Connect with us

ଓଡିଶା

‘ବୁଲବୁଲ’ ପାଇଁ କ୍ଷତିଗ୍ରସ୍ତ ଓଡିଶାକୁ କେନ୍ଦ୍ରର ୫୫୨ କୋଟି ଟଙ୍କାର ସହାୟତା ଘୋଷଣା

ସାଙ୍କେତିକ

‘ବୁଲବୁଲ’ ପାଇଁ କ୍ଷତିଗ୍ରସ୍ତ ଓଡିଶାକୁ କେନ୍ଦ୍ରର ୫୫୨ କୋଟି ଟଙ୍କାର ସହାୟତା ଘୋଷଣା
– ଧର୍ମେନ୍ଦ୍ରଙ୍କ ଧନ୍ୟବାଦ
ଭୁବନେଶ୍ୱର,ଡିସେମ୍ବର ୦୩ – ସାମୁଦ୍ରିକ ବାତ୍ୟା ‘ବୁଲବୁଲ’ ପ୍ରଭାବରେ କ୍ଷତିଗ୍ରସ୍ତ ଓଡିଶାକୁ କେନ୍ଦ୍ର ସରକାର ୫୫୨ କୋଟି ଟଙ୍କା ଆର୍ଥିକ ସହାୟତା ଘୋଷଣା କରିଛନ୍ତି । ଏଥିପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଗୃହମନ୍ତ୍ରୀ ଅମିତ ଶାହଙ୍କୁ ସାମାଜିକ ଗଣମାଧ୍ୟମରେ ଧନ୍ୟବାଦ ଜଣାଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
ଶ୍ରୀ ପ୍ରଧାନ ଉଲ୍ଲେଖ କରିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଗୃହମନ୍ତ୍ରୀ ଅମିତ ଶାହ ଓଡିଶାବାସୀଙ୍କ ଆବଶ୍ୟକତାକୁ ସର୍ବଦା ପ୍ରାଥମିକତା ଦେଇଥିବାରୁ ଧନ୍ୟବାଦ । କେନ୍ଦ୍ର ସରକାରଙ୍କ ଦ୍ୱାରା ଘୋଷଣା କରାଯାଇଥିବା ୫୫୨ କୋଟି ଟଙ୍କା ବାତ୍ୟା ବୁଲବୁଲ ପ୍ରଭାବରେ କ୍ଷତିଗ୍ରସ୍ତ ଜୀବନଜୀବିକାର ପୁନଃଉଦ୍ଧାର କାର୍ଯ୍ୟରେ ସହାୟକ ହେବ ବୋଲି ସେ କହିଛନ୍ତି ।

Click to comment

Leave a Reply

Your email address will not be published. Required fields are marked *

More in ଓଡିଶା