Connect with us

ଅପରାଧ

ଋଣ ଖିଲାପକାରୀ ଓ ରାଜନୈତିକ ଦଳର ମାୟାଜାଲରେ ‘ୟେସ ବ୍ୟାଙ୍କ’

ସାଙ୍କେତିକ

ଋଣ ଖିଲାପକାରୀ ଓ ରାଜନୈତିକ ଦଳର ମାୟାଜାଲରେ ‘ୟେସ ବ୍ୟାଙ୍କ’
ସରକାରଙ୍କ କାର୍ଯ୍ୟପ୍ରଣାଲୀ ଓ ଶାସକ ଦଳ ଉପରେ ସନ୍ଦେହ
ନୂଆଦିଲ୍ଲୀ – ଭାରତର ରାଜନୀତି ଓ ଗଣମାଧ୍ୟମ ମାନଙ୍କର ଚରିତ୍ର ସ୍ୱଭାରେ ଅନେକ ପରିବର୍ତନ ଆସିଛି 丨ଏହାର ପ୍ରମୁଖ କାରଣ ହେଲା କ୍ଷମତା ସ୍ୱାର୍ଥ ଓ ଅହେତୁକ ଅର୍ଥ ଲାଳସା 丨ଏଥିପାଇଁ ସେମାନେ ନିଜର ଭାବମୂର୍ତ୍ତି ଓ ବିବେକକୁ ମଧ୍ୟ ବାଜି ଲଗାଇବାକୁ ପଛାଉନାହାନ୍ତି丨 ଏହାର ଜ୍ୱଳନ୍ତ ଉଦାହରଣ ହେଲା ‘ୟେସ ବ୍ୟାଙ୍କ ପ୍ରକରଣ’୨o୧୭ ମସିହାରୁ ରିଜର୍ଭ ବ୍ୟାଙ୍କ ୟେସ ବ୍ୟାଙ୍କର ଆର୍ଥିକ ନେଣ ଦେନ ଉପରେ ନଜର ରଖୁଥିଲା丨ଏହା ଭାରତର ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ ପ୍ରକାଶ କରିଛନ୍ତି , ଅର୍ଥାତ ସରକାର ଓ ରିଜର୍ଭ ବ୍ୟାଙ୍କର ଉକ୍ତ ବ୍ୟାଙ୍କର କାର୍ୟପ୍ରଣାଳୀ ଉପରେ ଆପତ୍ତି କିମ୍ବା ସନ୍ଦେହ ଥିଲା 丨ସରକାରଙ୍କ କର୍ତ୍ୟବ୍ୟ ଥିଲାଯେ, ଉକ୍ତ ବ୍ୟାଙ୍କର ସମସ୍ତ ନିବେଶକ ମାନଙ୍କୁ ସୂଚନା ଦେବା 丨କିନ୍ତୁ କୌଣସି ସୂଚନା ନଦେଇ ହଠାତ ନିବେଶକ ମାନଙ୍କ ଉପରେ କଟକଣା ଲଗାଇବା ଠିକ ନୁହିଁ 丨ଏଠାରେ ପ୍ରଶ୍ନ ଉଠେଯେ ,କିଛି କିଛି ଶହେ ଦୁଇଶହ କୋଟି ନିବେଶ କରିଥିବା ସଂସ୍ଥା ଏତେ ପରିମାଣର ଅର୍ଥ ଉଠାଇଲେ କିପରି ? ସେମାନଙ୍କୁ ସୂଚନା କିଏ ଦେଲା ? ଅନ୍ୟ ମାନଙ୍କୁ କାହିଁକି ଦିଆ ଗଲାନାହିଁ ?
ୟସ ବ୍ୟାଙ୍କର ସବୁଠୁ ବଡ ଋଣଖିଲାପକାରୀ ସଂସ୍ଥା ହେଲା ରିଲିଆନ୍ସ ADA ଗ୍ରୁପ, ଯାହାର ମାଲିକାନା ଅନିଲ ଅମ୍ବାନୀଙ୍କ ହାତରେ丨 ସେ ବିଜେପିକୁ କୋଟି କୋଟି ଟଙ୍କା ଚାନ୍ଦା ଦେଇଛନ୍ତି 丨ସରକାର ବିଜେପିର ,ଏଠାରେ ପ୍ରଶ୍ନ ଉଠେଯେ, ସରକାର ଉକ୍ତ ସଂସ୍ଥାକୁ କଣ ଅନୁଗ୍ରହ ଦେଖାଇଲେଯେ, କୋଟି କୋଟି