ମେଧାବୃତି, ଭାଷାବୃତି ଓ ଲାପଟପ ପ୍ରଦାନ କାର୍ଯ୍ୟକ୍ରମର ଶୁଭରାମ୍ଭ କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର,୫ା୧୧ : ଆଜି ସଚିବାଳୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୩୫୪୯ ଓଡ଼ିଆ ଭାଷା ବୃତି, ୩୫ ହଜାର ୪୯୦ ଛାତ୍ରଛାତ୍ରୀଙ୍କୁ ମେଧାବୃତି ପ୍ରଦାନ କରିଛନ୍ତି । ଯୁକ୍ତ ଦୁଇ ଉତୀର୍ଣ୍ଣ ହୋଇଥିବା ୧୫ ହଜାର ମେଧା ଛାତ୍ର ଛାତ୍ରୀଙ୍କୁ ଲାପଟପ ବଂଟନ, ଭଲ ପ୍ରଦର୍ଶନ କରିଥିବା ସ୍କୁଲକୁ ପୁରସ୍କାର ଓ ଶିକ୍ଷକ ଏବଂ ଅଭିଭାବକ ମାନଙ୍କୁ ମଧ୍ୟ ସମ୍ମାନିତ କରିଛନ୍ତି ।
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ସଚିବାଳୟରେ ଛାତ୍ରଛାତ୍ରୀ ମାନଙ୍କୁ ଓଡ଼ିଆ ଭାଷାବୃତି, ମୁଖ୍ୟମନ୍ତ୍ରୀ ମେଧାବୃତି ପ୍ରଦାନ କରିବା ସହିତ ଯୁକ୍ତ ଦୁଇ ଛାତ୍ରଛାତ୍ରୀ ମାନଙ୍କୁ ଲାପଟପ ପ୍ରଦାନ କରିଛନ୍ତି । ଗତ ବର୍ଷ ଶିଶୁ ଦିବସରେ ମୋ ସ୍କୁଲ କାର୍ଯ୍ୟକ୍ରମ ଘୋଷଣା ଅବସରରେ ମୁଖ୍ୟମନ୍ତ୍ରୀ ଏହି ଘୋଷଣା କରିଥିଲେ । ପିଲାମାନଙ୍କ ସହିତ ଶ୍ରେଷ୍ଠ ପ୍ରଦର୍ଶନ କରିଥିବା ସ୍କୁଲକୁ ପୁରସ୍କାର ଦିଆଯିବା ସହିତ ଶିକ୍ଷକ ଶିକ୍ଷୟତ୍ରୀ ଏବଂ ପିତାମାତାଙ୍କୁ ମଧ୍ୟ ସମ୍ମାନିତ କରିଛନ୍ତି । ଏହାସହିତ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ରାଜ୍ୟର ସବୁ ବ୍ଲକକୁ ଓଏସଡବ୍ଲୁଏଏନ ସଂଯୋଗ ବ୍ୟବସ୍ଥାକୁ ମଧ୍ୟ ଉଦଘାଟିତ କରିଛନ୍ତି । ଭିଡ଼ିଓ କନଫରେନସିଂ ଜରିଆର ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ କରାଯାଇଛି । ଏହି ଅବସରରେ ସାରା ରାଜ୍ୟର ବିଭିନ୍ନ ବ୍ଲକରେ ଉପସ୍ଥିତ ଥିବା ସ୍କୁଲର ଛାତ୍ରଛାତ୍ରୀ, ଶିକ୍ଷକ ଓ ପିତାମାତାଙ୍କୁ ସମ୍ବର୍ଦ୍ଧିତ କରି ମୁଖ୍ୟମନ୍ତ୍ରୀ କହିଲେ, ୨୦୧୭ ନଭେମ୍ବର ୧୪ ତାରିଖ ଦିନ ମୁଁ ମୋ ସ୍କୁଲ କାର୍ଯ୍ୟକ୍ରମ ଘୋଷଣା କରିଥିଲେ । ଆମ ହାଇସ୍କୁଲ ପିଲାଙ୍କ ପାଇଁ ଏହି ଅବସରରେ ମୁଁ ୫ ଗୋଟି ପୁରସ୍କାର ଘୋଷଣା କରିଥିଲି ।
ମୁଖ୍ୟମନ୍ତ୍ରୀ ମେଧାବୃତି, ଓଡ଼ିଆ ଭାଷା ବୃତି, ଏଚଏସସି ପରୀକ୍ଷାଫଳରେ କରିଥିବା ସ୍କୁଲ ମାନଙ୍କ ପାଇଁ ପୁରସ୍କାର, ଭଲ କରିଥିବା ସ୍କୁଲର ଶିକ୍ଷକ ମାନଙ୍କ ପାଇଁ ପୁରସ୍କାର ଏବଂ ହାଇସ୍କୁଲ ପରୀକ୍ଷାରେ ଭଲ କରିଥିବା ଛାତ୍ରଛାତ୍ରୀ ମାନଙ୍କ ଅଭିଭାବକ ମାନଙ୍କ ପାଇଁ ସମ୍ମାନ । ଏସବୁ ପୁରସ୍କାରର ଲକ୍ଷ୍ୟ, ଆମେ ଭଲ ପାଠ ପଢ଼ିବା, ଆମ ଭାଷାକୁ ଭଲ ପାଇବା ଏବଂ ଶ୍ରେଷ୍ଠ ହେବା । ମୁଁ ବହୁତ ଖୁସି ଯେ, ଆମ ପିଲାମାନେ ଏହି ଆହ୍ୱାନକୁ ଗ୍ରହଣ କରିଛନ୍ତି । ସମସ୍ତଙ୍କୁ ମୋର ବହୁତ ବହୁତ ଅଭିନନ୍ଦନ । ତୁମେମାନେ ଦୃଢ଼ ମନୋବଳ ସହ ଆଗକୁ ବଢ଼, ମୁଁ ତୁମ ମାନଙ୍କ ସାଥିରେ ଅଛି । ତୁମ ବାପା ମାଙ୍କ ଆଶୀର୍ବଦ, ତୁମ ଶିକ୍ଷକ ମାନଙ୍କ ଆଶୀର୍ବାଦ ତୁମ ସାଥିରେ ଅଛି । ଖୁସିର କଥା, ଆଜି ମଧ୍ୟ ବିଜୁ ଯୁବ ସଶକ୍ତିକରଣ ଯୋଜନାରେ ଯୁକ୍ତ ଦୁଇରେ ଭଲ କରିଥିବା ପିଲାମାନଙ୍କୁ ଲାପଟପ୍ ମଧ୍ୟ ଦିଆଗଲା । ତୁମ ମାନଙ୍କୁ ମଧ୍ୟ ମୋର ଅଭିନନ୍ଦନ । ଆଜି ରାଜ୍ୟର ସବୁ ବ୍ଲକ ଓଏସଡବ୍ଲୁଏଏନ ବ୍ୟବସ୍ଥା ସହ ଯୋଡ଼ି ହେଲା । ଥ୍ରି-ଟି କାର୍ଯ୍ୟକ୍ରମକୁ ଏହା ଆଗକୁ ନେବ । ମୋର ବିଶ୍ୱାସ, ଏହା ରାଜ୍ୟବାସୀଙ୍କୁ ଉତମ ସେବା ଯୋଗାଇ ଦେବା ଦିଗରେ ବିଶେଷ ସହାୟକ ହେବ । ସୂଚନାଯୋଗ୍ୟ ଯେ, ଓଡ଼ିଆ ଭାଷାବୃତି କାର୍ଯ୍ୟକ୍ରମରେ ଓଡ଼ିଆ ଭାଷାରେ ଉତମ ପ୍ରଦର୍ଶନ କରିଥିବା ପ୍ରତ୍ୟେକ ଛାତ୍ର ପିଛା ୫୦୦୦ ଟଙ୍କା ହିସାବରେ ୩୫୪୯ ଜଣ ଛାତ୍ରଛାତ୍ରୀଙ୍କୁ ଏହି ପୁରସ୍କାର ଦିଆଯାଉଛି ।
ଏହି ପୁରସ୍କାର ବାବଦରେ ୧.୭୭ କୋଟି ଟଙ୍କା ଖର୍ଚ୍ଚ କରାଯାଉଛି । ସେହିପରି ମୁଖ୍ୟମନ୍ତ୍ରୀ ମେଧାବୃତି କାର୍ଯ୍ୟକ୍ରମରେ ମାଟ୍ରିକ ପରୀକ୍ଷାରେ ଭଲ ପ୍ରଦର୍ଶନ କରିଥିବା ପ୍ରତ୍ୟେକ ଛାତ୍ର ପିଛା ୫୦୦୦ ଟଙ୍କା ହିସବାରେ ୩୫,୪୯୦ କୋଟି ଟଙ୍କା ଖର୍ଚ୍ଚ କରାଯାଉଛି । ମାଟ୍ରିକ ପରୀକ୍ଷାରେ ଶ୍ରେଷ୍ଠ ପ୍ରଦାର୍ଶନ କରିଥିବା ବିଦ୍ୟାଳୟ ଗୁଡ଼ିକୁ ମଧ୍ୟ ପୁରସ୍କାର ଦିଆଯାଉଛି । ପ୍ରତ୍ୟେକ ସ୍କୁଲ ପିଛା ୧ ଲକ୍ଷ ଟଙ୍କା ହିସାବରେ ୧୦୬୧ଟି ବିଦ୍ୟାଳୟକୁ ପୁରସ୍କାର ପ୍ରଦାନ କରାଯାଉଛି । ସମୁଦାୟ ୧୦ କୋଟି ୬୧ ଲକ୍ଷ ଟଙ୍କା ପ୍ରଦାନ କରାଯାଉଛି । ସେହିପରି ଚଳିତ ବର୍ଷ ଯୁକ୍ତ ଦୁଇରେ ଭଲ ପ୍ରଦର୍ଶନ କରିଥିବା ୧୫ ହଜାର ଛାତ୍ରଛାତ୍ରୀଙ୍କୁ ଲାପଟପ ବଂଟନ କାର୍ଯ୍ୟକ୍ରମ ମଧ୍ୟ ଆରମ୍ଭ କରାଯାଇଛି ।
ଏହି ଅବସରରେ ମୁଖ୍ୟମନ୍ତ୍ରୀ ବିଭିନ୍ନ ବ୍ଲକରେ ଉପପସ୍ଥିତ ଥବବା ସ୍କୁଲର ଛାତ୍ରଛାତ୍ରୀ, ଶିକ୍ଷକ-ଶିକ୍ଷୟତ୍ରୀ ଓ ପିତାମାତାଙ୍କ ସହିତ ଭିଡ଼ିଓ କନଫରେନସିଂ ଜରିଆରେ ଆଲୋଚନା କରିଥିଲେ । ଏହି କାର୍ଯ୍ୟକ୍ରମରେ ମନ୍ତ୍ରୀ ପ୍ରଦୀପ ମହାରଥି, ମନ୍ତ୍ରୀ ବଦ୍ରିନାରାୟଣ ପାତ୍ର, ମନ୍ତ୍ରୀ ଅନନ୍ତ ଦାସ, ମନ୍ତ୍ରୀ ଚନ୍ଦ୍ରସାରଥି ବେହେରା ଓ ବିଭିନ୍ନ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ ।