Connect with us

ଓଡିଶା

ଆଖଣ୍ଡଳମଣିଙ୍କ ଶିବ ବିବାହ ଉତ୍ସବ ଆଉମାତ୍ର ୪ଦିନ

ସାଙ୍କେତିକ

ଆଖଣ୍ଡଳମଣିଙ୍କ ଶିବ ବିବାହ ଉତ୍ସବ ଆଉମାତ୍ର ୪ଦିନ : ଆଗେଇ ଚାଲିଛି ତୋରଣ ଓ ବେଦୀ ନିର୍ମାଣ କାର୍ଯ୍ୟ, ପୀଠରେ ତ୍ରୀସ୍ତରୀୟ ସୁରକ୍ଷା ବ୍ୟବସ୍ଥା ପାଇଁ ପୁଲିସ ପକ୍ଷରୁ ବ୍ୟାପକ ପ୍ରସ୍ତୁତି
ଭଦ୍ରକ, ୩ ଜୁନ୍ – ପ୍ରସିଦ୍ଧ ମଣିକ୍ଷେତ୍ର ଆରଡିଧାମର ବାବା ଆଖଣ୍ଡଳମଣିଙ୍କ ପ୍ରସିଦ୍ଧ ଶିବ ବିବାହ ଉତ୍ସବ ଆଉମାତ୍ର ୪ଦିନ ବାକି ଥିବାରୁ ସମସ୍ତ ପ୍ରସ୍ତୁତି କାର୍ଯ୍ୟ ବିଭିନ୍ନ ସେବାକାରଙ୍କ ପକ୍ଷରୁ ଆଗେଇ ଚାଲିଛି । ବିଶେଷକରି ବିବାହ ମଣ୍ଡପ, ବେଦୀ ନିର୍ମାଣ, ତୋରଣ କାର୍ଯ୍ୟ ଆଦି ପ୍ରଶାସନ ପକ୍ଷରୁ ଆରମ୍ଭ ହୋଇଥିବା ବେଳେ ଦେବଦମ୍ପତ୍ତିଙ୍କ ମାଙ୍ଗଳିକ କାର୍ଯ୍ୟ ନିମନ୍ତେ ବରପିତା ଓ କନ୍ୟାପିତାଙ୍କ ସମେତ ସମସ୍ତ ସେବାୟତଙ୍କ ପକ୍ଷରୁ ନିଜ ନିଜ ଘରେ ସାଜସଜା ଆରମ୍ଭ ହୋଇଯାଇଛି ।

ଏହି ବିବାହ ଉତ୍ସବରେ ବରାନୁଗମନ ଶୋଭାଯାତ୍ରା ଦେଖିବା ପାଇଁ ରାଜ୍ୟ ଓ ରାଜ୍ୟ ବାହାରୁ ଅଗଣିତ ଭକ୍ତଙ୍କ ଭିଡ ପରିଲିକ୍ଷିତ ହେବ । ସେଥିପାଇଁ ପୁଲିସ ପ୍ରଶାସନ ପକ୍ଷରୁ ପୀଠରେ ତ୍ରୀସ୍ତରୀୟ ସୁରକ୍ଷା ବ୍ୟବସ୍ଥା ସହ ବରାନୁଗମନ ଶୋଭାଯାତ୍ରାରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯିବ ବୋଲି ସ୍ଥାନୀୟ ଫାଣ୍ଡି ଅଧିକାରୀ ବ୍ରଜକିଶୋର ଦାସ ପ୍ରକାଶ କରିଛନ୍ତି । ତାହାସହ ଭିଡସ୍ଥାନରେ ସାଧା ପୁଲିସ ପଇଁତରା ମାରିବା ସହ ବିବାହ ଶୋଭାଯାତ୍ରା ସମୟରେ ବସଷ୍ଟାଣ୍ଡ ଠାରୁ ଧର୍ମଶାଳା ପଡିଆ ପର୍ଯ୍ୟନ୍ତ ସମସ୍ତ ଛୋଟବଡ ଯାନବାହନ ଗୁଡିକୁ ବନ୍ଦ ରଖା ଯିବା ସହ ଟ୍ରାଫିକ ବ୍ୟବସ୍ଥା କଡାକଡି କରାଯିବା ପାଇଁ ନିଷ୍ପତି ନିଆଯାଇଥିବା ଶ୍ରୀ ଦାସ ପ୍ରକାଶ କରିଛନ୍ତି । ଅନ୍ୟପଟେ ମଣିବାବାଙ୍କ ମନ୍ଦିର ସେବାକାରିଙ୍କ ପକ୍ଷରୁ ସଫେଇ କରାଯିବା ସହିତ ମୁଖ୍ୟ ମନ୍ଦିର, ଚତୁଃପାଶ୍ୱର୍ ମନ୍ଦିର, ଶିବଗଙ୍ଗା ପୁଷ୍କରିଣୀ ଆଦି ସ୍ଥାନକୁ ସୁସଜ୍ଜିତ ଆଲୋକରେ ସଜ୍ଜିତ ପାଇଁ ବିଦ୍ୟୁତ କାରୀଗରଙ୍କ ପକ୍ଷରୁ ସମସ୍ତ କାର୍ଯ୍ୟ ଆରମ୍ଭ ହୋଇଛି ।

ଏଥିସହ ମନ୍ଦିର ଦକ୍ଷିଣ ଦ୍ୱାର ଠାରୁ ବସଷ୍ଟାଣ୍ଡ ପର୍ଯ୍ୟନ୍ତ ଉଜ୍ୱଳ ଆଲୋକ ବ୍ୟବସ୍ଥା କରାଯିବ ବୋଲି ମନ୍ଦିର ପରିଚାଳକ ବିଦ୍ୟାଧର ପଲାଇ ପ୍ରକାଶ କରିଛନ୍ତି । ଚଳିତ ଶିବ ବିବାହ ମହୋତ୍ସବର ବରାନୁଗମନ ଶୋଭାଯାତ୍ରାରେ ବିଦ୍ୟୁତ ଚାଳିତ ଡାଇନୋସର ଓ ବାଘ ମୁଖ୍ୟ ଆକର୍ଷଣ ସାଜିବ ବୋଲି ଉଭୟ ମନ୍ଦିର ସେବାୟତ ଓ ପ୍ରଶାସନଙ୍କ ପକ୍ଷରୁ ପ୍ରକାଶ ପାଇଛି ।

Click to comment

Leave a Reply

Your email address will not be published. Required fields are marked *

More in ଓଡିଶା