ବିଧାନସଭାରେ ରିପୋର୍ଟ ଉପସ୍ଥାପନ କଲେ ୧୦ ଷ୍ଟାଣ୍ଡିଂ କମିଟି ଅଧ୍ୟକ୍ଷ
ଭୁବନେଶ୍ୱର, ୧୨ ଜୁଲାଇ – ରାଜ୍ୟ ଆଇନ ମନ୍ତ୍ରୀ ପ୍ରତାପ ଜେନା ଓଡିଶା ମାନବିକ ଅଧିକାର ଆୟୋଗଙ୍କ ୨୦୧୭-୧୮ ମସିହାର ବାର୍ଷିକ ରିପୋର୍ଟ ଏବଂ ଏଥିରେ ଥିବା ସୁପାରିଶ ଉପରେ ନିଆଯାଇଥିବା କାର୍ଯ୍ୟାନୁଷ୍ଠାନ ସମ୍ପର୍କିତ ରିପୋର୍ଟ ବିଧାନସଭାରେ ଉପସ୍ଥାପନ କରିଥିଲେ । ସେହିପରି ବିଧାନସଭା ଷ୍ଟାଣ୍ଡିଂ କମିଟି ଅଧ୍ୟକ୍ଷମାନେ ୩୮ଟି ବିଭାଗ ସମ୍ପର୍କିୟ ଅନୁଦାନ ଦାବି ଯାଂଚ ସଂକ୍ରାନ୍ତୀୟ ପ୍ରଥମ ରିପୋର୍ଟ ଉପସ୍ଥାପନ କରିଥିଲେ ।
ଷ୍ଟାଣ୍ଡିଂ କମିଟି -୧ ଅଧ୍ୟକ୍ଷ କିଶୋର ମହାନ୍ତି ସ୍ୱରାଷ୍ଟ୍ର , ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ଏବଂ ଆଇନ୍ ବିଭାଗ ରିପୋର୍ଟ ଉପସ୍ଥାପନ କରିଥିବା ବେଳେ ବିଭାଗୀୟ ସ୍ଥାୟୀ କମିଟି – ୨ ଅଧ୍ୟକ୍ଷ ନୃସିଂହ ଚରଣ ସାହୁ ଜଳ ସମ୍ପଦ , କୃଷି ଓ କୃଷକ ସଶକ୍ତିକରଣ ,ମତ୍ସ୍ୟ ଓ ପଶୁ ସମ୍ପଦ ବିଭାଗୀୟ ରିପୋର୍ଟ ଉପସ୍ଥାପନ କରିଥିଲେ ।
ସେହିପରି ୩ ନଂ କିମଟି ଅଧ୍ୟକ୍ଷ ପ୍ରଫୁଲ୍ଲ ସାମଲ ପର୍ଯ୍ୟଟନ , ସଂସ୍କୃତି , ଗୃହ ନିର୍ମାଣ , ସୂଚନା ଓ ଲୋକସମ୍ପର୍କ ବିଭାଗ , ୪ନଂ କମିଟି ଅଧ୍ୟକ୍ଷ ଭୂପିନ୍ଦର ସିଂହ ବିଦ୍ୟାଳୟ ଓ ଗଣଶିକ୍ଷା , କ୍ରୀଡା, ଉଚ୍ଚଶିକ୍ଷା , ବିଜ୍ଞାନ ଓ ବୈଷୟିକ ,ଆଇଟି ରିପୋର୍ଟ ଦେଇଥିଲେ । ୫ ନଂ କମିଟିର ଅଶ୍ୱିନି ପାତ୍ର ସ୍ୱାସ୍ଥ୍ୟ , ମହିଳା ଓ ଶିଶୁ ବିକାଶ , ସାମାଜିକ ସୁରକ୍ଷା ବିଭାଗ , ୬ ନଂ କିମିଟି ଅଧ୍ୟକ୍ଷ ନରସିଂହ ମିଶ୍ର ହସ୍ତତନ୍ତ , ବୟନ ଶିଳ୍ପ , ଖାଦ୍ୟଯୋଗାଣ , ସମବାୟ ବିଭାଗ , ୭ନଂ କମିଟି ଅଧ୍ୟକ୍ଷ ପ୍ରଦୀପ ଅମାତ୍ ଶିଳ୍ପ. ଇସ୍ପାତ ଓ ଖଣି , ବାଣିଜ୍ୟ , ପରିବହନ , ଜଙ୍ଗଲ ଓ ପରିବେଶ, ଯୋଜନା ସଂଯୋଜନା ବିଭାଗ ରିପୋର୍ଟ ଦେଇଥିଲେ ।
