୨୦୨୦ ଜନରାଜ୍ୟ ଦିବସ ପରେଡରେ ପ୍ରଦର୍ଶିତ ହେବ ଓଡିଶାର ପ୍ରଜ୍ଞାପନ ମେଢ
ଭୁବନେଶ୍ୱର, ୨୪ ଡ଼ିସେମ୍ବର – ଆଗାମୀ ୨୦୨୦ ଜନରାଜ୍ୟ ଦିବସରେ ନୂଆଦିଲ୍ଲୀରେ ଅନୁଷ୍ଠିତ ହେବାକୁ ଥିବା ଜାତୀୟ ସ୍ତରୀୟ ପରେଡରେ ଓଡିଶାର ପ୍ରଜ୍ଞାପନ ମେଢ ପ୍ରଦର୍ଶିତ ହେବା ପାଇଁ ଯୋଗ୍ୟ ବିବେଚିତ ହୋଇଛି ।
ପ୍ରକାଶ ଥାଉକି ପ୍ରତିବର୍ଷ କେନ୍ଦ୍ର ପ୍ରତିରକ୍ଷା ବିଭାଗ ପକ୍ଷରୁ ସମସ୍ତ ରାଜ୍ୟକୁ ପ୍ରଜ୍ଞାପନ ମେଢ ପ୍ରଦର୍ଶନ ନିମନ୍ତେ ପ୍ରସ୍ତାବ ଆହ୍ୱାନ କରାଯାଇଥାଏ । ତନ୍ମଧ୍ୟରୁ ଅତ୍ୟନ୍ତ ଉଚ୍ଚକୋଟୀର ପ୍ରଜ୍ଞାପନ ମେଢଗୁଡିକ ଜନରାଜ୍ୟ ଦିବସ ପରେଡରେ ସ୍ଥାନିତ ହୋଇଥାଏ । ଚଳିତ ବର୍ଷ ମଧ୍ୟ ଦେଶର ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଂଚଳକୁ ତଦନୁଯାୟୀ ପ୍ରସ୍ତାବ ଦିଆଯାଇଥିଲା । ଏଥି ମଧ୍ୟରୁ ଦେଶର ୧୬ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଂଚଳର ପ୍ରଜ୍ଞାପନ ମେଢ ଯୋଗ୍ୟ ବିବେଚିତ ହୋଇଛି । ତନ୍ମଧ୍ୟରେ ଓଡିଶାର ପ୍ରଜ୍ଞାପନ ମେଢ ସ୍ଥାନିତ ହୋଇଛି । ପ୍ରତିରକ୍ଷା ବିଭାଗ ପକ୍ଷରୁ ଜାରି କରାଯାଇଥିବା ୬ ଗୋଟି ବିଷୟବସ୍ତୁ ମଧ୍ୟରୁ ଓଡିଶା ରାଜ୍ୟ ସରକାରଙ୍କ ଦ୍ୱାରା ପ୍ରସ୍ତୁତ ‘ଓଡିଶାର ସ୍ଥାପତ୍ୟ ଓ ଲୋକ ସଂସ୍କୃତି ଉପରେ ଆଧାରିତ ପର୍ବ ’ ଡିଜାଇନ୍ଟି ଜାତୀୟ ସ୍ତରର ବିଚାରକମଣ୍ଡଳୀଙ୍କୁ ଆକୃଷ୍ଟ କରିଥିଲା । ଓଡିଶା ରାଜ୍ୟ ସରକାରଙ୍କ ସୂଚନା ଓ ଲୋକ ସଂପର୍କ ବିଭାଗ ତରଫରୁ ଏହି ଡିଜାଇନ୍କୁ ପ୍ରଜ୍ଞାପନ ମେଢରେ ପୂର୍ଣ୍ଣ ବିକଶିତ କରାଯାଇ ଜନରାଜ୍ୟ ଦିବସରେ ପ୍ରଦର୍ଶିତ କରାଯିବ ବୋଲି ବିଭାଗ ତରଫରୁ ପ୍ରକାଶ ।
ଓଡିଶା
୨୦୨୦ ଜନରାଜ୍ୟ ଦିବସ ପରେଡରେ ପ୍ରଦର୍ଶିତ ହେବ ଓଡିଶାର ପ୍ରଜ୍ଞାପନ ମେଢ
More in ଓଡିଶା
-
ଦେଶର ବିଭିନ୍ନ ସ୍ଥାନରେ ହର୍ଷ ଉଲ୍ଲାସରେ ଦୀପାବଳୀ ଉତ୍ସବ ପାଳନ କରାଯାଉଛି ا
ଭୁବନେଶ୍ୱର – ଦେଶର ବିଭିନ୍ନ ସ୍ଥାନରେ ହର୍ଷ ଉଲ୍ଲାସରେ ଦୀପାବଳୀ ଉତ୍ସବ ପାଳନ କରାଯାଉଛି ا ଘର ଆଗରେ...
-
ଭୁବନେଶ୍ୱରରୁ ଆରମ୍ଭହେଲା ପୁଣି କ୍ୟାଟେନମେଣ୍ଟ ଜୋନ l
ଭୁବନେଶ୍ୱରରୁ ଆରମ୍ଭହେଲା ପୁଣି କ୍ୟାଟେନମେଣ୍ଟ ଜୋନ l ଲୋକଙ୍କ ଆଶଙ୍କା ‘ଦ୍ୱାରଦେଶରେ କରୋନାର ତୃତୀୟ ଲହର ‘ !...
-
ବିଶିଷ୍ଟ ପ୍ରାଣୀ ବିଶେଷଜ୍ଞ ଡାକ୍ତର ଏସ.କେ ରାୟଙ୍କର ପରଲୋକ |
ବିଶିଷ୍ଟ ପ୍ରାଣୀ ବିଶେଷଜ୍ଞ ଡାକ୍ତର ଏସ.କେ ରାୟଙ୍କର ପରଲୋକ | ଭୁବନେଶ୍ୱର- 18/12 -ବିଶିଷ୍ଟ ପ୍ରାଣୀ ବିଶେଷଜ୍ଞ ଡାକ୍ତର...
-
‘ସାମସ’ ର ତ୍ରୁଟିପୂର୍ଣ୍ଣ ଏସଓପି ଯୋଗୁଁ ଶହ ଶହ ଛାତ୍ର ଛାତ୍ରୀଙ୍କ ମନରେ ଅଶାନ୍ତି |
‘ସାମସ’ ର ତ୍ରୁଟିପୂର୍ଣ୍ଣ ଏସଓପି ଯୋଗୁଁ ଶହ ଶହ ଛାତ୍ର ଛାତ୍ରୀଙ୍କ ମନରେ ଅଶାନ୍ତି | ଭୁବନେଶ୍ୱର –...