ବ୍ରହ୍ମଗିରି, ପୁରୀରେ ମୁଖ୍ୟମନ୍ତ୍ରୀଙ୍କ ହାଇଟେକ୍ ପ୍ରଚାର
୩ ଘଂଟା ଧରି ଅଟକିଲେ ପର୍ଯ୍ୟଟକ
ପୁରୀ, ୧୯ ଅପ୍ରେଲ – ପୁରୀ ଲୋକସଭା କ୍ଷେତ୍ର ଅନ୍ତର୍ଗତ ବ୍ରହ୍ମଗିରି, ପୁରୀ, ସତ୍ୟବାଦୀ ଓ ପିପିଲିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦଳୀୟ ପ୍ରାର୍ଥୀଙ୍କ ପାଇଁ ଆଜି ହାଇଟେକ୍ ପ୍ରଚାର କରିଛନ୍ତି । ପ୍ରଥମେ ହେଲିକ୍ୟାପ୍ଟର ଯୋଗେ ଯାଇ ବ୍ରହ୍ମଗିରି ନିର୍ବାଚନୀ ମଣ୍ଡଳୀର ସାତପଡାଠାରେ ଅସ୍ଥାୟୀ ହେଲିପ୍ୟାଡ୍ ରେ ମଧ୍ୟାହ୍ନ ୧୨ଟାରେ ଅବତରଣ କରିଥିଲେ ମୁଖ୍ୟମନ୍ତ୍ରୀ । ସେଠାରୁ ହାଇଟେକ୍ ବସରେ ଦଳୀୟ ପ୍ରାର୍ଥୀଙ୍କ ପାଇଁ ଶଙ୍ଖଚିହ୍ନରେ ଭୋଟ ଦେବାପାଇଁ ପ୍ରଚାର କରିଥିଲେ । ସାତପଡାଠାରେ ହଜାର ହଜାର ସଂଖ୍ୟାରେ ସାଧାରଣ ଜନତା ଓ କର୍ମୀ ଶଙ୍ଖ ପତାକା ହାତରେ ଧରି ରାସ୍ତାର ଉଭୟ ପାଶ୍ୱର୍ରେ ଠିଆ ହୋଇ ମୁଖ୍ୟମନ୍ତ୍ରୀଙ୍କୁ ସ୍ୱାଗତ କରିଥିଲେ । ସାଂସଦ ପ୍ରାର୍ଥୀ ପିନାକୀ ମିଶ୍ର ଓ ବ୍ରହ୍ମଗିରି ବିଧାନସଭା ପ୍ରାର୍ଥୀ ସଞ୍ଜୟ ଦାସବର୍ମା, ପୁରୀ ବିଧାନସଭା ପ୍ରାର୍ଥୀ ମହେଶ୍ୱର ମହାନ୍ତି, ସତ୍ୟବାଦୀ ବିଧାନସଭା ପ୍ରାର୍ଥୀ ଉମାକାନ୍ତ ସାମନ୍ତରାୟ ଓ ପିପିଲିର ପ୍ରଦୀପ ମହାରଥୀଙ୍କୁ ଶଙ୍ଖଚିହ୍ନରେ ଭୋଟ ଦେବାପାଇଁ ପ୍ରଚାର କରିଥିଲେ । ସାତପଡା, ସୁନାମୁହିଁ, ବ୍ରହ୍ମଗିରି, ଗୋରୁଆଳ ଛକରେ ଅଳ୍ପ ଭାଷଣ ଦେଇଥିଲେ । ମୁଖ୍ୟମନ୍ତ୍ରୀଙ୍କ ରୋଡସୋରେ ହଜାର ହଜାର ସଂଖ୍ୟାରେ ଦଳୀୟ ପ୍ରାର୍ଥୀ, କର୍ମୀ ଓ ସମର୍ଥକଙ୍କୁ ଦେଖିବାକୁ ମିଳିଥିଲା ।
