
ଭୁବନେଶ୍ୱର, ୩୧ ଜାନୁଆରୀ – ଚିଟଫଣ୍ଡ ଜମାକାରୀ ମାନଙ୍କର ଜମା ଟଙ୍କା ଫେରସ୍ତ କରାନଗଲେ ତାର ପ୍ରତିବାଦରେ ରାଜଧାନୀରେ ଜମାକାରୀ ସଂଘ ପକ୍ଷରୁ ସତ୍ୟାଗ୍ରହ କରାଯିବ ବୋଲି ଏହାର ସାଧାରଣ ସମ୍ପାଦକ ଜୟନ୍ତ ଦାସ ପ୍ରକାଶ କରିଛନ୍ତି । ସେ କହିଛନ୍ତି ଯେ, ଆସନ୍ତା ୧୫ ତାରିଖ ସୁଦ୍ଧା ଟଙ୍କା ଫେରସ୍ତ ଦେବା ପାଇଁ ସରକାରଙ୍କୁ ଡେଡଲାଇନ ଦିଆଯାଇଛି । ଏହି ସମୟ ମଧ୍ୟରେ ଟଙ୍କା ନ ମିଳିଲେ ୧୯ ତାରିଖ ଦିନ ସମସ୍ତ ଚିଟଫଣ୍ଡ ସଂସ୍ଥାର ଜମାକାରୀ ମାନେ ଅନିର୍ଦ୍ଦିଷ୍ଟ କାଳ ପାଇଁ ସତ୍ୟାଗ୍ରହ କରିବେ ।
