Connect with us

ଓଡିଶା

ବିଜେଡିର ପ୍ରତିଷ୍ଠା ଦିବସରେ ନବୀନଙ୍କ ସଙ୍କେତ

ସାଙ୍କେତିକ

ବିଜେଡିର ପ୍ରତିଷ୍ଠା ଦିବସରେ ନବୀନଙ୍କ ସଙ୍କେତ
– ମୋ ଉପରେ ଦଳ ନିର୍ଭରଶୀଳ ନୁହେଁ
ଭୁବନେଶ୍ୱର,୨୬ ଡିସେମ୍ବର – ଓଡିଶାବାସୀଙ୍କ ସେବା ଓ ସଶକ୍ତିକରଣ ପାଇଁ ବିଜେଡି ଦଳ ଏକ ଆନ୍ଦୋଳନରେ ପରିଣତ ହୋଇଛି । ମୋ ବିନା ଦଳ ଚାଲିପାରିବ । ମୋ ଉପରେ ବା କୌଣସି ନେତାଙ୍କ ଉପରେ ଏ ଦଳ ନିର୍ଭରଶୀଳ ନୁହେଁ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ପ୍ରକାଶ କରିଛନ୍ତି ।
ବିଜେଡି ରାଜ୍ୟ କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ଦଳର ୨୩ତମ ପ୍ରତିଷ୍ଠା ଦିବସ ଉପଲକ୍ଷେ ଆୟୋଜିତ ସଭାରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ବିଜେଡି କ୍ଷମତା ଲୋଭ ପାଇଁ ନୁହେଁ ଲୋକଙ୍କ ସେବାପାଇଁ କାମ କରୁଛି । ନିର୍ବାଚନରେ ଜିତିବା ପାଇଁ ଦଳ କାମ କରୁନାହିଁ । ଓଡିଶାବାସୀ ଦେଇଥିବା ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱକୁ ନମ୍ରତାର ସହିତ ସଠିକ୍ ଭାବେ ପାଳନ କରୁଛି । ରାଜ୍ୟର ସାଢେ ୪ କୋଟି ଜନସାଧାରଣ ହେଉଛନ୍ତି ଆମ ପରିବାର । ସେବା ଦ୍ୱାରା ଲୋକଙ୍କ ହୃଦୟକୁ ଜୟ କରିବା ହେଉଛି ଦଳର ପ୍ରାଥମିକତା ବୋଲି ବିଜେଡି ସୁପ୍ରିମୋ କହିଥିଲେ ।
ବର୍ଷ ସାରା ଆମେ ଲୋକଙ୍କ ପାଇଁ କାମ କରୁଛୁ ଏବଂ ବିଭିନ୍ନ ପ୍ରକାର ଯୋଜନା କାର୍ଯ୍ୟକାରୀ ହୋଇଛି । ଦଳ ଲୋକଙ୍କ ଆସ୍ଥା ବିଶ୍ୱାସ ପାଇପାରିଛି । ରାଜ୍ୟବାସୀଙ୍କ ତ୍ୟାଗ , ନିଷ୍ଠା ଓ ପରିଶ୍ରମ ଅକ୍ସିଜେନ୍ ପରି ଦଳକୁ ଶକ୍ତି ଯୋଗାଇଛି । ରାଜ୍ୟବାସୀଙ୍କ ତ୍ୟାଗ ଦଳକୁ ମଜଭୁତ୍ କରିଛି ।
ଏହି କାର୍ଯ୍ୟକ୍ରମରେ ସାଂସଦ ପ୍ରସନ୍ନ ଆଚାର୍ଯ୍ୟ କହିଥିଲେ ଯେ ଓଡିଶାକୁ ଭାରତର ପ୍ରଥମ ରାଜ୍ୟରେ ପରିଣତ କରିବାପାଇଁ ବିଜୁ ବାବୁଙ୍କର ସ୍ୱପ୍ନ ଓ ନବୀନ ବାବୁଙ୍କ ସଂକଳ୍ପକୁ ସାକାର କରିବାପାଇଁ ଓଡିଶାବାସୀ ବିଶେଷ କରି ଯୁବ ସମାଜକୁ ଆଗେଇ ଆସିବାକୁ ଆହ୍ୱାନ ଦେଇଥିଲେ । ବିଜେଡି କୌଣସି ଧର୍ମ ଭିତିକ ଦଳ ନୁହେଁ । ଏହି ଦଳ ସର୍ବ ଧର୍ମ କୁ ସମ୍ମାନ ଦେଉଛି ଏବଂ କାମ କରୁଛି ।୨୨ବର୍ଷ ମଧ୍ୟରେ ଏହିତ ଦଳ ଅନେକ ଆହ୍ୱାନର ସମ୍ମୁଖୀନ ହୋଇଛି । ଆଗକୁ ଆହୁରି କାମ କରିବାର ଅଛି । ବିଜେଡି ଏକ ଶୃଙ୍ଖଳିତ ଦଳ । ନବୀନ ବାବୁ ଜଣେ ଶୃଙ୍ଖଳିତ ନେତା ବୋଲି ପ୍ରଧାନମନ୍ତ୍ରୀ ମଧ୍ୟ ପ୍ରଶଂସା କରିଛି ।
ମନ୍ତ୍ରୀ ଅଶୋକ ପଣ୍ଡା କହିଥିଲେ ଯେ ନବୀନ ବାବୁଙ୍କ ପାଇଁ ଆମେ ଗର୍ବିତ । ସେ ଚାହାନ୍ତି ବହୁ ଲୋକଙ୍କର କଲ୍ୟାଣ ହେଉ । ସମସ୍ତେ ସୁଖରେ ରୁହନ୍ତୁ ଏହା ତାଙ୍କର ଇଚ୍ଛା । ଓଡିଶାର ବିକାଶ ପାଇଁ ନବୀନ ବାବୁଙ୍କ ହାତ ମୁଠାକୁ ଟାଣ କରିବାକୁ ପଡିବ ।
ପୂର୍ବତନ ମନ୍ତ୍ରୀ ଦେବୀ ପ୍ରସାଦ ମିଶ୍ର କହିଥିଲେ ଯେ ବିଜେଡି ଆଂଚଳିକ ଦଳ ହେଲେ ମଧ୍ୟ ବିରଳ କୃତୀତ୍ୱ ରହିଛି । ତାହା ହେଲା ମହିଳା , ଯୁବକ , ଖଟିଖିଆ , ମୂଲିଆଙ୍କ ପାଇଁ ଅଭିନବ ଯୋଜନା ପ୍ରଣୟନ କରିବା ଏବଂ ଅଶିକ୍ଷା , ଅସ୍ୱାସ୍ଥ୍ୟ ବିରୁଦ୍ଧରେ ସେଂଗ୍ରାମ ଜାରୀ ରଖିବା ।
ଏହି କାର୍ଯ୍ୟକ୍ରମରେ ଦଳର ସମସ୍ତ ବିଧାୟକ , କର୍ମକର୍ତା ପ୍ରମୁଖ ସାମିଲ ହୋଇଥିଲେ ।

Click to comment

Leave a Reply

Your email address will not be published. Required fields are marked *

More in ଓଡିଶା