
ଭାଜପାର ୨ୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା – ପୁରୀରୁ ଲଢ଼ିବେ ମୁଖପାତ୍ର ଡା. ସମ୍ବିତ ପାତ୍ର
ଭୁବନେଶ୍ୱର, ୨୩/୩- ଲୋକସଭା ନିର୍ବାଚନ ପାଇଁ ଓଡିଶା ଭାଜପାର ୨ୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଶୁକ୍ରବାର ରାତିରେ ପ୍ରକାଶ ପାଇଛି । ଏଥିରେ ଓଡ଼ିଶାର ୫ ଆସନ ଲାଗି ନାମ ଘୋଷଣା ହୋଇଛି । ପୁରୀରୁ ଭାଜପାର ମୁଖପାତ୍ର ଡା. ସମ୍ବିତ ପାତ୍ର , କଳାହାଣ୍ଡିରୁ ରାଜ୍ୟ ଭାଜପା ସଭାପତି ବସନ୍ତ ପଣ୍ଡା, ବରଗଡ଼ରୁ ସୁରେଶ ପୂଜାରୀ, ସମ୍ବଲପୁରରୁ ନିତେଶ ଗଙ୍ଗଦେଵ ଏବଂ କୋରାପୁଟ ଲୋକସଭା ଆସନରୁ ଜୟରାମ ପାଙ୍ଗି ନିର୍ବାଚନ ଲଢ଼ିବେ ।
