
ଚକଡା ପୋକରେ ଧାନ ଫସଲ ନଷ୍ଟ ହେବା ଘଟଣାର ଅନୁଧ୍ୟାନ କରିବା ପାଇଁ ଚାରି ଜଣିଆ ପ୍ରତିନିଧି ଦଳ ପହଂଚିଲେ
ଭୁୁବନେଶ୍ୱର :- ପଶ୍ଚିମ ଓଡିଶାରେ ଚକଡା ପୋକରେ ଧାନ ଫସଲ ନଷ୍ଟ ହେବା ଘଟଣାର ଅନୁଧ୍ୟାନ କରିବା ପାଇଁ ସିଆଇପିଏମର ଏକ ଚାରି ଜଣିଆ ପ୍ରତିନିଧି ଦଳ ପହଂଚିଛନ୍ତି । ସେମାନେ କ୍ଷେତ୍ରକୁ ଯାଇ ଅନୁଧ୍ୟାନ କରିଛନ୍ତି । ସେମାନେ ବଲାଙ୍ଗୀର ଜିଲ୍ଲାର ଦେଓଗାଁ ଓ ସଦର ବ୍ଲକ ଯାଇଛନ୍ତି । ସେମାନେ କୃଷି ଅଧିକାରୀ ମାନଙ୍କ ସହ ଆଲୋଚନା କରିବା ପରେ କ୍ଷୟ କ୍ଷତି ରିପୋର୍ଟ ପ୍ରଦାନ କରିବେ ବୋଲି କୁହା ଯାଇଛି ।
