୧୫୦ତମ ଗାନ୍ଧୀ ଜୟନ୍ତୀକୁ ସଫଳ କରିବା ପାଇଁ ଭୁବନେଶ୍ୱର ଜିଲ୍ଲା କଂଗ୍ରେସର ପ୍ରସ୍ତୁତି ବୈଠକ
ଭୁବନେଶ୍ୱର : ନିଖିଳ ଭାରତ କଂଗ୍ରେସ କମିଟି ଏବଂ ଓଡିଶା ପ୍ରଦେଶ କଂଗ୍ରେସ କମିଟିର ଆହ୍ୱାନକ୍ରମେ ଜାତିର ଜନକ ମହାତ୍ମା ଗାନ୍ଧୀଙ୍କର ୧୫୦ତମ ଜୟନ୍ତୀ ଉତ୍ସବକୁ ମହାସମାରୋହରେ ପାଳନ କରିବା ପାଇଁ ବୁଧବାର ପୂର୍ବାହ୍ନରେ ଭୁବନେଶ୍ୱର ଜିଲ୍ଲା କଂଗ୍ରେସ କମିଟିର ଏକ ପ୍ରସ୍ତୁତି ବୈଠକ କଂଗ୍ରେସ ଭବନ ଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଅଧ୍ୟକ୍ଷତା କରି ଜିଲ୍ଲା କଂଗ୍ରେସ କମିଟି ସଭାପତି ମାନସ ଚୌଧୁରୀ କହିଲେ ଯେ କଂଗ୍ରେସ ସର୍ବଦା ଗାନ୍ଧୀ ଚିନ୍ତାଧାରାରେ କାର୍ଯ୍ୟ କରି ଆସିଛି । ମହାତ୍ମା ଗାନ୍ଧୀ ଭାରତବର୍ଷର ଆଦର୍ଶ । ତାଙ୍କର ୧୫୦ତମ ଜୟନ୍ତୀ ଉତ୍ସବକୁ ଆସନ୍ତା ଅକ୍ଟୋବର ୨ ତାରିଖ ଦିନ ଭୁବନେଶ୍ୱର ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ବିଭିନ୍ନ କାର୍ଯ୍ୟକ୍ରମ ମାଧ୍ୟମରେ ପାଳନ କରାଯିବ । ବିଭିନ୍ନ ବସ୍ତିରେ ପଦଯାତ୍ରା କରାଯାଇ ସ୍ଥାନୀୟ ନେତୃବୃନ୍ଦ ଓ ଯୁବକମାନଙ୍କୁ ସାମିଲ କରାଯିବ । ସ୍ୱଚ୍ଛ ପରିମଳ ପରିମଳ ନିମନ୍ତେ ବସ୍ତି ସଫେଇ କାର୍ଯ୍ୟକ୍ରମମାନ ଆୟୋଜନ କରାଯିବାକୁ ସ୍ଥିର କରାଯାଇଛି । ଭୁବନେଶ୍ୱର ସହର ଭିତରେ ଥିବା ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତିରେ ମାଲ୍ୟାର୍ପଣ ଓ ରାମଧୁନ୍ ଗାନ କରାଯାଇ ସାଧାରଣ ଲୋକଙ୍କୁ ଗାନ୍ଧୀଦର୍ଶନ ସଂପର୍କରେ ସଚେତନ କରାଯିବ । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ନେତୃବୃନ୍ଦ, ଯୁବ କଂଗ୍ରେସ, ଛାତ୍ର କଂଗ୍ରେସ, ମହିଳା କଂଗ୍ରେସ ଓ ସେବାଦଳର କର୍ମକର୍ତା ଓ କର୍ମୀମାନେ ସହଯୋଗ କରିବାକୁ ଶ୍ରୀ ଚୌଧୁରୀ ନିବେଦନ କରିଥିଲେ ।
