
ସୁପ୍ରିମକୋର୍ଟ ଏକ ଗୁରୁତ୍ୱପୁର୍ଣ ରାୟରେ ନିର୍ଦେଶ ଦେଇଛନ୍ତି ଯେ, ଓଡିଶା ସରକାର ଦେଓଗଡ ଜିଲାରେ ବ୍ରାହ୍ମଣୀ ଡ୍ୟାମ ତିଆରି ଯୋଗୁ ଯେଉଁ ମାନେ ବାସଚ୍ୟୁତ ହୋଇଛନ୍ତି ସେମାଙ୍କୁ ତୁରନ୍ତ ଜଳସେଚନ ସୁବିଧା ଯୋଗାଇଦେବାକୁ ହେବ l
1983 ମସିହାରେ 27ଜଣ ବାସଚ୍ୟୁତଙ୍କୁ ସରକାର 3ଏକର ଲେଖାଏଁ ଅଣ ଜଳସେଚିତ ଜମି ଥଇଥାନ ପାଇଁ ଦେଇଥିଲେ l କିନ୍ତୁ ଦୀର୍ଘ 35 ବର୍ଷ ବିତିଯାଇଥିଲେ ମଧ୍ୟ ସରକାର ଉକ୍ତ ଜମିଗୁଡିକୁ ଜଳସେଚିତ କରିପାରିନଥିଲେ l ତେଣୁ 27 ଜଣ ବାସଚ୍ୟୁତ ମିଳିତ ଭାବରେ ଏକ ସ୍ୱତନ୍ତ୍ର ଲିଭ ପିଟିସନ ମାଧ୍ୟମରେ ସୁପ୍ରିମକୋର୍ଟ ର ଦୃଷ୍ଟି ଆକର୍ଷଣ କରିଥିଲେ l
