
ମାଲବାହୀ ଟ୍ରେନ୍ ର ତିନି ବଗି ଲାଇନଚ୍ୟୁତ
ରାଉରକେଲା ୨୫ା୧ – ଆଜି ପୂର୍ବାହ୍ନ ପ୍ରାୟ ୧୦ଟା ସମୟରେ ରାଉରକେଲା ନିକଟ ବନ୍ଧମୁଣ୍ଡା ଷ୍ଟକୟାର୍ଡ଼ ନିକଟରେ ଏକ ମାଲବାହୀ ଟ୍ରେନ୍ ର ୩ଟି ବଗି ଲାଇନଚ୍ୟୁତ ହୋଇଥିଲା । ଫଳରେ କିଛି ସମୟ ପାଇଁ ସମ୍ପୃକ୍ତ ଟ୍ରାକ୍ ରେ ରେଳ ଚଳାଚଳ ପ୍ରଭାବିତ ହୋଇଥିଲା । ଖବର ପାଇ ରେଳ ବିଭାଗର ଟେକନିକାଲ ଟିମ୍ ଘଟଣାସ୍ଥଳରେ ପହଂଚି ବଗି ଗୁଡିକୁ ଟ୍ରାକ୍ ରୁ ହଟାଇବା ଏବଂ ଟ୍ରାକ୍ ମରାମତି ପରେ ରେଳ ଚଳାଚଳ ସ୍ୱାଭାବିକ୍ ହୋଇଥିଲା । ତେବେ କେଉଁ କାରଣରୁ ଦୁର୍ଘଟଣା ଘଟିଛି ଟେକନିକାଲ୍ ଟିମ୍ ସେ ସମ୍ପର୍କରେ ଯାଂଚ୍ କରୁଛି ।
