Connect with us

ଓଡିଶା

ଖଡିଆଳ ଏନଏସି ଓ ପଂଚାୟତରେ ପିଠା କାର୍ଯ୍ୟକ୍ରମ

ସାଙ୍କେତିକ

ଖଡିଆଳ ଏନଏସି ଓ ପଂଚାୟତରେ ପିଠା କାର୍ଯ୍ୟକ୍ରମ
ନୂଆପଡା:- ନୂଆପଡା ଜିଲ୍ଲା ଖଡିଆଳ ବିଜ୍ଞାପିତ ଅଂଚଳ ପରିଷଦରେ ରାଜ୍ୟ ସରକାରଙ୍କ ଜନାଭିମୁଖୀ କାର୍ଯ୍ୟକ୍ରମକୁ ଜନସାଧାରଣଙ୍କୁ ସଚେତନ କରିବା ନିମନ୍ତେ ପିଠା କାର୍ଯ୍ୟକ୍ରମ ଶୁକ୍ରବାର ଚତୁର୍ଥ ଦିନରେପହଂଚିଛି । ଚତୁର୍ଥ ଦିନର କାର୍ଯ୍ୟକ୍ରମରେ ଖଡିଆଳ ବିଜ୍ଞାପିତ ଅଂଚଳ ପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀ କିଶୋର ଚନ୍ଦ୍ର ସାହୁ ନେତୃତ୍ୱ ନେଇଥିବା ବେଳେ ଅତିଥି ଭାବରେ ସାମ୍ବାଦିକ ହେମନ୍ତ କୁମାର ବେହେରା, ଅଜିତ ପଣ୍ଡା ଓ ତପନ ରଞ୍ଜନ ଦାଶ ଯୋଗଦାନ କରି ବିଜ୍ଞାପିତ ଅଂଚଳରେ ଅନୁଷ୍ଠିତ ୩ ଗୋଟି କାର୍ଯ୍ୟକ୍ରମରେ ଯୋଗଦାନ କରିଥିଲେ । ପରେ ସହରର ବିଭିନ୍ନ ସ୍ୱଂୟ ସହାୟକ ଗୋଷ୍ଠିର ମହିଲା ମାନେ ତିଆରି କରିଥିବା ବିଭିନ୍ନ ପ୍ରକାର ପିଠା ସହ, ଦହିବରା, ଖଜା, ରାଶିଲଡୁ, ନଡିଆ ଲଡୁ ଇତ୍ୟାଦି ଅତିଥି ମାନେ ବୁଳି ମାନପତ୍ର ପ୍ରଦାନ କରିଥିଲେ ।

ସୂଚନା ଥାଉକି ଗତ ୧୫ ତାରିଖ ଠାରୁ ଆସନ୍ତା ୨୦ ତାରିଖ ପର୍ଯ୍ୟନ୍ତ ୬ ଦିନ ବ୍ୟାପୀ ଖଡିଆଳ ବିଜ୍ଞାପିତ ଅଂଚଳ ପରିଷଦର ବ୍ରାହ୍ମଣପଡା, ମହିଲା ମହାବିଦ୍ୟାଲୟ ଏବଂ ପୁରୁଣା ବସଷ୍ଟାଣ୍ଡରେ ୧୫ ଗୋଟି ୱାର୍ଡ ପାଇଁ କର୍ମଶାଳା ଅନୁଷ୍ଠିତ ହେଉଅଛି । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ କନିଷ୍ଠ ଯନ୍ତ୍ରୀ ତାମ୍ରଧ୍ୱଜ ମାଝୀ, ସଞ୍ଜିବ କୁମାର, ସଂଯୁକ୍ତା ପଣ୍ଡା, ଦିପିକା ତ୍ରୀବେଦୀ, ଦେବରଞ୍ଜନ ରାଉତ, ଆଶିଷ ପଣ୍ଡା, ପ୍ରମୋଦ ଠାକୁର ପ୍ରମୁଖ ସାମିଲ ହୋଇ କାର୍ଯ୍ୟ ସମ୍ପାଦନ କରୁଛନ୍ତି । ସେହି ଖଡିଆଳ ବ୍ଲକର ଖାସବାହାଲ ପଂଚାୟତ ପରିସର ମଧ୍ୟରେ ସରପଂଚ ଯମୁନା ବାଗଙ୍କ ଅଧ୍ୟକ୍ଷତାରେ ପିଠା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।

ଏହି କାର୍ଯ୍ୟକ୍ରମରେ ନୋଡାଲ ଅଫିସର ମଧୂମିତା ସିଂ ଓ ପଂଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ କ୍ଷେମସାଗର ସାହୁ ପରିଚାଳନା କରିଥିଲେ । କାର୍ଯ୍ୟକ୍ରମରେ ସ୍ୱାସ୍ଥ୍ୟ ବିଭାଗ, ଅଙ୍ଗନୱାଡି, ଆଶା କର୍ମି ସମେତ ଶତାଧିକ ଜନସାଧାରଣ ସାମିଲ ହୋଇ ସରକାର କାର୍ଯ୍ୟକାରୀ କରୁଥିବା ବିଭିନ୍ନ ଉନ୍ନତି ମୂଳକ କାର୍ଯ୍ୟକ୍ରମର ଉପରେ ସଚେତନ କରିଥିଲେ । ଏହି ଅବସରରେ ବିଭିନ୍ନ କ୍ଷେତ୍ରରେ କାର୍ଯ୍ୟଦକ୍ଷତା ସମ୍ପାଦନ କରିଥିବା ଏସଏଚଜି ଗ୍ରୁପ ମାନଙ୍କୁ ପ୍ରମାଣ ପତ୍ର ପ୍ରଦାନ କରାଯାଇଥିଲା ।

କାର୍ଯ୍ୟକ୍ରମରେ ସମାଜସେବୀ ପ୍ରେମଲାଲ ବାଗ, ଯଶୋବନ୍ତ ହଂସ, କୁନୁ ଚରଣ ବେହେରା, ଶୁଭକାନ୍ତ ଚଣ୍ଡି, ଦୁର୍ଯ୍ୟୋଧନ ହଂସ, ପୂର୍ଣ୍ଣ ଚନ୍ଦ୍ର ନାଗ ପ୍ରମୁଖ ସହଯୋଗ କରିଥିଲେ ।

Click to comment

Leave a Reply

Your email address will not be published. Required fields are marked *

More in ଓଡିଶା