
ରେଡକ୍ରସ ପକ୍ଷରୁ ଅଗ୍ନିବିପନ୍ନଙ୍କୁ ରିଲିଫ ବିତରଣ
ଭୁବନେଶ୍ୱର :- ଓଡିଶା ରେଡ଼କ୍ରସ୍ ରାଜ୍ୟ ଶାଖା ପକ୍ଷରୁ ଖୋର୍ଦ୍ଧା ଜିଲ୍ଲାର ବାଲିପାଟଣା ତହସିଲ ଅନ୍ତଃର୍ଗତ କୁଲିଂଟି ଗ୍ରାମର ୭ଗୋଟି ପରିବାରଙ୍କୁ ବାଲିପାଟଣା ର ତହସିଲଦାର ପ୍ରାଚି ମହାପାତ,୍ର ଅତିରିକ୍ତ ତହସିଲଦାର ସ୍ନେହଲତା ଆଚାର୍ଯ୍ୟ ଉପସ୍ଥିତିରେ ରେଡକ୍ରସ ତରଫରୁ ରିଲିଫ ଯୋଗାଇ ଦିଆଯାଇଛି । ତତ୍ ସହିତ କଟକ ଜିଲ୍ଲାର ମାହାଙ୍ଗା ବ୍ଲକ ର ମଧୁପୁର ଗ୍ରାମରେ ଘଟିଥିବା ଅଗ୍ନିକାଣ୍ଡରେ କ୍ଷତିଗ୍ରସ୍ତ ୨ଗୋଟି ଅଗ୍ନିବିପନ୍ନ ପରିବାର ଏବଂ ଭୁବନେଶ୍ୱର ସ୍ଥିତ ୟୁନିଟ -୧ ବସ୍ତି ନିକଟରେ ୪ଗୋଟି ପରିବାରଙ୍କୁ ରେଡକ୍ରସ ତରଫରୁ ରିଲିଫ ଯୋଗାଇ ଦିଆଯାଇଛି ।ଏହି ସମସ୍ତ ରିଲିଫ୍ ବିତରଣ କାର୍ଯ୍ୟକ୍ରମ ଓଡିଶା ରେଡକ୍ରସ୍ ରାଜ୍ୟ ଶାଖାର ଅବୈତନିକ ସଚିବ ମେଜର ଡଃ କଳ୍ପନା ଦାସଙ୍କ ତତ୍ୱାବଧାନରେ ଅନୁଷ୍ଠିତ ହୋଇଯାଇଛି । ଏତତ୍ ବ୍ୟତିତ ୨୦୦ କମ୍ବଳ କନ୍ଧମାଳ ଜିଲ୍ଲାର ଶୀତ ପ୍ରପିଡିତ ଲୋକଙ୍କୁ ରେଡକ୍ରସ ପକ୍ଷରୁ ପଠାଯିବାର କାର୍ଯ୍ୟକ୍ରମ ରହିଛି ।
ପ୍ରତ୍ୟେକ ପରିବାରକୁ ଶାଢୀ, ଧୋତି, ତଉଲିଆ, ମଶାରୀ, ବିଛଣା ଚଦର, ଷ୍ଟୋଭ୍, ରୋଷେଇ ସାମଗ୍ରୀ, ଜରିକେନ୍, ପ୍ଲାଷ୍ଟିକ୍ବାଲ୍ଟି, କମ୍ବଳ, ହାଇଜେନ୍କିଟ୍ ଏବଂ ତାରପୋଲିନ ଆଦି ଯୋଗାଇ ଦିଆଯାଇଅଛିା ଏହି ସମସ୍ତ କାର୍ଯ୍ୟକ୍ରମ ରେଡକ୍ରସ ପରାମର୍ଶ୍ରଦାତା ଶ୍ରୀ ଲଷ୍ମଣ ସ୍ୱାଇଁ, ଅଜୀବନ ସଦସ୍ୟ ଅରୁଣ କୁମାର ଦାସ, ବିନୟ କୁମାର ନାୟକ ବିତରଣ କାର୍ଯ୍ୟକ୍ରମରେ ସହାୟତା କରିଥିଲେ ।
