
ଜାନୁଆରୀ ୧୧ରୁ ଧନୁଯାତ୍ରା
ଭୁବନେଶ୍ୱର,୫ା୧୧: ଆସନ୍ତା ଜାନୁଆରୀ ୧୧ରୁ ୨୧ ତାରିଖ ଦୀର୍ଘ ୧୧ ଦିନ ଧରି ବିଶ୍ୱ ପ୍ରସିଦ୍ଧ ଧନୁଯାତ୍ରା ବରଗଡ଼ଠାରେ ଆରମ୍ଭ ହେବ । ଏହି ୭୦ତମ ଧନୁଯାତ୍ରା ଉତ୍ସବରେ କିଏ କଂସ ହେବ ତାହା କଳାକାର ଚୟନ କମିଟିରେ ବସି ନିଷ୍ପତି ନିଆଯିବ । ତେବେ କଂସ ଏବଂ ପାତ୍ର ମନ୍ତ୍ରୀ ପରିବର୍ତନ କରିବା ପାଇଁ ଜନସାଧାରଣଙ୍କ ପକ୍ଷରୁ ଦାବି ହୋଇଛି ବୋଲି ଜିଲ୍ଲାପାଳ ପ୍ରକାଶ କରିଛନ୍ତି । ଆଜି ତାଙ୍କ ଅଧ୍ୟକ୍ଷତାରେ ବୈଠକ ବସି ତାରିଖ ସ୍ଥିର କରାଯାଇଥିଲା ।
