କୂଳରେ ଲାଗିଲେ ମହାନଦୀରେ ଭାସିଯାଇଥିବା ୫ ହାତୀ
ଭୁବନେଶ୍ୱର,୧୫ା୧୦ : ଆଠଗଡରୁ ଏକ ହାତୀପଲ ମହାନଦୀ ପାର ହୋଇ ଚନ୍ଦକା ଯାଉଥିବା ବେଳେ କଟକର ମୁଣ୍ଡଳୀ ଠାରେ ପ୍ରଖର ସ୍ରୋତରେ ୫ଟି ହାତୀ ଭାସିଯାଇଥିଲେ । ତେବେ ଭାସିଯାଇଥିବା ସମସ୍ତ ହାତୀ ସୁରକ୍ଷିତ ଭାବେ କୂଳରେ ଲାଗିସାରିଥିବା ଜଣାପଡିଛି । ଅନନ୍ତପୁର ଠାରେ ଗୋଟିଏ ହାତୀ କୂଳରେ ଲାଗିଥିବା ବେଳେ ନରାଜ ପାଖ କୂଳରେ ୩ଟି ଓ ଅନ୍ୟ ଗୋଟିଏ ସ୍ଥାନରେ ଅ।ଉ ଗୋଟିଏ ହାତୀ କୂଳରେ ଲାଗିଛି । ଆଠଗଡ଼ ରେଞ୍ଜର ରବୀନ୍ଦ୍ର ନାଥ ନାୟକ କହିଛନ୍ତି ଯେ ଉକ୍ତ ହାତୀ ପଲରେ ମୋଟ ୨୦ଟି ହାତୀ ଥିଲେ । ସେମାନଙ୍କ ମଧ୍ୟରୁ କିଛି ହାତୀ ଭାସିଯିବା ଖବର ପାଇବା ପରେ ହାତୀମାନଙ୍କୁ ଉଦ୍ଧାର କରିବା ପାଇଁ ବନ ବିଭାଗ କର୍ମଚରୀ ପହଂଚିିଥିଲେ । ବର୍ତମାନ ସବୁ ହାତୀ ସୁରଯକ୍ଷିତ ଅଛନ୍ତି ବୋଲି ସେ କହିଛନ୍ତି ।
ଆଞ୍ଚଳିକ
କୂଳରେ ଲାଗିଲେ ମହାନଦୀରେ ଭାସିଯାଇଥିବା ୫ ହାତୀ
More in ଆଞ୍ଚଳିକ
-
ଦେଶର ବିଭିନ୍ନ ସ୍ଥାନରେ ହର୍ଷ ଉଲ୍ଲାସରେ ଦୀପାବଳୀ ଉତ୍ସବ ପାଳନ କରାଯାଉଛି ا
ଭୁବନେଶ୍ୱର – ଦେଶର ବିଭିନ୍ନ ସ୍ଥାନରେ ହର୍ଷ ଉଲ୍ଲାସରେ ଦୀପାବଳୀ ଉତ୍ସବ ପାଳନ କରାଯାଉଛି ا ଘର ଆଗରେ...
-
ଭୁବନେଶ୍ୱରରୁ ଆରମ୍ଭହେଲା ପୁଣି କ୍ୟାଟେନମେଣ୍ଟ ଜୋନ l
ଭୁବନେଶ୍ୱରରୁ ଆରମ୍ଭହେଲା ପୁଣି କ୍ୟାଟେନମେଣ୍ଟ ଜୋନ l ଲୋକଙ୍କ ଆଶଙ୍କା ‘ଦ୍ୱାରଦେଶରେ କରୋନାର ତୃତୀୟ ଲହର ‘ !...
-
ବିଶିଷ୍ଟ ପ୍ରାଣୀ ବିଶେଷଜ୍ଞ ଡାକ୍ତର ଏସ.କେ ରାୟଙ୍କର ପରଲୋକ |
ବିଶିଷ୍ଟ ପ୍ରାଣୀ ବିଶେଷଜ୍ଞ ଡାକ୍ତର ଏସ.କେ ରାୟଙ୍କର ପରଲୋକ | ଭୁବନେଶ୍ୱର- 18/12 -ବିଶିଷ୍ଟ ପ୍ରାଣୀ ବିଶେଷଜ୍ଞ ଡାକ୍ତର...
-
ରାଜ୍ୟସ୍ତରୀୟ ହସ୍ତଶିଳ୍ପ ପ୍ରଦର୍ଶନୀର ଉଦଘାଟନ ଆଜି
ରାଜ୍ୟସ୍ତରୀୟ ହସ୍ତଶିଳ୍ପ ପ୍ରଦର୍ଶନୀର ଉଦଘାଟନ ଆଜି ଭୁବନେଶ୍ୱର, ୦୬ ଫେବୃଆରୀ – ଆସନ୍ତାକାଲି (ଶୁକ୍ରବାର) ଠାରୁ ଭୁବନେଶ୍ୱର ଜନତା...