Connect with us

ଓଡିଶା

ରେଳ ବଜେଟ୍ କମିବା ଚିନ୍ତାର କାରଣ : ବିଜେଡି

ସାଙ୍କେତିକ

ରେଳ ବଜେଟ୍ କମିବା ଚିନ୍ତାର କାରଣ : ବିଜେଡି
– ଓଡିଶାରେ ତେଜସ୍ ଏକ୍ସପ୍ରେସ ଚଳାଇବାକୁ ଦାବି
ଭୁବନେଶ୍ୱର, ୦୬ ଫେବୃଆରୀ – ରାଜ୍ୟରେ ସବୁଠାରୁ କମ୍ ରେଲଲାଇନ୍ ଥିବାବେଳେ ଭାରତୀୟ ରେଳବାଇକୁ ସର୍ବାଧିକ ରାଜସ୍ୱ ଦେଉଥିବା ଓଡିଶାକୁ ଚଳିତ ରେଳ ବଜେଟରେ ଅନୁଦାନ ପରିମାଣ ଗତବର୍ଷ ଅପେକ୍ଷା ହ୍ରାସ ପାଇଛି । ଏହା ଏବେ ଚିନ୍ତାର କାରଣ ବୋଲି ରେଳ ବଜେଟ୍ ଉପରେ ପ୍ରତିକ୍ରିୟା ରଖି କହିଛନ୍ତି ବିଜେଡିର ରାଷ୍ଟ୍ରୀୟ ମୁଖପାତ୍ର ଡକ୍ଟର ସସ୍ମିତ ପାତ୍ର ।
ଡକ୍ଟର ପାତ୍ର କହିଛନ୍ତି ଯେ ଅର୍ଥନୈତିକ କ୍ଷେତ୍ରରେ ଲାଭଜନକ ହେବାକୁ ଥିବା ଗୋପାଳପୁର-ସମ୍ବଲପୁର ପ୍ରସ୍ତାବିତ ରେଳଲାଇନ୍ କୁ ଓଡିଶା ପକ୍ଷରୁ ସ୍ୱାଗତ କରାଯାଉଛି । ତେବେ ଧାର୍ଯ୍ୟ ସମୟ ମଧ୍ୟରେ ଏହି ପ୍ରକଳ୍ପ ସରିବା ଆବଶ୍ୟକ । ରାଜ୍ୟ ସରକାର ଅଂଶଧନ ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦେଇଥିବା କୌଣସି ସ୍ଥାନରେ ନୂତନ ପ୍ରକଳ୍ପ ଘୋଷଣା ହୋଇନାହିଁ । ପୁରୀ-କୋଣାର୍କ, ବରଗଡ-ନୂଆପଡା, ଯାଜପୁର-ଆରଡି-ଧାମରା, ଚକୁଳିଆ-ବୁରାମରା, ଗୁଣୁପୁର-ଥେରୁବାଲି (ନୂଆ ଲାଇନ୍‌) ଆଦି ପାଇଁ ରାଜ୍ୟ ସରକାର ସହାୟତା ଲାଗି ପ୍ରତିଶ୍ରୁତି ଦେଇଥିଲେ ।
ତେଜସ୍‌ଏକ୍ସପ୍ରେସ୍ ଭଳି ରେଳ ଚଳାଚଳକୁ ବିଜେଡି ସ୍ୱାଗତ କରିଥିବାବେଳେ ଓଡିଶାରେ ଏଭଳି ରେଳଗାଡି ଚଳାଇବାକୁ ଡକ୍ଟର ପାତ୍ର ମତ ଦେଇଛନ୍ତି । ସେହିଭଳି ବରାଦ ଅର୍ଥ ଯେଭଳି ଠିକଣା ସମୟରେ ଖର୍ଚ୍ଚ ହେବ ଏବଂ ବିଳମ୍ବିତ ହେଉଥିବା ପ୍ରକଳ୍ପ ଗୁଡିକୁ ତ୍ୱରାନ୍ୱିତ ଭିତିରେ ସରିବ ସେ ଦିଗରେ ପଦକ୍ଷେପ ନେବା ପାଇଁ ଡକ୍ଟର ପାତ୍ର କହିଛନ୍ତି ।

Click to comment

Leave a Reply

Your email address will not be published. Required fields are marked *

More in ଓଡିଶା