ତିତଲି କ୍ଷୟକ୍ଷତି ଆକଳନ ପାଇଁ ଆଜି ଆସିବ କେନ୍ଦ୍ରୀୟ ଟିମ୍
ଭୁବନେଶ୍ୱର,୩୧ା୧୦ : ଘୂର୍ଣ୍ଣିଝଡ ତିତଲିରେ ପ୍ରଭାବିତ ଜିଲ୍ଲା ଗୁଡିକରେ କ୍ଷୟକ୍ଷତି ଆକଳନ କରିବାପାଇଁ ଆସନ୍ତାକାଲି ଏକ ୮ ଜଣିଆ କେନ୍ଦ୍ରୀୟ ଟିମ୍ ଓଡିଶା ଆସିବେ । ସ୍ୱରାଷ୍ଟ୍ର ମନ୍ତ୍ରଣାଳୟର ଯୁଗ୍ମ ସଚିବ ଏସ.କେ ସାହିଙ୍କ ନେତୃତ୍ୱରେ ଆସୁଥିବା ଏହି ଟିମ୍ ୨ ଭାଗରେ ବିଭକ୍ତ ହୋଇ ଗଂଜାମ ଓ ଗଜପତି ଜିଲ୍ଲା ଗସ୍ତ କରିବେ । ୩ ଦିନ ଧରି ସେମାନେ ସ୍ଥିତି ଅନୁଧ୍ୟାନ କରିବେ ।ସେମାନେ ସାଧାରଣ ଲୋକ ଓ ଜିଲ୍ଲା ପ୍ରଶାସନିକ ଅଧିକାରଙ୍କ ସହ ଆଲୋଚନା କରିବେ । ଏହାପରେ ୨ ତାରିଖରେ ରାଜ୍ୟ ସରକାରଙ୍କ ଅଧିକାରୀମାନଙ୍କ ସହ ଏହି ଟିମ୍ ର ସଦସ୍ୟମାନେ ସଚିବାଳୟ ଠାରେ ଆଲୋଚନା କରିବେ । ଆବଶ୍ୟକ ହେଲେ ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କରି ଆଲୋଚନା କରିପାରନ୍ତି ।
ଆଞ୍ଚଳିକ
ତିତଲି କ୍ଷୟକ୍ଷତି ଆକଳନ ପାଇଁ ଆଜି ଆସିବ କେନ୍ଦ୍ରୀୟ ଟିମ୍
More in ଆଞ୍ଚଳିକ
-
ଦେଶର ବିଭିନ୍ନ ସ୍ଥାନରେ ହର୍ଷ ଉଲ୍ଲାସରେ ଦୀପାବଳୀ ଉତ୍ସବ ପାଳନ କରାଯାଉଛି ا
ଭୁବନେଶ୍ୱର – ଦେଶର ବିଭିନ୍ନ ସ୍ଥାନରେ ହର୍ଷ ଉଲ୍ଲାସରେ ଦୀପାବଳୀ ଉତ୍ସବ ପାଳନ କରାଯାଉଛି ا ଘର ଆଗରେ...
-
ଭୁବନେଶ୍ୱରରୁ ଆରମ୍ଭହେଲା ପୁଣି କ୍ୟାଟେନମେଣ୍ଟ ଜୋନ l
ଭୁବନେଶ୍ୱରରୁ ଆରମ୍ଭହେଲା ପୁଣି କ୍ୟାଟେନମେଣ୍ଟ ଜୋନ l ଲୋକଙ୍କ ଆଶଙ୍କା ‘ଦ୍ୱାରଦେଶରେ କରୋନାର ତୃତୀୟ ଲହର ‘ !...
-
ବିଶିଷ୍ଟ ପ୍ରାଣୀ ବିଶେଷଜ୍ଞ ଡାକ୍ତର ଏସ.କେ ରାୟଙ୍କର ପରଲୋକ |
ବିଶିଷ୍ଟ ପ୍ରାଣୀ ବିଶେଷଜ୍ଞ ଡାକ୍ତର ଏସ.କେ ରାୟଙ୍କର ପରଲୋକ | ଭୁବନେଶ୍ୱର- 18/12 -ବିଶିଷ୍ଟ ପ୍ରାଣୀ ବିଶେଷଜ୍ଞ ଡାକ୍ତର...
-
ରାଜ୍ୟସ୍ତରୀୟ ହସ୍ତଶିଳ୍ପ ପ୍ରଦର୍ଶନୀର ଉଦଘାଟନ ଆଜି
ରାଜ୍ୟସ୍ତରୀୟ ହସ୍ତଶିଳ୍ପ ପ୍ରଦର୍ଶନୀର ଉଦଘାଟନ ଆଜି ଭୁବନେଶ୍ୱର, ୦୬ ଫେବୃଆରୀ – ଆସନ୍ତାକାଲି (ଶୁକ୍ରବାର) ଠାରୁ ଭୁବନେଶ୍ୱର ଜନତା...