
ବିଜୁ ମହିଳା ଜନତା ଦଳ ପୁନର୍ଗଠିତ
ପ୍ରମିଳାଙ୍କୁ ବିଜୁ ଜନତା ଦଳ ଉପ-ସଭାନେତ୍ରୀ, ମୀନତି ମହିଳା ବିଜେଡି ନୂଆ ସଭାନେତ୍ରୀ
ଶ୍ରୀମତୀ ଲୋପାମୁଦ୍ରା, ସୁଲୋଚନା ଓ ଗୀତାଞ୍ଜଳି ନୂଆ କାର୍ଯ୍ୟକାରୀ ସଭାନେତ୍ରୀ
ଭୁବନେଶ୍ୱର :- ଆଜି ବିଜୁ ଜନତା ଦଳ ରାଜ୍ୟ ସଭାପତି ତଥା ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ତୃଣମୂଳ ସ୍ତରରେ ମହିଳା ସଂଗଠନକୁ ସୁଦୃଢ଼ ଓ ଅଧିକ କ୍ରିୟାଶୀଳ କରିବା ପାଇଁ ବିଜୁ ମହିଳା ଜନତା ଦଳକୁ ପୁନର୍ଗଠନ କରି ନୂତନ କର୍ମକର୍ତାଙ୍କୁ ନିଯୁକ୍ତି ଦେଇଛନ୍ତି ।
ବିଜୁ ମହିଳା ଜନତା ଦଳର ପୂର୍ବତନ ସଭାନେତ୍ରୀ ତଥା ବିଧାୟିକା ଶ୍ରୀମତୀ ପ୍ରମିଳା ମଲିକଙ୍କୁ ବିଜୁ ଜନତା ଦଳର ଉପ-ସଭାପତି ଏବଂ ବିଜୁ ମହିଳା ଜନତା ଦଳର ଉପଦେଷ୍ଟା ଭାବେ ନିଯୁକ୍ତି ଦେଇଥିବା ବେଳେ ବିଜୁ ମହିଳା ଜନତା ଦଳର ନୂତନ ସଭାନେତ୍ରୀ ଭାବେ ଡ. ମୀନତି ବେହେରାଙ୍କୁ ନିଯୁକ୍ତ କରିଛନ୍ତି । ସେହିପରି ବିଜୁ ମହିଳା ଜନତା ଦଳର ଅନ୍ୟତମ ସହ-ଉପଦେଷ୍ଟା ଭାବେ ଶ୍ରୀମତୀ ଜ୍ୟୋତି ପାଣିଗ୍ରାହୀ ଏବଂ ଶ୍ରୀମତୀ କସ୍ତୁରୀ ମହାପାତ୍ରଙ୍କୁ ମନୋନୀତ କରାଯାଇଛି । ବିଜୁ ମହିଳା ଜନତା ଦଳର କାର୍ଯ୍ୟକାରୀ ସଭାନେତ୍ରୀ ଭାବେ ଶ୍ରୀମତୀ ଶ୍ରୀମୟୀ ସ୍ୱେତା ସ୍ନିଗ୍ଧା ମିଶ୍ର, ଶ୍ରୀମତୀ ଲୋପାମୁଦ୍ରା ବକ୍ସିପାତ୍ର, ଶ୍ରୀମତୀ ସୁଲୋଚନା ଦାସ, ଶ୍ରୀମତୀ ଗୀତାଞ୍ଜଳି ବସ୍ତିଆଙ୍କୁ ନିଯୁକ୍ତ କରାଯାଇଥିôବା ବେଳେ ସାଧାରଣ ସଂପାଦିକା ଭାବେ ଶ୍ରୀମତୀ ସୁଲତା ଦେଓ ଏବଂ ସଂପାଦିକା ଭାବେ ଶ୍ରୀମତୀ ଏଲିନା ଦାସଙ୍କୁ ବିଜୁ ଜନତା ଦଳ ରାଜ୍ୟ ସଭାପତି ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ନିଯୁକ୍ତି ଦେଇଥିବା ବିଜୁ ଜନତା ଦଳ ଉପ-ସଭାପତି ଶ୍ରୀ ଦେବୀ ପ୍ରସାଦ ମିଶ୍ର ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି । ଅନ୍ୟପକ୍ଷରେ ବିଜୁ ମହିଳା ଜନତା ଦଳର ପୂର୍ବ ଘୋଷିତ ରାଜ୍ୟ କମିଟି ଏବଂ ଜିଲ୍ଲା କମିଟି ବଳବତର ରହିଛି ।
