
ଭୁବନେଶ୍ବର ୧୦।୧୦: ଶ୍ରୀଲିଙ୍ଗରାଜ ଥାନା ଅଧୀନ କେଦାରଗୌରୀ ଆପାର୍ଟମେଣ୍ଟରୁ ସୋମବାର ରାତିରେ ଲୁଟ୍ ହୋଇଛି । ଆପାର୍ଟମେଣ୍ଟରେ ରହୁଥିବା ସେମାନାଥ ସାହୁ(୬୨)ଙ୍କ ଘରୁ ତାଙ୍କ ଅନୁପସ୍ଥିତିର ସୁଯୋଗ ନେଇ ଦୁର୍ବୃତ୍ତମାନେ ତାଙ୍କ ସ୍ତ୍ରୀ ବାସନ୍ତୀ ସାହୁ ଓ ଜଣେ ସଂପର୍କୀୟଙ୍କୁ ବନ୍ଧୁକ ଦେଖାଇ ନଗଦ ୨ ଲକ୍ଷ ଟଙ୍କା, ୪୦ ଗ୍ରାମ୍ର ଦୁଇଟି ସୁନା ହାର, ହଳ କାନଫୁଲ ଲୁଟି ନେଇଛନ୍ତି । ଆଜି ସକାଳେ ସୋମନାଥ ଘରକୁ ଫେରି ସବୁ ଜାଣିବା ପରେ ଏ ସଂପର୍କରେ ଥାନାରେ ଅଭିଯୋଗ କରିଛନ୍ତି । ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ।
