
୪୮ ଘଂଟା ଯାଏ ଶୀତ
ଭୁବନେଶ୍ୱର, ୩୧ ଜାନୁଆରୀ – ଆହୁରି ୪୮ ଘଂଟା ପର୍ଯ୍ୟର୍ନ୍ତ ରାଜ୍ୟରେ ଶୀତ ଲହରୀ ଜାରୀ ରହିବ । ଭୁବନେଶ୍ୱର ଆଂଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ କୋଲ୍ଡ ୱିଣ୍ଡ୍ କଣ୍ଡିସନ୍ ଜାରୀ କରାଯାଇଛି । ପ୍ରଥମ ଦିନରେ ଉତର -ଦକ୍ଷିଣ ଓ ଦ୍ୱିତୀୟ ଦିନରେ ସମ୍ପୂର୍ଣ୍ଣ ଦକ୍ଷିଣ ଓଡିଶାରେ ଶୀତର ପ୍ରକୋପ ଦେଖିବାକୁ ମିଳିବ । ଏହାସହ ଥଣ୍ଡା ପବନ ବହିବ । ରାତିରେ ସର୍ବନିମ୍ନ ତାପମାତ୍ରା ହ୍ରାସ ପାଉଥିବାରୁ ଶୀତର ପ୍ରକୋପ ଦେଖାଯାଉଛି ବୋଲି ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି ।