୮ ନଂ କମିଟି ଅଧ୍ୟକ୍ଷ ମୋହନ ମାଝୀ ଅନୁସୂଚିତ ଜାତି ଓ ଜନଜାତି କଲ୍ୟାଣ ,ଏମଏସଏମଇ , ସରକାରୀ ଉଦ୍ୟୋଗ , ୯ ନଂ କମିଟି ଅଧ୍ୟକ୍ଷ ଦେବୀ ପ୍ରସାଦ ମିଶ୍ର ପଂଚାୟତିରାଜ ପାନୀୟ ଜଳ , ଗ୍ରାମ୍ୟ ଉନ୍ନୟନ ଏବଂ ୧୦ ନଂ ସ୍ଥାୟୀ କମିଟି ଅଧ୍ୟକ୍ଷ ସୁବ୍ରତ ତରାଇ ଶକ୍ତି , ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ଓ ଅବକାରୀ ବିଭାଗର ରିପୋର୍ଟ ପ୍ରଦାନ କରିଥିଲେ ।
ଓଡିଶା
ବିଧାନସଭାରେ ରିପୋର୍ଟ ଉପସ୍ଥାପନ କଲେ ୧୦ ଷ୍ଟାଣ୍ଡିଂ କମିଟି ଅଧ୍ୟକ୍ଷ
More in ଓଡିଶା
-
ଦେଶର ବିଭିନ୍ନ ସ୍ଥାନରେ ହର୍ଷ ଉଲ୍ଲାସରେ ଦୀପାବଳୀ ଉତ୍ସବ ପାଳନ କରାଯାଉଛି ا
ଭୁବନେଶ୍ୱର – ଦେଶର ବିଭିନ୍ନ ସ୍ଥାନରେ ହର୍ଷ ଉଲ୍ଲାସରେ ଦୀପାବଳୀ ଉତ୍ସବ ପାଳନ କରାଯାଉଛି ا ଘର ଆଗରେ...
-
ଭୁବନେଶ୍ୱରରୁ ଆରମ୍ଭହେଲା ପୁଣି କ୍ୟାଟେନମେଣ୍ଟ ଜୋନ l
ଭୁବନେଶ୍ୱରରୁ ଆରମ୍ଭହେଲା ପୁଣି କ୍ୟାଟେନମେଣ୍ଟ ଜୋନ l ଲୋକଙ୍କ ଆଶଙ୍କା ‘ଦ୍ୱାରଦେଶରେ କରୋନାର ତୃତୀୟ ଲହର ‘ !...
-
ବିଶିଷ୍ଟ ପ୍ରାଣୀ ବିଶେଷଜ୍ଞ ଡାକ୍ତର ଏସ.କେ ରାୟଙ୍କର ପରଲୋକ |
ବିଶିଷ୍ଟ ପ୍ରାଣୀ ବିଶେଷଜ୍ଞ ଡାକ୍ତର ଏସ.କେ ରାୟଙ୍କର ପରଲୋକ | ଭୁବନେଶ୍ୱର- 18/12 -ବିଶିଷ୍ଟ ପ୍ରାଣୀ ବିଶେଷଜ୍ଞ ଡାକ୍ତର...
-
‘ସାମସ’ ର ତ୍ରୁଟିପୂର୍ଣ୍ଣ ଏସଓପି ଯୋଗୁଁ ଶହ ଶହ ଛାତ୍ର ଛାତ୍ରୀଙ୍କ ମନରେ ଅଶାନ୍ତି |
‘ସାମସ’ ର ତ୍ରୁଟିପୂର୍ଣ୍ଣ ଏସଓପି ଯୋଗୁଁ ଶହ ଶହ ଛାତ୍ର ଛାତ୍ରୀଙ୍କ ମନରେ ଅଶାନ୍ତି | ଭୁବନେଶ୍ୱର –...