188 ଜଣ ଅଭ୍ୟାସଗତ ଅପରାଧୀ ଧରାପଡ଼ିଲେ
ଭୁବନେଶ୍ୱର:- ଟ୍ୱିନସିଟି ପୋଲିସ କମିଶନରଙ୍କ ନିର୍ଦେଶରେ ଭୁବନେଶ୍ୱର ଓ କଟକ ରେ ପୂଜା ପୂର୍ବରୁ ଅଭ୍ୟାସଗତ ଅପରାଧୀମାନଙ୍କୁ ଧରିବାପାଇଁ 9 ତାରିଖରୁ 12 ତାରିଖ ପର୍ଯ୍ୟନ୍ତ ତଲାସୀ ଅଭିଯାନ ଚଳାଯାଇଥିଲା । ଏଥିରେ ସନ୍ଧ୍ୟକାଳିନ ଓ ରାତ୍ରିକାଳୀନ ଘେରାବନ୍ଦୀ ଦ୍ୱାରା 188 ଜଣ ଲୋକଙ୍କୁ ଧରାଯାଇଥିଲା ଓ ବିଭନ୍ନ ଦଫା ରେ ଚାଲାଣ କଟାଯାଇଥିଲା । ଏଥିମଧ୍ୟରେ 44 ଜଣ ଜାମିନ ବିହୀନ ଅପରାଧୀ ଥିବାବେଳେ 15 ଜଣ ଅଭ୍ୟାସଗତ ଅପରାଧୀ ଧରାପଡ଼ିଛନ୍ତି ଓ 37 ଜଣଙ୍କ ବିରୁଦ୍ଧରେ ଅବକାରୀ ଆଇନ ଲଗାଯାଇଥିବାବେଳେ 5,10,150 ଟଙ୍କା (ପାଞ୍ଚ ଲକ୍ଷ ଦଶ ହଜାର ଶହେ ପଚାଶ ଟଙ୍କା ) ଜୋରିମାନା ଦୟା କରାଯାଇଥିଲା । ଏଭଳି ଘେରାବନ୍ଦୀ ଓ ଚଢ଼ାଉ ପାର୍ବଣ ଋତୁ ଶେଷ ପର୍ଯ୍ୟନ୍ତ ଜାରିରଖିବା ପାଇଁ କମିସନରେଟ ପୋଲିସର କମିଶନର ଦ୍ୱେତ ନଗରୀର ସମସ୍ତ ଏସିପି ଓ ଥାନା ଅଧିକାରୀମାନଙ୍କୁ ନିର୍ଦେଶ ଦେଇଛନ୍ତି ।