Connect with us

ଦେଶ

ସରକାରଙ୍କ ଆଶ୍ୱାସନାକୁ କୃଷକଙ୍କ ଖାରଜ , ଜାରି ରହିବ ଆନ୍ଦୋଳନ

ସାଙ୍କେତିକ ଚିତ୍ର

ସରକାରଙ୍କ ଆଶ୍ୱାସନାକୁ କୃଷକଙ୍କ ଖାରଜ ଜାରି ରହିବ ଆନ୍ଦୋଳନ
ନୂଆଦିଲ୍ଲୀ,୨ା୧୦ : ‘କିସାନ କ୍ରାନ୍ତି ଯାତ୍ରା’ରେ ଦିଲ୍ଲୀ ସୀମାରେ କୃଷକଙ୍କ ଆନ୍ଦୋଳନ ଉଗ୍ରରୂପ ଧାରଣ କରିଛି । କୃଷକଙ୍କ ଆନ୍ଦୋଳନକୁ ରୋକିବା ପାଇଁ କେନ୍ଦ୍ର ଓ ଉତ୍ତରପ୍ରଦେଶ ସରକାରଙ୍କ ପ୍ରୟାସ ବିଫଳ ହୋଇଛି । ଦିଲ୍ଲୀ-ୟୁପି ସୀମାରେ କୃଷକଙ୍କ ସହ ଆଲୋଚନା ବେଳେ କେନ୍ଦ୍ର ସରକାର ସେମାନଙ୍କ ଦାବି ଉପରେ ବିଚାର କରିବାକୁ ଆଶ୍ୱାସନା ଦେଇଥିଲେ ମଧ୍ୟ କୃଷକମାନେ ଏହାକୁ ଖାରଜର କରିଦେଇଛନ୍ତି । କୃଷକମାନେ ସରକାରଙ୍କୁ ଚେତାବନୀ ଦେଇଛନ୍ତି ଯେ, ଦାବି ପୂରଣ ନହେବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ।

ସୂଚନାଥାଉ କି, ଦିଲ୍ଲୀରେ ପ୍ରବେଶ କରିବା ସମୟରେ ଆନ୍ଦୋଳନରତ କୃଷକଙ୍କ ରୋକିବା ପାଇଁ ପୋଲିସ ପ୍ରଶାସନକୁ ବଳ ପ୍ରୟୋଗ କରିବାକୁ ପଡିଥିଲା । କୃଷକଙ୍କ ଉପରେ ଲୁହାବୁହା ଗ୍ୟାସ ପ୍ରୟୋଗ କରାଯିବା ସହିତ ଲାଠିଚାର୍ଜ ମଧ୍ୟ କରାଯାଇଥିଲା । ଏହାକୁ ନେଇ କଂଗ୍ରେସ ସମେତ ସମସ୍ତ ବିରୋଧୀ ଦଳ ସରକାରଙ୍କ ଉପରେ ଆକ୍ରମଣ କରିଥିଲେ । କେନ୍ଦ୍ର ଓ ୟୁପି ସରକାର କୃଷକଙ୍କ ଉଗ୍ର ହେଉଥିବା ଆନ୍ଦୋଳନକୁ ନିୟନ୍ତ୍ରଣ କରିବା ପାଇଁ ବୈଠକ ଓ ଆଲୋଚନାର ସମସ୍ତ ପ୍ରୟାସ କରିଛନ୍ତି । ଏହି କ୍ରମରେ କେନ୍ଦ୍ର କୃଷି ରାଷ୍ଟ୍ର ମନ୍ତ୍ରୀ ଗଜେନ୍ଦ୍ର ଶେଖାୱତ ଓ ୟୁପି ସରକାରଙ୍କ ମନ୍ତ୍ରୀ ସୁରେଶ ରାଣା କୃଷକଙ୍କୁ ଭେଟିବାକୁ ପହଂଚିଥିଲେ । କୃଷକଙ୍କୁ ଭେଟିବା ସମୟରେ କେନ୍ଦ୍ର ମନ୍ତ୍ରୀ ସେମାନଙ୍କର ଦାବି ଉପରେ ବିଚାର କରିବାକୁ ଆଶ୍ୱାସନା ଦେଇଥିଲେ । ମାତ୍ର ଏହାର ପ୍ରଭାବ କୃଷକଙ୍କ ଉପରେ ପଡିନାହିଁ ।

ମନ୍ତ୍ରୀ ଆଶ୍ୱାସନା ଦେବା ପରେ ଭାରତୀୟ କିସାନ ୟୁନିଅନର ଅଧ୍ୟକ୍ଷ ନରେଶ ଟିକୈତ କହିଛନ୍ତି ଯେ, କୃଷକ ସରକାରଙ୍କ ଆଶ୍ୱାସନକୁ ସ୍ୱୀକାର କରିବେ ନାହିଁ । କେନ୍ଦ୍ର ସରକାରଙ୍କୁ ଚେତାବନୀ ଦେଇ କହିଛନ୍ତି ଯେ, କୃଷକଙ୍କ ଏହି ଆନ୍ଦୋଳନ ଜାରି ରହିବ । ଭାରତୀୟ କିସାନ ୟୁନିୟନର ମୁଖପାତ୍ର ଯୁଦ୍ଧବୀର ସିଂହ କହିଛନ୍ତି ଯେ, ୧୧ଦଫା ଦାବି ନେଇ ସରକାରଙ୍କ ସହିତ ଆଲୋଚନା ହୋଇଛି । ସେଥିରୁ ସରକାର ୭ଟି ଦାବି ପୂରଣ ନେଇ ରାଜି ହୋଇଥିବା ବେଳେ ବାକି ୪ଟି ଉପରେ ସହମତି ପ୍ରକାଶ କରି ନାହାନ୍ତି ।

ମୁଖପାତ୍ରଙ୍କ ମୁତାବକ ସରକାର କହିଛନ୍ତି ଯେ, କୃଷକଙ୍କ ଦାବି ବିତ୍ତୀୟ ମାମଲା ସହିତ ଜଡିତ ରହିଛି ଯାହା ଉପରେ ଆଗାମୀ ବୈଠକରେ ବିଚାର କରାଯିବ । ମୁଖପାତ୍ର ଅଭିଯୋଗ କରିଛନ୍ତି ଯେ, ସରକାର କୃଷକଙ୍କ ମୁଖ୍ୟ ଦାବି ଉପରେ ନିଜର ପକ୍ଷ ସ୍ପଷ୍ଟ କରିନାହାନ୍ତି ।

Click to comment

Leave a Reply

Your email address will not be published. Required fields are marked *

More in ଦେଶ