
ଭୁବନେଶ୍ୱର:- କଟକ ସ୍ଥିତ ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡିକାଲ କଲେଜର ସିଟ ସଂଖ୍ୟା ୧୦୦ ବଢିଛି । ଏହା ଫଳରେ ମୋଟ ସିଟ ସଂଖ୍ୟା ୧୫୦ରୁ ୨୫୦କୁ ବୃଦ୍ଧି ପାଇଛି । କେନ୍ଦ୍ର ସରକାରଙ୍କ “ମେଡିକାଲ କାଉନସିଲ ଅଫ ଇଣ୍ଡିଆ” ପକ୍ଷରୁ ଏହି ସିଟ ବୃଦ୍ଧି କରାଯାଇଛି । ଏହି ସିଟ ବୃଦ୍ଧି ପାଇଁ ବହୁ ଦିନରୁ ଓଡ଼ିଶା ସରକାର ଓ ବୁଦ୍ଧିଜୀବିମାନେ ଦାବି କରିଆସୁଥିଲେ ।ଏହାଦ୍ୱାରା ଓଡିଶା ଜନସଧାରଙ୍କ ବହୁଦିନର ଆଶା ପୁରଣ ହୋଇଛି l