ମୁଖ୍ୟମନ୍ତ୍ରୀଙ୍କ ରୋଡସୋ ସମୟରେ ବସ୍, କାର୍, ମୋଟରସାଇକେଲ ଜାମଯୋଗୁଁ ସେଠାରେ ଦଳାଚକଟା ପରିସ୍ଥିତି ସୃଷ୍ଟି ହୋଇଥିଲା । ମୁଖ୍ୟମନ୍ତ୍ରୀଙ୍କ ରୋଡ ସୋ ଯୋଗୁଁ ଚିଲିକାକୁ ବୁଲିବାକୁ ଯାଇଥିବା ପର୍ଯ୍ୟଟକମାନେ ଘୋର ଅସୁବିଧାର ସମ୍ମୁଖୀନ ହୋଇଥିଲେ । ଚିଲିକା ବୁଲିବା ପରେ ରୋଡ ଯାମ ଯୋଗୁଁ ସେମାନେ ବାଟରେ ୩ ଘଂଟା ଧରି ଅଟକି ରହିଥିଲେ । ଫଳରେ ଗନ୍ତବ୍ୟସ୍ଥଳ ଅଭିମୁଖେ ଟ୍ରେନ୍, ବସ୍ ଓ ପ୍ଲେନ୍ ଧରିବାରେ କେତେକଙ୍କ ପାଇଁ ସମସ୍ୟା ସୃଷ୍ଟି ହୋଇଥିଲା ।
ଓଡିଶା
ବ୍ରହ୍ମଗିରି, ପୁରୀରେ ମୁଖ୍ୟମନ୍ତ୍ରୀଙ୍କ ହାଇଟେକ୍ ପ୍ରଚାର
More in ଓଡିଶା
-
ଦେଶର ବିଭିନ୍ନ ସ୍ଥାନରେ ହର୍ଷ ଉଲ୍ଲାସରେ ଦୀପାବଳୀ ଉତ୍ସବ ପାଳନ କରାଯାଉଛି ا
ଭୁବନେଶ୍ୱର – ଦେଶର ବିଭିନ୍ନ ସ୍ଥାନରେ ହର୍ଷ ଉଲ୍ଲାସରେ ଦୀପାବଳୀ ଉତ୍ସବ ପାଳନ କରାଯାଉଛି ا ଘର ଆଗରେ...
-
ଭୁବନେଶ୍ୱରରୁ ଆରମ୍ଭହେଲା ପୁଣି କ୍ୟାଟେନମେଣ୍ଟ ଜୋନ l
ଭୁବନେଶ୍ୱରରୁ ଆରମ୍ଭହେଲା ପୁଣି କ୍ୟାଟେନମେଣ୍ଟ ଜୋନ l ଲୋକଙ୍କ ଆଶଙ୍କା ‘ଦ୍ୱାରଦେଶରେ କରୋନାର ତୃତୀୟ ଲହର ‘ !...
-
ବିଶିଷ୍ଟ ପ୍ରାଣୀ ବିଶେଷଜ୍ଞ ଡାକ୍ତର ଏସ.କେ ରାୟଙ୍କର ପରଲୋକ |
ବିଶିଷ୍ଟ ପ୍ରାଣୀ ବିଶେଷଜ୍ଞ ଡାକ୍ତର ଏସ.କେ ରାୟଙ୍କର ପରଲୋକ | ଭୁବନେଶ୍ୱର- 18/12 -ବିଶିଷ୍ଟ ପ୍ରାଣୀ ବିଶେଷଜ୍ଞ ଡାକ୍ତର...
-
‘ସାମସ’ ର ତ୍ରୁଟିପୂର୍ଣ୍ଣ ଏସଓପି ଯୋଗୁଁ ଶହ ଶହ ଛାତ୍ର ଛାତ୍ରୀଙ୍କ ମନରେ ଅଶାନ୍ତି |
‘ସାମସ’ ର ତ୍ରୁଟିପୂର୍ଣ୍ଣ ଏସଓପି ଯୋଗୁଁ ଶହ ଶହ ଛାତ୍ର ଛାତ୍ରୀଙ୍କ ମନରେ ଅଶାନ୍ତି | ଭୁବନେଶ୍ୱର –...