Connect with us

ଦେଶ

୧୯୮୪ ଶିଖ ସାମ୍ପ୍ରଦାୟିକ ହିଂସା

ସାଙ୍କେତିକ ଚିତ୍ର

୧୯୮୪ ଶିଖ ସାମ୍ପ୍ରଦାୟିକ ହିଂସା
୩୪ ବର୍ଷ ପରେ ସଜ୍ଜନ କୁମାରଙ୍କୁ ଆଜୀବନ କାରାଦଣ୍ଡ
ନୂଆଦିଲ୍ଲୀ,୧୭ା୧୨ : ୩୪ ବର୍ଷ ପୁରୁଣା ଶିଖ୍ ସାମ୍ପ୍ରଦାୟିକ ହିଂସା ଘଟଣାରେ ନିମ୍ନ କୋର୍ଟର ରାୟକୁ ବଦଳାଇ କଂଗ୍ରେସ ନେତା ସଜ୍ଜନକୁମାରଙ୍କୁ ଜଣେ ବ୍ୟକ୍ତିଙ୍କ ହତ୍ୟା ଅଭିଯୋଗରେ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛି ଦିଲ୍ଲୀ ଉଚ୍ଚ ନ୍ୟାୟାଳୟ । ପ୍ରାୟ ୩୪ ବର୍ଷ ପରେ ୧୯୮୪ ଶିଖ୍ ସାମ୍ପ୍ରଦାୟିକ ହିଂସା ଘଟଣାରେ ନିମ୍ନ କୋର୍ଟର ରାୟକୁ ବଦଳାଇ ସଜ୍ଜନ କୁମାରଙ୍କୁ ଏଥିରେ ଦୋଷୀ ବୋଲି ରାୟ ପ୍ରଦାନ କରିଛନ୍ତି ଦିଲ୍ଲୀ ଉଚ୍ଚ ନ୍ୟାୟାଳୟ । ସଜ୍ଜନକୁମାରଙ୍କ ନାମରେ ହିଂସାତ୍ମକ ଘଟଣାକୁ ବୃଦ୍ଧି କରିବା ଓ ଅପରାଧିକ ଷଡଯନ୍ତ୍ର କରିବା ଅଭିଯୋଗ ଥିଲା ।

ଦିଲ୍ଲୀ ଉଚ୍ଚ ନ୍ୟାୟାଳୟ ସଜ୍ଜନ କୁମାରଙ୍କ ସମେତ ବଲବାଦ ଗୋଖର, କ୍ୟାପଟେନ ଭାଗମଲ ଓ ଗିରିଧାରୀଙ୍କୁ ଆଜୀବନ ଦଣ୍ଡାଦେଶ ବଳବତ୍ତର ରଖିଛନ୍ତି । ଏହାବ୍ୟତୀତ ପ୍ରାକ୍ତନ ବିଧାୟକ ମହେନ୍ଦ୍ର ଯାଦବ ଓ କିଶନ ଗୋଖରଙ୍କ ଦଣ୍ଡାଦେଶକୁ ବୃଦ୍ଧି କରି ସେମାନଙ୍କୁ ୧୦ ବର୍ଷ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି । ନିମ୍ନ କୋର୍ଟ ପୂର୍ବରୁ ଉପରୋକ୍ତ ଅଭିଯୁକ୍ତଙ୍କୁ ୩ ବର୍ଷ କାରାଦଣ୍ଡରେ ଦଣ୍ଡିତ କରିଥିଲେ । ଶିଖ ସାମ୍ପ୍ରଦାୟିକ ହିଂସାକାଣ୍ଡ ମାମଲାରେ ଉଚ୍ଚ ନ୍ୟାୟାଳୟର ଏହି ରାୟ ପରେ ସଜ୍ଜନ କୁମାରଙ୍କୁ ୩୧ ଡିସେମ୍ବର ପୂର୍ବରୁ ଆତ୍ମସମର୍ପଣ କରିବାକୁ ପଡିବ ।

ପୂର୍ବରୁ ୧୯୮୪ରେ ଘଟିଥିବା ଶିଖ ସାମ୍ପ୍ରଦାୟିକ ହିଂସାକାଣ୍ଡରେ ୨୦୧୩ରେ ନିମ୍ନ କୋର୍ଟ କଂଗ୍ରେସ ନେତା ସଜ୍ଜନ କୁମାରଙ୍କୁ ପ୍ରମାଣ ଅଭାବରୁ ନିର୍ଦ୍ଦୋଶ ବୋଲି ରାୟ ପ୍ରଦାନ କରିଥିଲେ । ଏହି ଘଟଣାରେ ସଜ୍ଜନ କୁମାରଙ୍କ ସମେତ ଅନ୍ୟ ଅଭିଯୁକ୍ତଙ୍କୁ କୋର୍ଟ ପକ୍ଷରୁ ଦଣ୍ଡିତ କରାଯାଇଥିଲା । ନିମ୍ନ କୋର୍ଟରେ ଦଣ୍ଡିତ ଅଭିଯୁକ୍ତ କୋର୍ଟର ରାୟକୁ ଚ୍ୟାଲେଞ୍ଜ କରି ଉଚ୍ଚ ନ୍ୟାୟାଳୟର ଦ୍ୱାରସ୍ଥ ହୋଇଥିବା ବେଳେ ସିବିଆଇ ଓ ଦଙ୍ଗା ପୀଡିତଙ୍କ ପକ୍ଷରୁ ସଜ୍ଜନ କୁମାରଙ୍କୁ ନିର୍ଦ୍ଦୋଶ ରାୟକୁ ଚ୍ୟାଲେଞ୍ଜ କରି ଉଚ୍ଚ ନ୍ୟାୟାଳୟରେ ଗୁହାରି କରାଯାଇଥିଲା ।

Click to comment

Leave a Reply

Your email address will not be published. Required fields are marked *

More in ଦେଶ