
ମହରମ୍ ପାଳିତ
ଭୁବନେଶ୍ୱର, ୦୯ ସେପ୍ଟେମ୍ବର – ସୋମବାର ମୁସଲମାନ ଧର୍ମାବଲମ୍ବୀଙ୍କର ମହରମ୍ ପର୍ବ ପାଳିତ ହୋଇଯାଇଛି । ଏଥିପାଇଁ ବିଭିନ୍ନ ମସଜିଦ୍ ପକ୍ଷରୁ ତାଜିଆ ଶୋଭାଯାତ୍ରା ବାହାରିଥିଲା । ହୁସେନଙ୍କ ବଳିଦାନ ଦିବସକୁ ମନେ ପକାଇ ଏହି ଦିନ ପାଳନ କରାଯାଇଥାଏ । ୟୁନିଟ୍ ୪ ସ୍ଥିତ ମସଜିଦ୍ , ୟୁନିଟ୍ ୩ , ରସୁଲଗଡ , ୟୁନିଟ୍ ୮ ସ୍ଥିତ ମସଜିଦ୍ ରେ ମହରମ୍ ପାଳିତ ହୋଇଥିଲା ।
