Connect with us

ଓଡିଶା

ସର୍ଗିଫୁଲ-୨୦୧୮ ଉଦଘାଟିତ

ସାଙ୍କେତିକ

ସର୍ଗିଫୁଲ-୨୦୧୮ ଉଦଘାଟିତ
ପାଠ ପଢ଼, ସମସ୍ତଙ୍କୁ ପାଠ ପଢ଼ିବା ପାଇଁ ଉତ୍ସାହିତ କର : ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର,୧୯ା୧୨ : ନିଜେ ପାଠ ପଢ଼ିବା ସହ ନିଜ ପରିବାର ଓ ଗାଁର ସବୁ ପିଲାମାନଙ୍କୁ ପାଠ ପଢ଼ିବା ପାଇଁ ଉତ୍ସାହିତ କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପରାମର୍ଶ ଦେଇଛନ୍ତି । ଆଜି ସ୍ଥାନୀୟ ଆଦିବାସୀ ପଡ଼ିଆଠାରେ ଅନୁସୂଚିତ ଜନଜାତି ବିଭାଗ ପକ୍ଷରୁ ଆୟୋଜିତ ସରଗିଫୁଲ ୨୦୧୮ଉତ୍ସବକୁ ଉଦଘାଟନ କରି ମୁଖ୍ୟମନ୍ତ୍ରୀ ଏହି ପରାମର୍ଶ ଦେଇଛନ୍ତି । ଏହା ବ୍ୟତୀତ ଓବିସି ଓ ଏସସିବିସି ପିଲାମାନଙ୍କ ପାଇଁ ଶହେଟି ହଷ୍ଟେଲ ଓ ସଂଖ୍ୟା ଲଘୁ ପିଲାମାନଙ୍କ ପାଇଁ ୪୦ଟି ହଷ୍ଟେଲ କରିବା ପାଇଁ ସରକାର ନିଷ୍ପତି ନେଇଛନ୍ତି ।

ଅନ୍ୟପକ୍ଷରେ ଏହି ଅବସରରେ ଜନଜାତି ଲୋକମାନଙ୍କ ଦ୍ୱାରା ପ୍ରସ୍ତୁତ ବିଭିନ୍ନ କୃଷିଜାତ ଏବଂ ହସ୍ତଶିଳ୍ପ ଦ୍ରବ୍ୟର ବିକ୍ରିବଟା ପାଇଁ ଏକ ସ୍ଥାୟୀ ହାଟ ପ୍ରତିଷ୍ଠା ପାଇଁ ମୁଖ୍ୟମନ୍ତ୍ରୀ ଭିତିପ୍ରସ୍ତର କରିଛନ୍ତି । ଅପରପକ୍ଷରେ ସାରା ଦେଶରେ ସବୁ ରାଜ୍ୟ ମଧ୍ୟରୁ ଓଡ଼ିଶାରେ ହିଁ ସର୍ବାଧିକ ଅନୁସୂଚିତ ଜାତି ଓ ଜନଜାତି ପିଲାମାନଙ୍କୁ ଆବାସିକ ସୁବିଧା ଦିଆଯାଉଛି । ରାଜ୍ୟର ପ୍ରାୟ ୬ ଲକ୍ଷ ଜନଜାତି ଛାତ୍ର ଛାତ୍ରୀଙ୍କୁ ଏହି ସୁବିଧା ମିଳିଛି । ଏହା ସହିତ ଜନଜାତି ପିଲାମାନଙ୍କୁ ସହରର ବଡ଼ ବଡ଼ ଘରୋଇ ସ୍କୁଲରେ ଇଂରାଜୀ ମାଧ୍ୟମରେ ଶିକ୍ଷା ମଧ୍ୟ ପ୍ରଦାନ କରାଯାଉଛି । ଉଚ୍ଚ ଶିକ୍ଷା ପାଇଁ ଆକାଙକ୍ଷା ଯୋଜନା କାର୍ଯ୍ୟକାରୀ କରାଯାଉଛି । ୧୯ ଲକ୍ଷ ଅନୁସୂଚିତ ଜାତି, ଜନଜାତି ପିଲାମାନଙ୍କୁ ମ୍ୟାଟ୍ରିକ୍ ପୂର୍ବ ଓ ପରବର୍ତୀ ବୃତି ଆକାରରେ ୧୧ ଶହ କୋଟି ଟଙ୍କା ପ୍ରଦାନ କରାଯାଉଛି ।

ସର୍ଗିଫୁଲର ଉଦ୍ଦେଶ୍ୟ ସମ୍ପର୍କରେ ସେ କହିଲେ ଯେ, ଜନଜାତି ପିଲା ମାନଙ୍କର ପ୍ରତିଭାର ବିକାଶ ଓ ବାହ୍ୟ ପରିବେଶ ସହିତ ଅଭ୍ୟସ୍ତ ହେବା ଏବଂ ବିଭିନ୍ନ ବିଦ୍ୟାଳୟର ଛାତ୍ର ଛାତ୍ରୀ ମାନଙ୍କ ସହିତ ମିଶି ନିଜ ବ୍ୟକ୍ତିତ୍ୱର ବିକାଶ କରିବା । ତିନି ଦିନ ଧରି ଆୟୋଜିତ ଏହି ଉତ୍ସବରେ ୧୦୦୦ ପିଲା ଯୋଗ ଦେବା ସହିତ ୧୪୨ ଜଣ ଶିକ୍ଷକ ଶିକ୍ଷୟତ୍ରୀ ଯୋଗଦାନ କରିଛନ୍ତି । ବିଭିନ୍ନ ବିଭାଗରରେ କର୍ମଶାଳା ଓ ପ୍ରତିଯୋଗିତା ଆୟୋଜନ କରାଯାଇ ଛାତ୍ରଛାତ୍ରୀଙ୍କ ପ୍ରତିଭାକୁ ବିକଶିତ କରାଯିବା ପାଇଁ ବ୍ୟବସ୍ଥା କରାଯାଇଛି । ପିଲାମାନଙ୍କ ରହିବା, ଖାଇବା, ପ୍ରଭୃତିର ସୁବନ୍ଦୋବସ୍ତ କରାଯାଇ ପିଲାମାନଙ୍କ ସମସ୍ତ ଯତ୍ନ ନେବାର ବନ୍ଦୋବସ୍ତ କରାଯାଇଛି ।

ସାରା ରାଜ୍ୟରେ ଜନଜାତି ପିଲାମାନଙ୍କ ପାଇଁ ୪ ହଜାର ୩୦୦ ଆବାସିକ ବିଦ୍ୟାଳୟ, ୬ ହଜାର ୩୦୦ ହଷ୍ଟେଲ ରହିଛି । ବିଭିନ୍ନ ଜନଜାତି ବର୍ଗର ପିଲାମାନଙ୍କ ସଂସ୍କୃତି ଓ ଭାଷାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ସେମାନଙ୍କୁ ବହୁଭାଷୀ ଶିକ୍ଷା ପ୍ରଦାନ କରୁଛନ୍ତି । ଏହି କାର୍ଯ୍ୟକ୍ରମରେ ବିଭାଗୀୟ ମନ୍ତ୍ରୀ ରମେଶ ମାଝୀ, ମେୟର ଅନନ୍ତ ନାରାୟଣ ଜେନା ଓ ବିଭାଗୀୟ ସଚିବ ଆର. ରଘୁପ୍ରସାଦ ପ୍ରମୁଖ ଯୋଗ ଦେଇଥିଲେ ।

Click to comment

Leave a Reply

Your email address will not be published. Required fields are marked *

More in ଓଡିଶା