Connect with us

ଓଡିଶା

ହାଇଦ୍ରାବାଦ ଦୁଷ୍କର୍ମକାରୀଙ୍କ ଏନକାଉଂଟରକୁ ପ୍ରତାପ ଜେନାଙ୍କ ସମର୍ଥନ

ସାଙ୍କେତିକ

ହାଇଦ୍ରାବାଦ ଦୁଷ୍କର୍ମକାରୀଙ୍କ ଏନକାଉଂଟରକୁ ପ୍ରତାପ ଜେନାଙ୍କ ସମର୍ଥନ
ଭୁବନେଶ୍ୱର, ୦୬ ଡିସେମ୍ବର – ରାଜ୍ୟର ଆଇନ ମନ୍ତ୍ରୀ ପ୍ରତାପ ଜେନା ହାଇଦ୍ରାବାଦରେ ଦୁଷ୍କର୍ମ ଓ ହତ୍ୟା ଅଭିଯୁକ୍ତ ମାନଙ୍କୁ ପୋଲିସ ଏନକାଉଂଟରରେ ହତ୍ୟା କରିବା ଘଟଣାକୁ ସମର୍ଥନ ଜଣାଇଛନ୍ତି ।
ଏ ସମ୍ପର୍କରେ ପ୍ରତିକ୍ରିୟା ପ୍ରକାଶ କରି ସେ କହିଛନ୍ତି ଯେ ହାଇଦ୍ରାବାଦରେ ଯେଉଁ ଘଟଣା ଘଟିଥିଲା ତାହା ଅତ୍ୟନ୍ତ ସମ୍ବେଦନଶୀଳ ଘଟଣା ଥିଲା । ପ୍ରଥମ କଥା ହେଲା ସେମାନେ ବହୁତ ବଡ ଦୋଷୀ । ସେମାନଙ୍କୁ କଠୋରରୁ କଠୋର ଦଣ୍ଡ ମିଳିବାର ଥିଲା । ସେ କହିଛନ୍ତି ଯେ ସେ ଜାଣନ୍ତି ନାହିଁ ଯେ ଏହା ଉପରେ ମାନବିକ ଅଧିକାର କମିଶନ କଣ କହିବ ବା ଅନ୍ୟ ମାନେ କଣ କହିବେ, ଅନେକ ଦେଶରେ ଦୁଷ୍କର୍ମକାରୀ ମାନଙ୍କ ବିରୁଦ୍ଧରେ କଠୋର ପଦକ୍ଷେପ ନେବାର ନଜିର ରହିଛି । ଅନେକ ଦେଶରେ ଏଭଳି ଅପରାଧୀ ମାନଙ୍କୁ ରାଜରାସ୍ତାରେ ଗୁଳି କରି ହତ୍ୟା କରିବା ଓ ମୁଣ୍ଡ କାଟ କରିବା ଭଳି ଦଣ୍ଡ ରହିଛିି । ଏଭଳି ଅପରାଧୀ ମାନଙ୍କୁ ଆମ ଦେଶରେ ମଧ୍ୟ କଠୋର ଦଣ୍ଡ ମିଳିବା ଦରକାର । ଆମେ କେବଳ କୋର୍ଟ କିମ୍ବା ଅନ୍ୟ ଉପରେ ନିର୍ଭର କରି ଦିନ ଗଡାଇବା ଅପେକ୍ଷା ସେମାନଙ୍କୁ କଠୋର ଦଣ୍ଡ ଦିଆଯିବାର ଆବଶ୍ୟକତା ରହିଛି । ମୁଁ ଭାବୁଛି ହାଇଦ୍ରାବାଦରେ ଯାହା ହୋଇଛି ତାହା ଉଚିତ ପଦକ୍ଷେପ ହୋଇଛି ଓ ଦୋଷୀ ମାନଙ୍କୁ ଦଣ୍ଡ ମିଳିଛି ବୋଲି ସେ କହିଛନ୍ତି । ଏହା ତାଙ୍କର ବ୍ୟକ୍ତିଗତ ମତ ବୋଲି ସେ କହିଛନ୍ତି ।

Click to comment

Leave a Reply

Your email address will not be published. Required fields are marked *

More in ଓଡିଶା