
ସରକାରୀ କାର୍ଯ୍ୟାଳୟରେ ଧାରଣାରେ ବସିଲେ ଓକିଲ
ଭୁବନେଶ୍ୱର,୨୫ା୯: ଓକିଲମାନଙ୍କ ଧର୍ମଘଟ ଯୋଗୁଁ କଟକର କେନ୍ଦ୍ରାଂଚଳ ଆରଡିସିଙ୍କ ଅଫିସ୍ , ଜିଲ୍ଲାପାଳ ଏବଂ ତହସିଲ କାର୍ଯ୍ୟାଳୟ ଓ ରେଜିଷ୍ଟ୍ରାର ଅଫିସ୍ ବନ୍ଦ ହୋଇଯାଇଛି । ଆଇନଜୀବୀଙ୍କୁ ପୋଲିସ୍ ର ମାଡ ଘଟଣାରେ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇ ନଥିବାରୁ ଏହାର ପ୍ରତିବାଦରେ ବାର ଆସୋସିଏସନ୍ ପକ୍ଷରୁ କଟକର ସମସ୍ତ ସରକାରୀ ଦପ୍ତର ସମ୍ମୁଖରେ ଧାରଣା ଦିଆଯାଇଥିଲା ।