ଆଲୋଚନାରେ ଅଂଶଗ୍ରହଣ କରି ଜିଲ୍ଲା କଂଗ୍ରେସ କାର୍ଯ୍ୟକାରୀ ସଭାପତି ଶ୍ରୀମତୀ ରଶ୍ମି ମହାପାତ୍ର, ପ୍ରଦେଶ କଂଗ୍ରେସ ଉପସଭାପତି ଦେବାଶିଷ ପଟ୍ଟନାୟକ, ସତ୍ୟପ୍ରକାଶ ନାୟକ, ବିଶ୍ୱଜିତ୍ ଦାସ, ସୁମିତ୍ରା ଜେନା, ବିସ୍ମୟ ମହାପାତ୍ର, ମିତ୍ରଭାନୁ ମହାପାତ୍ର, ଅଶୋକ ଦାସ, ଆଶିଷ ମଲ୍ଲିକ, ମୋହନ ଜେନା, ଦୁର୍ଗାମାଧବ ମହଲା, ଯୋଗେନ୍ଦ୍ର ନାୟକ, ଲିଲି ସ୍ୱାଇଁ, ମନୋରଂଜନ ବଟୁ ପ୍ରମୁଖ ସଂଗଠନକୁ ସୁଦୃଢ କରିବା ପାଇଁ ପରାମର୍ଶମାନ ଦେଇଥିଲେ । ଶେଷରେ ଭାଗ୍ୟଶ୍ରୀ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ ।
ଓଡିଶା
୧୫୦ତମ ଗାନ୍ଧୀ ଜୟନ୍ତୀକୁ ସଫଳ କରିବା ପାଇଁ ଭୁବନେଶ୍ୱର ଜିଲ୍ଲା କଂଗ୍ରେସର ପ୍ରସ୍ତୁତି ବୈଠକ
More in ଓଡିଶା
-
ଦେଶର ବିଭିନ୍ନ ସ୍ଥାନରେ ହର୍ଷ ଉଲ୍ଲାସରେ ଦୀପାବଳୀ ଉତ୍ସବ ପାଳନ କରାଯାଉଛି ا
ଭୁବନେଶ୍ୱର – ଦେଶର ବିଭିନ୍ନ ସ୍ଥାନରେ ହର୍ଷ ଉଲ୍ଲାସରେ ଦୀପାବଳୀ ଉତ୍ସବ ପାଳନ କରାଯାଉଛି ا ଘର ଆଗରେ...
-
ଭୁବନେଶ୍ୱରରୁ ଆରମ୍ଭହେଲା ପୁଣି କ୍ୟାଟେନମେଣ୍ଟ ଜୋନ l
ଭୁବନେଶ୍ୱରରୁ ଆରମ୍ଭହେଲା ପୁଣି କ୍ୟାଟେନମେଣ୍ଟ ଜୋନ l ଲୋକଙ୍କ ଆଶଙ୍କା ‘ଦ୍ୱାରଦେଶରେ କରୋନାର ତୃତୀୟ ଲହର ‘ !...
-
ବିଶିଷ୍ଟ ପ୍ରାଣୀ ବିଶେଷଜ୍ଞ ଡାକ୍ତର ଏସ.କେ ରାୟଙ୍କର ପରଲୋକ |
ବିଶିଷ୍ଟ ପ୍ରାଣୀ ବିଶେଷଜ୍ଞ ଡାକ୍ତର ଏସ.କେ ରାୟଙ୍କର ପରଲୋକ | ଭୁବନେଶ୍ୱର- 18/12 -ବିଶିଷ୍ଟ ପ୍ରାଣୀ ବିଶେଷଜ୍ଞ ଡାକ୍ତର...
-
‘ସାମସ’ ର ତ୍ରୁଟିପୂର୍ଣ୍ଣ ଏସଓପି ଯୋଗୁଁ ଶହ ଶହ ଛାତ୍ର ଛାତ୍ରୀଙ୍କ ମନରେ ଅଶାନ୍ତି |
‘ସାମସ’ ର ତ୍ରୁଟିପୂର୍ଣ୍ଣ ଏସଓପି ଯୋଗୁଁ ଶହ ଶହ ଛାତ୍ର ଛାତ୍ରୀଙ୍କ ମନରେ ଅଶାନ୍ତି | ଭୁବନେଶ୍ୱର –...