
ମେ’ ୧୨ରେ ଓଜେଇଇ
ଭୁବନେଶ୍ୱର,୩୧ା୧୦ : ଆସନ୍ତା ବର୍ଷ ମଇ ମାସ ୧୨ ତାରିଖରେ ଓଜେଇଇ(ଓଡିଶା ଜଏଂଟ ଏଂଟ୍ରାନ୍ସ ଏକଜାମ୍) ଅନୁଷ୍ଠିତ ହେବ । ସେହିପରି ଜୁଲାଇ ୨୧ ତାରିଖରେ ସ୍ୱତନ୍ତ୍ର ଓଜେଇଇ ଅନୁଷ୍ଠିତ ହେବ ବୋଲି ପଲିସି ପ୍ଲାନିଂ ବୋର୍ଡ ବୈଠକରେ ନିଷ୍ପତି ନିଆଯାଇଛି । ଅପରପକ୍ଷରେ ଆସନ୍ତା ବର୍ଷ ଠାରୁ ପିଜି କୋର୍ସରେ .ନାମ ଲେଖାଇବାପାଇଁ ଅନଲାଇନ୍ ରେ ଏଂଟ୍ରାନ୍ସ କରାଯିବ ବୋଲି ଓଜେଇଇ ଅଧ୍ୟକ୍ଷ ସୁଦୀପ କୁମାର ଚାନ୍ଦ ସୂଚନା ଦେଇଛନ୍ତି ।
