
ସିବିଆଇ ବନାମ ସିବିଆଇ: ସୁପ୍ରିମକୋର୍ଟ ଗଲେ ଆଉ ଜଣେ ଅଫିସର
ନୂଆଦିଲ୍ଲୀ, ୧୭।୧୧: ଦେଶର ସର୍ବୋଚ୍ଚ ଯାଞ୍ଚ ଏଜେନ୍ସି ସିବିଆଇରେ ଚାଲିଥିବା ଅନ୍ତଃକନ୍ଦଳ ଦିନକୁଦିନ ଯେତେ ତୀବ୍ର ହେଉଛି ସେତେ ସେତେ ଅନ୍ତର୍ଦ୍ୱନ୍ଦ ବଢି ବଢି ଚାଲିଛି । ସିବିଆଇର ସ୍ବତନ୍ତ୍ର ନିର୍ଦ୍ଦେଶକ ରାକେଶ ଆସ୍ଥାନା, ନିର୍ଦ୍ଦେଶକ ଆଲୋକ ବର୍ମା, ଡିଏସପି ଏକେ. ବକ୍ସିଙ୍କ ପରେ ଡେପୁଟୀ ଏସପି ଅଶ୍ୱିନୀ କୁମାର ଗୁପ୍ତା ନିଜ ଟ୍ରାନ୍ସଫର୍ ଅର୍ଡରକୁ ନେଇ ସୁପ୍ରିମକୋର୍ଟ ରେ ପହଂଚି ଯାଇଛନ୍ତି । ସେ ଅଭିଯୋଗ କରିଛନ୍ତି ଯେ, ଷ୍ଟର୍ଲିଙ୍ଗ୍ ବାୟୋଟେକ୍ କେସ୍ର ଯାଞ୍ଚ୍ ସିବିଆଇ କରୁଥିଲା ଓ ଏହି କେସ୍ରେ ରାକେଶ ଆସ୍ଥାନାଙ୍କ ଭୂମିକା ସନ୍ଦେହ ଘେରରେ ଥିଲା । କାଳେ ଏହାର ପର୍ଦ୍ଦାଫାସ ହୋଇଯିବ ତାହାର ଆଶଙ୍କାରେ ତାଙ୍କୁ ବଦଳି କରାଯାଇଛି ବୋଲି ସେ ଅଭିଯୋଗ କରିଛନ୍ତି । ସୂଚନାଯୋଗ୍ୟଯେ ,ଇତିମଧ୍ୟରେ ଅଶ୍ୱିନୀ କୁମାର ଗୁପ୍ତାଙ୍କ ଟ୍ରାନ୍ସଫର୍ ଆଣ୍ଡାମାନ କରାଯାଇଛି ।
