
ଭୁବନେଶ୍ୱର – ବ୍ୟାଙ୍କକ୍ ବିମାନ ଚଳାଚଳ ବନ୍ଦ
ଭୁବନେଶ୍ୱର, ୨୦ ସେପ୍ଟେମ୍ବର – ଭୁବନେଶ୍ୱରରୁ ବ୍ୟାଙ୍କକ୍ କୁ ବିମାନ ଚଳାଚଳ ସାମୟିକ ଭାବେ ବନ୍ଦ କରାଯାଇଛି । ଏୟାର ଏସିଆ ପକ୍ଷରୁ ଭୁବନେଶ୍ୱରରୁ ବ୍ୟାଙ୍କକ୍ କୁ ବିମାନ ଉଡାଣ କରାଯାଉଥିଲା । ଏସମ୍ପର୍କରେ ଭୁବନେଶ୍ୱର ବିଜୁ ପଟ୍ଟନାୟକ ବିମାନ ବନ୍ଦର କତୃପକ୍ଷଙ୍କୁ ଏୟାର ଏସିଆ ପକ୍ଷରୁ ଚିଠି ଲେଖି ଜଣାଇଦିଅଯାଇଛି ।
