Connect with us

ଆଞ୍ଚଳିକ

କିଏ କେଉଁଠି ପ୍ୟାରେଡରେ ଅଭିବାଦନ ଗ୍ରହଣ କରିବେ

ସାଙ୍କେତିକ

କିଏ କେଉଁଠି ପ୍ୟାରେଡରେ ଅଭିବାଦନ ଗ୍ରହଣ କରିବେ
ଭୁବନେଶ୍ୱର, ୦୯ ଅଗଷ୍ଟ – ଆସନ୍ତା ସ୍ୱାଧୀନତା ଦିବସ ଅବସରରେ କିଏ କେଉଁଠାରେ ପ୍ୟାରେଡ ଅଭିବାଦନ ଗ୍ରହଣ କରିବେ ସେଥି ନେଇ ସ୍ୱରାଷ୍ଟ୍ର ବିଭାଗ ପାଖରୁ ବିଜ୍ଞପ୍ତି ପ୍ରକାଶ ପାଇଛି ।
କଟକ ବାରବାଟୀ ଷ୍ଟାଡିୟମ ଠାରେ ଆୟୋଜିତ ହେବାକୁ ଥିବା ସ୍ୱାଧୀନତା ଦିବସ ପ୍ୟାରେଡରେ ରାଜ୍ୟ ଅର୍ଥ ମନ୍ତ୍ରୀ ନିରଂଜନ ପୁଜାରୀ ଅଭିବାଦନ ଗ୍ରହଣ କରିବେ । ସେହିପରି ପୁରୀ ଠାରେ ଅନୁଷ୍ଠିତ ହେବାକୁ ଥିବା ପ୍ୟାରେଡ ଉତ୍ସବରେ ଇସ୍ପାତ ଓ ଖଣି ମନ୍ତ୍ରୀ ପ୍ରଫୁଲ୍ଲ ମଲିକ, କେନ୍ଦ୍ରାପଡାରେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ, କଳାହାଣ୍ଡିରେ ଯୋଜନା ଓ ସଂଯୋଜନା ବିଭାଗ ମନ୍ତ୍ରୀ ପଦ୍ମନାଭ ବେହେରା, ମୟୁରଭଂଜରେ ଆଇନ, ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା, ଢେଙ୍କାନାଳ ଜିଲ୍ଲାରେ କୃଷି ମନ୍ତ୍ରୀ ଅରୁଣ କୁମାର ସାହୁ, ସୁନ୍ଦରଗଡ ଜିଲ୍ଲାରେ ରାଜସ୍ୱ ମନ୍ତ୍ରୀ ସୁଦାମ ମାରାଣ୍ଡି, କଳାହାଣ୍ଡି ଜିଲ୍ଲାରେ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ସୁଶାନ୍ତ ସିଂହ ଓ ବଲାଙ୍ଗୀର ଜିଲ୍ଲାରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନବ କିଶୋର ଦାସ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପ୍ୟାରେଡ ଅଭିବାଦନ ଗ୍ରହଣ କରିବେ ।
ଏହା ବ୍ୟତୀତ ନୟାଗଡ ଜିଲ୍ଲାରେ ମହିଳା ଓ ଶିଶୁ ବିକାଶ ବିଭାଗର ମନ୍ତ୍ରୀ ଶ୍ରୀମତୀ ଟୁକୁନି ସାହୁ, କେନ୍ଦୁଝର ଜିଲ୍ଲାରେ ଅନୁସୂଚିତ ଜାତି, ଜନଜାତି, ସଂଖ୍ୟା ଲଘୁ ବିଭାଗର ମନ୍ତ୍ରୀ ଶ୍ରୀ ଜଗନ୍ନାଥ ସାରକା, ସମ୍ବଲପୁର ଜିଲ୍ଲାରେ ଶକ୍ତି, ଶିଳ୍ପ ବିଭାଗର ମନ୍ତ୍ରୀ ଶ୍ରୀ ଦିବ୍ୟଶଙ୍କର ମିଶ୍ର, ବାଲେଶ୍ୱର ଜିଲ୍ଲାରେ ବିଜ୍ଞାନ ଓ ବୈଷୟିକ ବିଭାଗର ମନ୍ତ୍ରୀ ଅଶୋକ ପଣ୍ଡା, ଯାଜପୁର ଜିଲ୍ଲାରେ ବିଦ୍ୟାଳୟ ଗଣଶିକ୍ଷା ମନ୍ତ୍ରୀ ସମୀର ରଂଜନ ଦାଶ. ନବରଙ୍ଗପୁର ଜିଲ୍ଲାରେ ପର୍ଯ୍ୟଟନ, ଓଡିଆ ଭାଷା ଓ ସଂସ୍କୃତି ବିଭାଗର ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ, କୋରାପୁଟ ଜିଲ୍ଲାରେ ଦକ୍ଷତା ବିକାଶ, ବୈଷୟିକ ବିଭାଗର ମନ୍ତ୍ରୀ ପ୍ରେମାନନ୍ଦ ନାୟକ, ମାଲକାନଗିରି ଜିଲ୍ଲାରେ ଜଳ ସମ୍ପଦ ମନ୍ତ୍ରୀ ରଘୁନନ୍ଦନ ଦାସ, ରାୟଗଡା ଜିଲ୍ଲାରେ ହସ୍ତତନ୍ତ, ବୟନଶିଳ୍ପ ଓ ହସ୍ତଶିଳ୍ପ ମନ୍ତ୍ରୀ ପଦ୍ମିନୀ ଦିଆନ, ଗଜପତି ଜିଲ୍ଲାରେ କ୍ରୀଡା ଓ ଯୁବ ସେବା ବିଭାଗର ମନ୍ତ୍ରୀ ତୁଷାରକାନ୍ତି ବେହେରା ମୁଖ୍ୟ ଅତିଥି ରୁପେ ଯୋଗ ଦେଇ ପ୍ୟାରେଡ ଅଭିବାଦନ ଗ୍ରହଣ କରିବେ ।
ଅପର ପକ୍ଷରେ ଭଦ୍ରକ ଜିଲ୍ଲାରେ ରାଜସ୍ୱ ପର୍ଷଦର ସଭ୍ୟ , ଖୋର୍ଧା ଜିଲ୍ଲାରେ କେନ୍ଦ୍ରାଂଚଳ ଡିଭିଜନର ଆରଡିସି ଅନିଲ ସାମଲ, ବ୍ରହ୍ମପୁରରେ ଦକ୍ଷିଣାଂଚଳର ଆରଡିସି, ରାଉରକେଲାରେ ଉତରାଂଚଳର ଆରଡିସି ପ୍ୟାରେଡରେ ଅଭିବାଦନ ଗ୍ରହଣ କରିବେ । ବରଗଡ, ବୌଦ, ଦେଓଗଡ, ଗଂଜାମ, ଜଗତସିଂହପୁର, ଝାରସୁଗୁଡା, ନୂଆପଡା ଓ ସୁବର୍ଣପୁର ଜିଲ୍ଲା ମାନଙ୍କରେ ସଂପୃକ୍ତ ଜିଲ୍ଲାପାଳ ମାନେ ପ୍ୟାରେଡରେ ଅଭିବାଦନ ଗ୍ରହଣ କରିବେ ବୋଲି ଜଣା ପଡିଛି ।

Click to comment

Leave a Reply

Your email address will not be published. Required fields are marked *

More in ଆଞ୍ଚଳିକ