
ହରିୟାଣା,୧୯।୧୦: ରାବଣ ପୋଡି ଅବସରରେ ୨୧୦ ଫୁଟର ଏକ ରାବଣକୁ ହରିୟାଣାର ପଞ୍ଚକୁଲାରେ ପୋଡା ଯାଇଛି । ଶ୍ରୀ ନବଧାର୍ମିକ ଲିଳା କମିଟି ଦ୍ୱାରା ଆୟୋଜିତ ରାବଣ ପୋଡି ଉତ୍ସବରେ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂ, ଉପା ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଓ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଯୋଗ ଦେଇଥିଲେ । ହଜାର ହଜାର ଲୋକ ଆତଶବାଜିର ଆନନ୍ଦ ଉଠେଇଥିଲେ ।
