ଚିଲି ସୋୟା
ଆବଶ୍ୟକ ସାମଗ୍ରୀ: ୫୦ ଗ୍ରା., ସୋୟା ବଡି, ୩ ଚାମଚ ଅଦା- ରସୁଣ ବଟା, ୨/୩ ବଡ ଚାମଚ ମଇଦା, ୨ ଚାମଚ ଆରାରୁଟ୍ କିମ୍ବା କର୍ଣ୍ଣଫ୍ଲୋର୍, ୨ ଚାମଚ ଚିକେନ୍ ମସଲା, ୧ ଚାମଚ ତେଲ, ଅଳ୍ପ ଟମାଟୋ, ଚିଲି ଓ ସୋୟା ସସ୍, ଅଳ୍ପ ଟିକେ କମଳା ରଙ୍ଗ, ୧ଟି ଛୋଟ ଗାଜର, ୧ଟି ସିମ୍ଲା ଲଙ୍କା, ୨/୩ଟି ପିଆଜ, ୧ ଚାମଚ ଅଦା-ରସୁଣ-କଞ୍ଚାଲଙ୍କା କଟା, ୧ ଚାମଚ ଚାଇନା ସଲଟ୍, ଅଳ୍ପ ଧନିଆପତ୍ର ଏବଂ ସ୍ୱାଦ ଅନୁଯାୟୀ ଲୁଣ ।
ପ୍ରସ୍ତୁତ ପ୍ରଣାଳୀ: ପିଆଜ, ସିମଲା ଲଙ୍କାକୁ ମୋଟା ମୋଟା ଏବଂ ଗାଜରକୁ ଲମ୍ବା ଆଉ ପତଳା ପତଳା କରି କାଟନ୍ତୁ । ପିଆଜ, ଅଳ୍ପ ଅଦା, ରସୁଣ, କଞ୍ଚାଲଙ୍କାକୁ ଚୁନ୍ ଚୁନା କରି କାଟିବେ । ଏସବୁକୁ ଅଳ୍ପ ତେଲରେ ଛାଣି ରଖି ଦିଅନ୍ତୁ । ବଡି ଯଦି ବଡବଡ ଥାଏ, ଛୋଟଛୋଟ କରି ଦିଅନ୍ତୁ । ସେଥିରେ ଏକ ଚାମଚ ଅଦା-ରସୁଣ ବଟା, ମଇଦା, କର୍ଣ୍ଣଫ୍ଲୋର୍ ଚିକେନ୍ ମସଲା କମଳା ରଙ୍ଗ, ଚାଇନ୍ ସଲ୍ଟ, ଲୁଣ, ତିନୋଟି ପ୍ରକାରର ସସ୍ରୁ ଅଳ୍ପ ଲେଖାଏଁ ପକାଇ ଭଲରେ ଗୋଳାଇ ଦିଅନ୍ତୁ । ସେଥିରେ ଅଳ୍ପ ଅଳ୍ପ ନେଇ ରିଫାଇନ୍ ତେଲରେ ପକୁଡି ପରି ଛାଣି ରଖନ୍ତୁ । ଅନ୍ୟ ଏକ କଡେଇରେ ତେଲ ଗରମ କରି ସେଥିରେ ବଳକା ଅଦା-ରସୁଣ ବଟା, ଚିକେନ୍ ମସଲା, ତିନୋଟି ସସ୍, ଚାଇନା ସଲଟ୍ ପକାଇ ଭଲରେ କଷନ୍ତୁ । ଅଧା କପ୍ ପାଣିରେ ୧ ଚାମଚ କର୍ଣ୍ଣଫ୍ଲୋର୍ ଗୋଳାଇ ସେହି ମସଲାରେ ପକାଇ ଦିଅନ୍ତୁ । ବର୍ତ୍ତମାନ ସେଥିରେ ଛଣା ସୋୟାବଡି ଏବଂ ପରିବା ପକାଇ ଭଲରେ ଗୋଳାଇ ଦିଅନ୍ତୁ । ଏଥର କଟା ଧନିଆପତ୍ର ପକାଇ ଗରମଗରମ ପରଷନ୍ତୁ ।
ଆମ ଖବର
ଚିଲି ସୋୟା
More in ଆମ ଖବର
-
ଶୃଙ୍ଗାର ର ଶେଷ ସ୍ପର୍ଶ ,ଆଉ କିଛି ସମୟ ପରେ ମା’ଙ୍କ ଧରାବତରଣ I
ଶୃଙ୍ଗାର ର ଶେଷ ସ୍ପର୍ଶ ,ଆଉ କିଛି ସମୟ ପରେ ମା’ଙ୍କ ଧରାବତରଣ I ଭୁବନେଶ୍ୱର -20-10-23 ଧୁମ...
-
କେନ୍ଦ୍ର ସରକାର ଟିଭି ଦର୍ଶକଙ୍କର ତଣ୍ଟି ଚିପି ପଇସା ନେବେ ?
କେନ୍ଦ୍ର ସରକାରଙ୍କର ଅବାଂଛିତ ନିୟମ ଓ ଅନ୍ୟାୟ ବିରୁଦ୍ଧରେ ସ୍ୱର ଉତ୍ତୋଳନ କରନ୍ତୁ :- ସୋମନାଥ ରାଉତରାୟ ନୂଆଦିଲ୍ଲୀ...
-
ଭୋଜନ କିପରି କଲେ ଶରୀର ଓ ମନ ସୁସ୍ଥ ରହିଥାଏ
ଭୋଜନ କିପରି କଲେ ଶରୀର ଓ ମନ ସୁସ୍ଥ ରହିଥାଏ ଦୁଇଟି ଭୋଜନ ମଧ୍ୟରେ ସମୟ ବ୍ୟବଧାନ ଅତି...
-
ଚଣା ସୁନ୍ଦଲ
ଚଣା ସୁନ୍ଦଲ ସାମଗ୍ରୀ: କାବୁଲି ଚଣା-୧ କପ୍, କୋରିଆ ହୋଇଥିବା ନଡିଆ- ୧/୪ କପ୍, ଛୁଙ୍କ ପାଇଁ: ସୋରିଷ-୧...