
ପ୍ରାକୃତିକ ବିପର୍ଯ୍ୟୟ କ୍ଷୟକ୍ଷତି ଆକଳନ ପାଇଁ ମନ୍ତ୍ରୀ ସ୍ତରୀୟ କମିଟି ଗଠନ କଲେ ମୁଖ୍ୟମନ୍ତ୍ରୀ
ପ୍ରଭାବିତ ଜିଲ୍ଲା ଗସ୍ତ କରି ସ୍ଥିତି ପରଖିବେ ୩ ମନ୍ତ୍ରୀ
ଭୁବନେଶ୍ୱର,୧୨ା୧୦ : ସାମୁଦ୍ରିକ ଘୂର୍ଣ୍ଣିଝଡ ତିତଲି ଓ ଏହା ପରବର୍ତୀ ବନ୍ୟା ଯୋଗୁଁ ସବୁଠାରୁ ଅଧିକ ପ୍ରଭାବିତ ହୋଇଥିବା ଗଂଜାମ , ଗଜପତି ଓ ରାୟଗଡା ଜିଲ୍ଲାର ସ୍ଥିତି ସମୀକ୍ଷା କରିବାପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଏକ ୩ ଜଣିଆ ମନ୍ତ୍ରୀସ୍ତରୀୟ କିମଟି ଗଠନ କରିଛନ୍ତି । ଏହି କମିଟିରେ ମନ୍ତ୍ରୀ ମହେଶ୍ୱର ମହାନ୍ତି, ନିରଞ୍ଜନ ପୂଜାରୀ ଓ ସୁଶାନ୍ତ ସିଂ ରହିଛନ୍ତି । ଏହି ମନ୍ତ୍ରୀମାନେ ପ୍ରଭାବିତ ଦକ୍ଷିଣ ଓଡ଼ିଶାର ଉପରୋକ୍ତ ଜିଲାକୁ ତୁରନ୍ତ ଯିବାଲାଗି ନିର୍ଦ୍ଦେଶ ହୋଇଛି । ସେଠାକୁ ଯାଇ ସ୍ଥିତି ସମୀକ୍ଷା କରିବା ସହ ରିଲିଫ୍ ଓ ଥଇଥାନ କାର୍ଯ୍ୟ ତଦାରଖ କରିବାକୁ କୁହାଯାଇଛି । ସୂଚନାଯୋଗ୍ୟ ଯେ ଗଂଜାମ ଜିଲ୍ଲାର ଧରାକୋଟ୍, ସୋରଡ଼ା, ଭଞ୍ଜନଗର, ହିଞ୍ଜିଳି ଅ।ଦି ବ୍ଲକ୍ ର ଅଧିକାଂଶ ଗାଁକୁ ଯୋଗଯୋଗ ବିଚ୍ଛିନ୍ନ ହୋଇଯାଇଛି । ଜିଲ୍ଲାର ପ୍ରମୁଖ ନଦୀ ଋଷିକୂଲ୍ୟା ଓ ବଡ଼ନଦୀ ବିପଦ ସଂକେତ ଉପରେ ପ୍ରବାହିତ ହେଉଥିବାରୁ ବନ୍ୟା ସ୍ଥିତି ଅଧିକ ଗମ୍ଭୀର ହେବାରେ ଲାଗିଛି । ସେହିପରି ଗଜପତି ଜିଲ୍ଲାରେ ମହେନ୍ଦ୍ର ତନୟା ନଦୀ ଫୁଲୁଥିବା ବେଳେ ପାରଳା-ଗୋଷାଣୀ ରାସ୍ତାରେ ବଡ଼ ବଡ଼ ଗଛ ପଡ଼ିବା ଯୋଗୁ ଯୋଗାଯୋଗ ବିଛିନ୍ନ ହୋଇପଡ଼ିଛି ।
