
ବୋମାମାଡ଼ କରି ଲୁଟିଲେ ,ପଲସର ଗାଡ଼ିରେ ପଳେଇଲେ
ନୟାଗଡ଼:- ଦୁର୍ବୃତ୍ତମାନେ ବୋମାମାଡ଼ କରି ନୟାଗଡ଼ ଜିଲ୍ଲାର ରଣପୁର ବଜାରର ଜଣେ ସ୍ଵର୍ଣ ବ୍ୟବସାୟୀଙ୍କ ୪୦ ଲକ୍ଷ ଟଙ୍କାର ଗହଣା ଲୁଟ୍ କରିଛନ୍ତି । ମିଳିଥିବା ସୂଚନା ଅନୁସାରେ ୪ ଜଣ ଦୁର୍ବୃତ୍ତ ୨ଟି ପଲସରରେ ଆସି ଦୋକାନ ମାଲିକଙ୍କ ଉପରକୁ ବୋମାମାଡ଼ କରିଥିଲେ ଏବଂ ଗହଣା ନେଇ ଫେରାର ହୋଇଯାଇଥିଲେ । ସୂଚନା ପାଇ ପୁଲିସ ଘଟଣାସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିଛି ।
