ବିଜେପି ସରକାରକୁ ଆସିଲେ ଗରିବ ଲୋକଙ୍କୁ ପଟ୍ଟାଯୁକ୍ତ ଜମି ଓ ପକ୍କା ଘର ଦିଆଯିବ – ଧର୍ମେନ୍ଦ୍ର ପ୍ରଧାନ
ଉମରକୋଟ, ୦୧ ଏପ୍ରିଲ – ଭାରତୀୟ ଜନତା ପାର୍ଟି ଦିଲ୍ଲୀ ଓ ଓଡିଶାରେ ହେଲେ କୃଷିଜାତ ଶିଳ୍ପର ପେଣ୍ଠସ୍ଥଳ ନବରଙ୍ଗପୁର ହେବ । ଏଠାରେ ମକା ଆଧାରିତ ଶିଳ୍ପ ପାଇଁ କାରଖାନା ତିଆରି କରାଯିବ । ବୈକଳ୍ପିକ ପଦ୍ଧତିରେ ମକାରୁ ପେଟ୍ରୋଲ ଓ ଡିଜେଲ ବାହାର କରାଯିବ । ନବରଙ୍ଗପୁର ଜିଲ୍ଲା ପେଟ୍ରୋଲ ଓ ଡିଜେଲର ଆବଶ୍ୟକତାକୁ ପୂରଣ କରିବ । ଜିଲ୍ଲାର ଆଦିବାସୀ, ଚାଷୀ, ପଛୁଆ ବର୍ଗର ଲୋକମାନେ ଏଠାରେ ମକା ଉତ୍ପାଦିତ କରି ପେଟ୍ରୋଲ ଡିଜେଲ ତିଆରି କରିବେ । ଫଳରେ ନବରଙ୍ଗପୁରରେ ଶିଳ୍ପ ପ୍ରତିଷ୍ଠା ପାଇଁ ପୁଞ୍ଜି ଆସିବ ଏବଂ ଏହାଦ୍ୱାରା ଜିଲ୍ଲାରେ ରୋଜଗାର ବଢିବ ଏବଂ ସ୍ଥାନୀୟ ଅର୍ଥନୀତି ବିକଶିତ ହୋଇପାରିବ ।
ଏଥିପାଇଁ ନବରଙ୍ଗପୁରବାସୀଙ୍କ ନରେନ୍ଦ୍ର ମୋଦିଙ୍କୁ ପ୍ରତି ଆଶୀର୍ବାଦ ରହିବା ଦରକାର ବୋଲି ଆହ୍ୱାନ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ସେହିପରି ବିଜେପି ସରକାରକୁ ଆସିଲେ ଆଗାମୀ ୫ ବର୍ଷରେ ନବରଙ୍ଗପୁର ଜିଲ୍ଲାରେ ଏକ ବିଶେଷ କମିଶନ ବସାଇ ଗରିବ ଲୋକଙ୍କୁ ପଟ୍ଟାଯୁକ୍ତ ଜମି, ଘରଡିହ ସହ ପକ୍କା ଘର ଦିଆଯିବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।
ନବରଙ୍ଗପୁର ଜିଲ୍ଲା ଉମରକୋଟରେ ବିଜେପିର ବିଜୟ ସଂକଳ୍ପ ସଭାରେ ପବିତ୍ର ଉକ୍ରଳ ଦିବସକୁ ସ୍ୱାଗତ ଜଣାଇ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି ୧୯୩୬ ମସିହାରେ ଓଡିଶା ଦେଶର ପ୍ରଥମ ଭାଷାଭିତିକ ରାଜ୍ୟ ଭାବେ ଜନ୍ମ ନେଇଥିଲା । ଗତ ୨୯ ତାରିଖରେ ଦେଶର ଲୋକପ୍ରିୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶହୀଦ ଲଖ୍ମଣ ନାୟକଙ୍କର ବଳିଦାନ ଦିବସରେ କୋରାପୁଟର ଜୟପୁରକୁ ଆସିଥିବା ବେଳେ ନୂଆ ଭାରତ, ନୂଆ ଓଡିଶା ତଥା ଓଡିଶା ଓ ଦିଲ୍ଲୀରେ ଡବଲ ଇଞ୍ଜିନ ସରକାର ଲଗାଇବା ପାଇଁ ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନକୁ ଉମୋରକୋଟରେ ପହଁଚାଇବା ପାଇଁ ଆଜି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ ଓଡିଶା ଆସିଛନ୍ତି ବୋଲି ଶ୍ରୀ ପ୍ରଧାନ କହିଛନ୍ତିା
କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି ଯେ ରାଜ୍ୟରେ ବିଧାନସଭା ନିର୍ବାଚନ ହେବାକୁ ଥିବା ବେଳେ ରାଜ୍ୟରେ ୧୯ ବର୍ଷର କୁଶାସନ, ଅତ୍ୟାଚାରୀ, ନାରୀ, ଯୁବ, କୃଷକ, ଆଦିବାସୀ, ଦଳିତ ଓ ପଛୁଆ ବର୍ଗର ବିରୋଧୀ ଶାସନ ଚାଲିଛି । ଏହାକୁ ବଦଳେଇବାର ସମୟ ଆସିଛି । ଗୋଟିଏ ପଟେ ୧୯ ବର୍ଷ ଶାସନର ଅବ୍ୟବସ୍ଥା ଓ ଆଉ ଗୋଟିଏ ପଟେ ୫ ବର୍ଷର କଲ୍ୟାଣକାରୀ ଯୋଜନାର ଶାସନ । ଶ୍ରୀ ପ୍ରଧାନ କହିଛନ୍ତି ଯେ ଓଡିଶାର କୁଶାସନକୁ ବଦଳେଇବା ଦରକାର । ଶ୍ରୀ ପ୍ରଧାନ କହିଛନ୍ତି ଯେ ଏ ଅଂଚଳର ଯୁବକ କାମ ପାଇଁ ବାହାରକୁ ଯାଉଛି । ଏ ଅଂଚଳରେ କାମ ସୃଷ୍ଟିରେ ହେବା ଦରକାର । ନିଜ ଜିଲ୍ଲାର ଲୋକଙ୍କୁ କାମ ଦେଇ ଅନ୍ୟ ସବୁ ଜିଲ୍ଲାର ଲୋକଙ୍କୁ କାମ ଦେବାର ସମ୍ଭାବନା ନବରଙ୍ଗପୁର ପାଖରେ ଅଛି । ସେହିପରି ଓଡିଶା ଓ ଦିଲ୍ଲୀରେ ମୋଦିଙ୍କ ଡବଲ ଇଞ୍ଜିନ ଲାଗିଲେ ଗରିବଙ୍କ ପାଇଁ ଆସୁଥିବା ଟଙ୍କା ବିଜୁ ଜନତା ଦଳର ଦଲାଲାମାନଙ୍କ ପକେଟକୁ ଯିବନାହିଁ ବୋଲି ସେ କହିଛନ୍ତି ।
ଓଡିଶା
ଗରିବ ଲୋକଙ୍କୁ ପଟ୍ଟାଯୁକ୍ତ ଜମି ଓ ପକ୍କା ଘର ଦିଆଯିବ – ଧର୍ମେନ୍ଦ୍ର ପ୍ରଧାନ
More in ଓଡିଶା
-
ଦେଶର ବିଭିନ୍ନ ସ୍ଥାନରେ ହର୍ଷ ଉଲ୍ଲାସରେ ଦୀପାବଳୀ ଉତ୍ସବ ପାଳନ କରାଯାଉଛି ا
ଭୁବନେଶ୍ୱର – ଦେଶର ବିଭିନ୍ନ ସ୍ଥାନରେ ହର୍ଷ ଉଲ୍ଲାସରେ ଦୀପାବଳୀ ଉତ୍ସବ ପାଳନ କରାଯାଉଛି ا ଘର ଆଗରେ...
-
ଭୁବନେଶ୍ୱରରୁ ଆରମ୍ଭହେଲା ପୁଣି କ୍ୟାଟେନମେଣ୍ଟ ଜୋନ l
ଭୁବନେଶ୍ୱରରୁ ଆରମ୍ଭହେଲା ପୁଣି କ୍ୟାଟେନମେଣ୍ଟ ଜୋନ l ଲୋକଙ୍କ ଆଶଙ୍କା ‘ଦ୍ୱାରଦେଶରେ କରୋନାର ତୃତୀୟ ଲହର ‘ !...
-
ବିଶିଷ୍ଟ ପ୍ରାଣୀ ବିଶେଷଜ୍ଞ ଡାକ୍ତର ଏସ.କେ ରାୟଙ୍କର ପରଲୋକ |
ବିଶିଷ୍ଟ ପ୍ରାଣୀ ବିଶେଷଜ୍ଞ ଡାକ୍ତର ଏସ.କେ ରାୟଙ୍କର ପରଲୋକ | ଭୁବନେଶ୍ୱର- 18/12 -ବିଶିଷ୍ଟ ପ୍ରାଣୀ ବିଶେଷଜ୍ଞ ଡାକ୍ତର...
-
‘ସାମସ’ ର ତ୍ରୁଟିପୂର୍ଣ୍ଣ ଏସଓପି ଯୋଗୁଁ ଶହ ଶହ ଛାତ୍ର ଛାତ୍ରୀଙ୍କ ମନରେ ଅଶାନ୍ତି |
‘ସାମସ’ ର ତ୍ରୁଟିପୂର୍ଣ୍ଣ ଏସଓପି ଯୋଗୁଁ ଶହ ଶହ ଛାତ୍ର ଛାତ୍ରୀଙ୍କ ମନରେ ଅଶାନ୍ତି | ଭୁବନେଶ୍ୱର –...