ଓଡ଼ିଶାରେ ଶିଳ୍ପ ପ୍ରତିଷ୍ଠା ଓ ପୁଞ୍ଜିନିବେଶ ପାଇଁ ପ୍ରୟାସ ସିଙ୍ଗାପୁରରେ ଅଭିନବୀକରଣ ସମ୍ମେଳନରେ ଓଡ଼ିଶା ପ୍ରତିନିଧି
ଭୁବନେଶ୍ୱର,୦୯ ସେପ୍ଟେମ୍ବର – ଓଡ଼ିଶାରେ ଶିଳ୍ପ ପ୍ରତିଷ୍ଠା ସକାଶେ ସିଙ୍ଗାପୁର ଶିଳ୍ପୋଦ୍ୟୋଗୀଗଣ ଆକୃଷ୍ଟ । ଏଣୁ ସିଙ୍ଗାପୁରଠାରେ ଓଡ଼ିଶା ସରକାରଙ୍କ ପ୍ରତିନିଧି ସିଙ୍ଗାପୁର ଗସ୍ତ କରି ଓଡ଼ିଶାରେ ଶିଳ୍ପ ପ୍ରତିଷ୍ଠା ଦିଗରେ ରହିଥିବା ଅନୁକୂଳ ବାତାବରଣ ଓ ସରକାରଙ୍କଠାରୁ ପ୍ରଦାନ କରାଯାଉଥିବା ସୁବିଧାସୁଯୋଗ ସଂପର୍କରେ ଅବଗତ କରାଯାଉଛି । ଶିଳ୍ପ, ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ, ଗୃହ ମନ୍ତ୍ରୀ କ୍ୟାପ୍ଟେନ୍ ଦିବ୍ୟ ଶଙ୍କର ମିଶ୍ର ଏବଂ ଇପିକଲର ପରି·ଳନା ନିର୍ଦ୍ଦେଶକ ତଥା ଶିଳ୍ପ ବିଭାଗର ସ୍ୱତନ୍ତ୍ର ସଚିବ ଶ୍ରୀ ନୀତିନ ଭାନୁଦାସ ଜୱାଲେ ଏବଂ ଟାଟା ଗ୍ରୁପ୍, ଇଣ୍ଡିଆନ୍ ଅଏଲ୍ କର୍ପୋରେସନ୍ ଲିମିଟେଡ୍, ହଳଦିଆ ପେଟ୍ରୋକେମିକାଲସ୍ ଶିଳ୍ପୋଦ୍ୟୋଗୀଗଣ ସିଙ୍ଗାପୁରର ମେରାଇନ୍ ବେ ସେଣ୍ଡସ୍ ଏକ୍ସପୋ ଏବଂ ସମ୍ମିଳନୀ କକ୍ଷଠାରେ ଅନୁଷ୍ଠିତ ଅଭିନବୀକରଣ ଶିଖରରେ ଯୋଗଦେଇ ଓଡ଼ିଶାରେ ପୁଞ୍ଜିନିବେଶ ଦିଗରେ ଥିବା ସୁବିଧାସୁଯୋଗ ସଂପର୍କରେ ମତାମତ ଉପସ୍ଥାପନ କରିଥିଲେ । ସିଙ୍ଗାପୁରଠାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମଟିକୁ ଭାରତ ସରକାରଙ୍କ ହାଇକମିଶନର ଆୟୋଜନ କରିଥିଲେ । ଭାରତୀୟ ବୈଦେଶିକ ମନ୍ତ୍ରଣାଳୟର ବୈଦେଶିକ ମନ୍ତ୍ରୀ ଡ. ଏସ୍. ଜୟଶଙ୍କର ଏବଂ ସିଙ୍ଗାପୁର ବୈଦେଶିକ ମନ୍ତ୍ରଣାଳୟର ବୈଦେଶିକ ମନ୍ତ୍ରୀ ଡ. ଭିଭିଆନ୍ ବାଲକ୍ରିଷ୍ଣ ମୁଖ୍ୟ ଅତିଥି ରୂପେ ଯୋଗଦେଇ ଦୁଇଦେଶ ମଧ୍ୟରେ ସୁସଂପର୍କ ସ୍ଥାପନ କରି ଶିଳ୍ପ ପ୍ରତିଷ୍ଠା ଅଭିବୃଦ୍ଧି ଉପରେ ଗୁରୁତ୍ୱ ଆରୋପ କରିଥିଲେ । ମନ୍ତ୍ରୀ କ୍ୟାପ୍ଟେନ୍ ମିଶ୍ର ଓଡ଼ିଶାରେ ଶିଳ୍ପ ପ୍ରତିଷ୍ଠା ଦିଗରେ ଅନୁକୂଳ ବାତାବରଣ ରହିଛି ଏବଂ ଏଥି ସକାଶେ ଓଡ଼ିଶା ସରକାର ସମସ୍ତ ପ୍ରକାର ସୁବିଧାସୁଯୋଗ ଯୋଗାଇଦେବା ସକାଶେ ପ୍ରତିଶ୍ରୁତିବଦ୍ଧ ବୋଲି ଜଣାଇ ସୁବିସ୍ତୃତ ତଥ୍ୟ ପ୍ରଦାନ କରିଥିଲେ । ଶିଳ୍ପ ବିଭାଗର ସ୍ୱତନ୍ତ୍ର ସଚିବ ଶ୍ରୀ ଜୱାଲେ ଓଡ଼ିଶାରେ ଶିଳ୍ପ ପ୍ରତିଷ୍ଠା ଦିଗରେ ୧୦ଟି ଆଭିମୁଖ୍ୟ ସଂପର୍କରେ ଉପସ୍ଥାପନ କରିଥିଲେ । ଟାଟା ଗ୍ରୁପ୍ର ଶ୍ରୀ ଅରୁଣ ମିଶ୍ର ଏବଂ ପ୍ରଶାନ୍ତ ମଲ୍ଲିକ ଓଡ଼ିଶାର ଗୋପାଳପୁରଠାରେ ଶିଳ୍ପ ପାର୍କ ଓ ଏସ୍ଇଜେଡ୍ କାର୍ଯ୍ୟକାରିତା ନେଇ ନିଜ ନିଜର ମତାମତ ଉପସ୍ଥାପନ କରିବା ସହିତ ଓଡ଼ିଶା ସରକାର ଶିଳ୍ପ ପ୍ରତିଷ୍ଠା ଦିଗରେ ପ୍ରଦାନ କରାଯାଉଥିବା ପଯର୍ୟାପ୍ତ ସୁବିଧାସୁଯୋଗ ବିଷୟରେ ଅବଗତ କରାଇଥିଲେ । ଇପିକଲ୍ର ଡ. ଧନଞ୍ଜୟ ଶ୍ରୀବାସ୍ତବ ଏବଂ ହଳଦିଆ ପେଟ୍ରୋକେମିକାଲସ୍ ଓଡ଼ିଶାର ପ୍ରତିନିଧିତ୍ୱ କରି ନିଜ ମତ ଉପସ୍ଥାପନ କରିଥିଲେ । ସିଙ୍ଗାପୁର ଗସ୍ତରେ ଥିବା ସମସ୍ତ ପ୍ରତିନିଧିଗଣ ସିଙ୍ଗାପୁରଠାରେ ରହିଥିବା ଜୁରେଙ୍ଗ ପେଟ୍ରୋକେମିକାଲସ୍ ଅଂଚଳ ଏବଂ କେତେକ ଷ୍ଟାର୍ଟ ଅପ୍ ଇନ୍କ୍ୟୁବେଟର୍ସକୁ ପରିଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି ।
ଓଡିଶା
ଓଡ଼ିଶାରେ ଶିଳ୍ପ ପ୍ରତିଷ୍ଠା ଓ ପୁଞ୍ଜିନିବେଶ ପାଇଁ ପ୍ରୟାସ ସିଙ୍ଗାପୁରରେ ଅଭିନବୀକରଣ ସମ୍ମେଳନରେ ଓଡ଼ିଶା ପ୍ରତିନିଧି
More in ଓଡିଶା
-
ଦେଶର ବିଭିନ୍ନ ସ୍ଥାନରେ ହର୍ଷ ଉଲ୍ଲାସରେ ଦୀପାବଳୀ ଉତ୍ସବ ପାଳନ କରାଯାଉଛି ا
ଭୁବନେଶ୍ୱର – ଦେଶର ବିଭିନ୍ନ ସ୍ଥାନରେ ହର୍ଷ ଉଲ୍ଲାସରେ ଦୀପାବଳୀ ଉତ୍ସବ ପାଳନ କରାଯାଉଛି ا ଘର ଆଗରେ...
-
ଭୁବନେଶ୍ୱରରୁ ଆରମ୍ଭହେଲା ପୁଣି କ୍ୟାଟେନମେଣ୍ଟ ଜୋନ l
ଭୁବନେଶ୍ୱରରୁ ଆରମ୍ଭହେଲା ପୁଣି କ୍ୟାଟେନମେଣ୍ଟ ଜୋନ l ଲୋକଙ୍କ ଆଶଙ୍କା ‘ଦ୍ୱାରଦେଶରେ କରୋନାର ତୃତୀୟ ଲହର ‘ !...
-
ବିଶିଷ୍ଟ ପ୍ରାଣୀ ବିଶେଷଜ୍ଞ ଡାକ୍ତର ଏସ.କେ ରାୟଙ୍କର ପରଲୋକ |
ବିଶିଷ୍ଟ ପ୍ରାଣୀ ବିଶେଷଜ୍ଞ ଡାକ୍ତର ଏସ.କେ ରାୟଙ୍କର ପରଲୋକ | ଭୁବନେଶ୍ୱର- 18/12 -ବିଶିଷ୍ଟ ପ୍ରାଣୀ ବିଶେଷଜ୍ଞ ଡାକ୍ତର...
-
‘ସାମସ’ ର ତ୍ରୁଟିପୂର୍ଣ୍ଣ ଏସଓପି ଯୋଗୁଁ ଶହ ଶହ ଛାତ୍ର ଛାତ୍ରୀଙ୍କ ମନରେ ଅଶାନ୍ତି |
‘ସାମସ’ ର ତ୍ରୁଟିପୂର୍ଣ୍ଣ ଏସଓପି ଯୋଗୁଁ ଶହ ଶହ ଛାତ୍ର ଛାତ୍ରୀଙ୍କ ମନରେ ଅଶାନ୍ତି | ଭୁବନେଶ୍ୱର –...