Connect with us

ସମ୍ପାଦକୀୟ

ବିଜେପିର କୁତ୍ସିତ ରାଜନୈତିକ ପ୍ରୟୋଗରେ ବାଟବଣା ବିଜେଡି ।

web

ଓଡ଼ିଶାରେ ନିଜର ରାଜନୈତିକ ସଫଳତା ପାଇଁ ବିଜେପିର କୁତ୍ସିତ ରାଜନୈତିକ ପ୍ରୟୋଗରେ ବାଟବଣା ବିଜେଡି ।
ଭୁବନେଶ୍ୱର – ଶ୍ରୀ ରାମଙ୍କୁ ଓ ତାଙ୍କ ଜନ୍ମସ୍ଥାନ ଅଯୋଧ୍ୟାକୁ ରାଜନୀତିକରଣ କରି କେନ୍ଦ୍ରରେ ସଫଳତା ଅର୍ଜନ କରିବା ପରେ , ବିଜେପି ପ୍ରଭୁ ଜଗନ୍ନାଥଙ୍କୁ ଆଗରେ ରଖି ନିଜର କୁତ୍ସିତ ରାଜନୀତିକୁ ଓଡ଼ିଶାରେ ପ୍ରୟୋଗ କରୁଛି । ପ୍ରଥମେ ଚତୁରତାର ସହ କିଛି ସଂଗଠନକୁ ଆଗକୁ କରି ନିଜେ ପଛରେ ରହି ନିଜ ସ୍ୱାର୍ଥକୁ ଚରିତାର୍ଥ କରିବା ପାଇଁ ଉଦ୍ୟମ କରୁଛି । ବିଜେପି ଏକମାତ୍ର ଦଳ ଯିଏକି ଲୋକଙ୍କ ଧାର୍ମିକ ଦ୍ରୁବଳତାକୁ ବ୍ୟବହାର କରି ନିଜପାଇଁ ରାଜନୈତିକ ଧୃବିକରଣ କରିବାକୁ ଚେଷ୍ଟା କରୁଛି । କିନ୍ତୁ ଯିଏ ଏଭଳି କର୍ମ କରେ ସେ ଶାସ୍ତ୍ର ମତରେ ଧର୍ମଭୀରୁ ଓ ପାଖଣ୍ଡି ।

ସମଗ୍ର ଭାରତ ବର୍ଷରେ ପ୍ରମୁଖ ଉପାସନା ପୀଠ ଗୁଡିକର ଉନ୍ନତି କରଣ ଓ ପ୍ରଶସ୍ତି କରଣ କରାଯାଉଅଛି । କିଛି ବର୍ଷ ପୂର୍ବରୁ କାଶୀ ବିଶ୍ୱନାଥ ଧାମର ଉନ୍ନତିକରଣ ନାମରେ ମଧ୍ୟ ବିଜେପି ନିଜର ସ୍ୱାର୍ଥ ଚରିଥାର୍ଥ କରିଥିଲା ସଦ୍ୟ ସମାପ୍ତ ଉତ୍ତରପ୍ରଦେଶ ନିର୍ବାଚନରେ । ଓଡ଼ିଶାରେ ଏହାକୁ ପ୍ରୋୟାଗକରି ଏହା ଦ୍ୱାରା ବିଜେପି ଗୋଟିଏ ଗୁଳିରେ ଦୁଇଟି ଶିକାର କରିବାକୁ ଚେଷ୍ଟା କରୁଛି । ଗୋଟିଏ ହେଲା ପେଟ୍ରୋଲ ଓ ଡିଜେଲର ମୂଲ୍ୟ ବୃଦ୍ଧି ଯୋଗୁଁ ଅହେତୁକ ଭାବରେ ହୁ ହୁ ହୋଇ ବଢୁଥିବା ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ଗୁଡିକର ମୂଲ୍ୟବୃଦ୍ଧି ,ଏବଂ ଦେଶର ପ୍ରମୁଖ ବ୍ୟବସାୟୀଙ୍କ ସ୍ୱାର୍ଥକୁ ଚରିଥାର୍ଥ କରୁଥିବା ଯୋଗୁଁ ବଢୁଥିବା ବେରୋଜଗାରୀ ଭଳି ମୌଳିକ ସମସ୍ୟା । ଏହା ଦ୍ୱାରା ସୃଷ୍ଟି ହଉଥିବା ଜନ ଆକ୍ରୋଶ ଉପରୁ ଲୋକଙ୍କ ନଜର ହଟାଇବା ଓ ଦ୍ଵିତୀୟରେ ଲୋକଙ୍କ ଧର୍ମୀୟ ଆସ୍ଥାକୁ ରାଜନୀତିକରଣ କରି ନିଜ ଆଡକୁ ଆକର୍ଷିତ କରିବା , ଯାହା ଓଡ଼ିଶାର ଇତିହାସରେ କେବେ ବି କୌଣସି ରାଜନୈତିକ ଦଳ କରିପାରିନଥିଲେ ବା ସାହସ ଯୁଟାଇ ପାରିନଥିଲେ ତାହାକୁ କିଛି ସଂଗଠନ ଓ ଗଣମାଧ୍ୟମ ସହାୟତାରେ ପ୍ରୋୟାଗ ଜାରି ରଖିଛି ।

ଅନ୍ୟପକ୍ଷରେ ବିଜେଡି ନିଜ କାର୍ଯ୍ୟକଳାପକୁ ଲୋକାଭିମୁଖୀ କରାଇ ଯେତେ ବାହାବା ସାଉଁଟିଲେ ମଧ୍ୟ ବିଜପିର ଏହି ପ୍ରୟୋଗରେ ବିଜେଡି ବାଟବଣା ହୋଇସାରିଛି । ନିଜର ପ୍ରବକ୍ତା ମାନେ କେତେବେଳେ କଣ କହୁଛନ୍ତି ସେମାନେ ବୁଝି ପାରୁନାହାନ୍ତି । ଜଗନ୍ନାଥ ଧାମର ଉନ୍ନତି ଓ ପ୍ରଶସ୍ତି କରଣ କାର୍ଯ୍ୟକୁ ସାର୍ବଜନୀନ କରିବା ବା ଏକ ଠୋସ ପରିକଳ୍ପନା ଲୋକଙ୍କ ସମ୍ମୁଖରେ ରଖି ବିରୋଧୀଙ୍କୁ ଚୁପ କରାଇବାର ସାହସ ବିଜେଡି କାହିଁକି ଯୁଟାଇ ପାରୁନାହିଁ ତାହା ବୁଝାପଡୁନାହିଁ । ବୁଦ୍ଧିଜୀବୀ ମହଲ ବିଜପିର ଏହି ପ୍ରୟୋଗକୁ ନାପସନ୍ଦ କରୁଥିବା ବେଳେ ବିଜେପି ସମର୍ଥିତ ଗଣମାଧ୍ୟମର ପ୍ରଚାର ର ପ୍ରଭାବ ଗ୍ରାମାଞ୍ଚଳରେ କେତେ ପ୍ରଭାବ ପକେଇବ ତାହା ଆଗାମୀ ସମୟ କହିବ ।

Click to comment

Leave a Reply

Your email address will not be published. Required fields are marked *

More in ସମ୍ପାଦକୀୟ