Connect with us

ଦେଶ

ସାଧାରଣ ବଣ୍ଟନ ବ୍ୟବସ୍ଥାରେ ଫୋଟୋ ରାଜନୀତି

web

ସାଧାରଣ ବଣ୍ଟନ ବ୍ୟବସ୍ଥାରେ ଫୋଟୋ ରାଜନୀତି

ଲକ୍ଷ୍ଣଉ – 12/12-ଉତ୍ତରପ୍ରଦେଶରେ ସରକାରଙ୍କ ପକ୍ଷରୁ ଗରିବ ମାନଙ୍କୁ ମାଗଣା ଦିଆଯାଉଥିବା ବିଭିନ୍ନ ଖାଦ୍ୟ ସାମଗ୍ରୀ ପ୍ୟାକେଟ ଗୁଡିକ ଉପରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଫୋଟୋ ଓ ସ୍ଲୋଗାନ ଲେଖାଯାଇ ବିତରଣ କରାଯାଉଥିବାର ଫୋଟୋ ଓ ଭିଡିଓ ଭାଇରଲ ହେବାରେ ଲାଗିଛି I ଏଥିରେ ବୁଟ ,ଲୁଣ ଓ ତେଲର ପ୍ୟାକେଟ ଦିଆଯାଉଛି I ରାଜ୍ୟରେ ସାଧାରଣ ନିର୍ବାଚନ ଆଉ ଦୁଇ ମାସ ବାକି ଥିବା ବେଳେ ଏଭଳି ପ୍ରଚାର ସରକାରଙ୍କ ପକ୍ଷରୁ କରାଯାଉଛି I ଏଠାରେ ଉଲ୍ଲେଖଯୋଗ୍ୟଯେ , କେନ୍ଦ୍ର ସରକାର ‘କୋରନା’ ସମୟରେ ଗରିବଙ୍କୁ ଦିଆଯାଉଥିବା ‘ମାଗଣା ରାସନ’ ସେବାକୁ ଆସନ୍ତା ମାର୍ଚ୍ଚ ମାସ ପର୍ଯ୍ୟନ୍ତ ସମୟ ସୀମା ବୃଦ୍ଧି କରିଥିଲେ I ଏହା ଉତ୍ତରପ୍ରଦେଶ ଜନସାଧାରଣଙ୍କ ଉପରେ କିଭଳି ପ୍ରଭାବ ପକାଇବ ତାହା ସମୟ କହିବ I.କିନ୍ତୁ ଏଥିରୁ ଶିକ୍ଷା ଲାଭ କରି ଏଭଳି ପ୍ରଚାର ଅନ୍ୟ ରାଜ୍ୟ ଗୁଡିକ ମଧ୍ୟ କରିପାରନ୍ତି I

Click to comment

Leave a Reply

Your email address will not be published. Required fields are marked *

More in ଦେଶ