ଟଙ୍କା ତାଙ୍କ ଦଳକୁ ଚାନ୍ଦା ବାବଦକୁ ଆସିଗଲା ? କାରଣ ADA ଗ୍ରୁପ ବହୁ ପୂର୍ବରୁ ଆର୍ଥିକ ଦେବାଳିଆ ଅବସ୍ଥାରେ ଚାଲିଆସୁଛି 丨ଏହିପରି ୟେସ ବ୍ୟାଙ୍କର ଋଣ ଖିଲାପକାରୀଙ୍କ ଲମ୍ବା ଲାଇନ ସାଙ୍ଗକୁ ଉକ୍ତ ଖିଲାପକାରୀ ମାନଙ୍କ ବିଜେପିକୁ କୋଟି କୋଟି ଟଙ୍କା ଚାନ୍ଦା ଦେବାର ତାଲିକା ମଧ୍ୟ ଲମ୍ବା丨 ପ୍ରାଥମିକ ସୂଚନାରୁ ଜଣାପଡ଼ୁଛିଯେ, ବିଜେପି ଏମାନଙ୍କ ଠାରୁ ପାଖା ପାଖୀ ପ୍ରାୟ ୨ଶହ କୋଟି ଚାନ୍ଦା ପାଇଛି 丨ଅର୍ଥାତ ଏହି ପଇସା ଜମାକାରୀଙ୍କ ଅଟେ 丨ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କର ପାଖାପାଖି ସାଢେ ପାଞ୍ଚଶହ କୋଟି ଟଙ୍କା ଉକ୍ତ ବ୍ୟାଙ୍କରେ ନିବେଶ କରାଯାଇଛି ଯାହାଙ୍କ ଉପରେ କୋଟି କୋଟି ଲୋକଙ୍କର ଆସ୍ଥା ଅଛି ,ରାଜ୍ୟ ସରକାର ମଧ୍ୟ ତାଙ୍କ କର୍ମଚାରୀଙ୍କୁ କୈଫୟତ ମାଗିବା ଦରକାର ଯେ ,କିପରି ଓ କାହିଁକି ଏତେଗୁଡିଏ ଟଙ୍କା ଉକ୍ତ ବ୍ୟାଙ୍କରେ ରଖାଯାଇଥିଲା ? ଓ ସେ ଏଥିପାଇଁ ଅନୁଗୃହୀତ୍ତ ହୋଇନାହାନ୍ତିତ ? କାରଣ ସିବିଆଇ ତାର ପ୍ରାଥମିକ ତଦନ୍ତରେ ଜାଣିବାକୁ ପାଇଛିଯେ, ୟେସ ବ୍ୟାଙ୍କର ସଂସ୍ଥାପକ ରାଣା କପୁରଙ୍କ ପରିବାର ମାଲିକାନାରେ ଥିବା କମ୍ପାନୀକୁ ଏକ ଋଣ ଖିଲାପକାରୀ ସଂସ୍ଥା DHFL ପ୍ରାୟ 600 କୋଟି ଟଙ୍କା ଋଣ ଆକାରରେ ଦେଇଛି 丨ଅର୍ଥାତ ବ୍ୟାଙ୍କରୁ ଋଣ ନେଇ ବ୍ୟାଙ୍କ ମାଲିକକୁ ଋଣ ଦିଆଯାଇଛି ଯାହା ହାସ୍ୟାସ୍ପଦ 丨ସିବିଆଇ କୁ ସନ୍ଦେହ ଅଛିଯେ , ଉକ୍ତ ଟଙ୍କା କମିଶନି କିମ୍ବା ଅନୁଗ୍ରହିତ କରିବାରେ ଖର୍ଚ ହୋଇଅଛି丨 ଆଗାମୀ ଦିନରେ ଏହି ରହସ୍ୟ ଖୋଲିବା ସହିତ ରାଜନୈତିକ ଦଳ ଓ ସେମାନେ ନେଉଥିବା ଚାନ୍ଦା କେତେଦୂର ନ୍ୟାୟ ସଂଗତ ତାହା ଜଣାପଡିବ 丨

Click to comment

Leave a Reply

Your email address will not be published. Required fields are marked *

More in ଅପରାଧ