାପାଖି ୫୦% ରାଜସ୍ୱ ଆଦାୟ ହୋଇଥାଏ ତାହାକୁ ଜିଏସ୍ଟି ଅନ୍ତର୍ଭୁକ୍ତ ନକରି ଅଯଥା ଦ୍ରବ୍ୟ ଉପରେ ଜିଏସ୍ଟି ଲଗାଯାଇଥିବା ଶ୍ରୀ ଶର୍ମା କହିଛନ୍ତି । ତେବେ ମନରେଗା ଯୋଜନାରେ ଅନୁଦାନ ହ୍ରାସ ଗରିବଙ୍କ ପ୍ରତି ଉପହାସ ବୋଲି ଆନନ୍ଦ କହିଛନ୍ତି । ଅନ୍ୟପଟେ ବିଜେଡିକୁ କଟାକ୍ଷ କରି ଆନନ୍ଦ କହିଛନ୍ତି ଯେ, ଏନ୍ଡିଏର ସବୁ ଭୁଲ ନିଷ୍ପତ୍ତିକୁ ବିଜେଡି ସମର୍ଥନ କରୁଛି । ଉଭୟଙ୍କ ମଧ୍ୟରେ ଭିତିରି ବୁଝାମଣା ରହିଛି ଓ ରାଜ୍ୟରେ ପରସ୍ପର ବିରୋଧୀର ନାଟକ କରୁଛନ୍ତି । ତେବେ ଓଡ଼ିଶାରେ ୧୮ ବର୍ଷ ଶାସନ କାଳରେ ନବୀନ କ’ଣ କରିଛନ୍ତି ବୋଲି ଆନନ୍ଦ ପ୍ରଶ୍ନ କରିବା ସହ କେତେ ବେକାର ଯୁବକ ଯୁବତୀ ଚାକିରୀ ପାଇଛନ୍ତି, କେତେ ଶିଳ୍ପ କ୍ଷେତ୍ରରେ ପ୍ରଗତି ହୋଇଛି, ୧ଲକ୍ଷରୁ ଅଧିକ ସରକାରୀ ପଦବୀ କାହିଁକି ଖାଲି ଅଛି ଓ ୬୦ଲକ୍ଷ ଓଡ଼ିଆ ରାଜ୍ୟ ବାହାରେ କାମ କରୁଥିବା ବେଳେ ସରକାର ଏ ଦିଗରେ କ’ଣ ପଦକ୍ଷେପ ନେଇଛନ୍ତି ନବୀନ ତାହାର ଜବାବ ଦିଅନ୍ତୁ ବୋଲି ଶ୍ରୀ ଶର୍ମା କହିଛନ୍ତି ।

Click to comment

Leave a Reply

Your email address will not be published. Required fields are marked *

More in ରାଜନୀତି