
ବାୟୁସେନାକୁ ସାଲ୍ୟୁଟ୍ ଜଣାଇଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର, ୨୬ ଫେବୃଆରୀ – ଭାରତୀୟ ବାୟୁ ସେନା ପକ୍ଷରୁ ଗତକାଲି ମଧ୍ୟରାତ୍ରରେ ପାକିସ୍ଥାନର ବାଲାକୋଟ୍ ଠାରେ ଆତଙ୍କବାଦୀ ସଂଗଠନ ଜୈସ-ଇ-ମହମ୍ମଦର ପ୍ରଶିକ୍ଷଣ ଶିବିରକୁ ଧ୍ୱଂଶ କରାଯାଇଛି । ବାୟୁ ସେନାର ଏପରି ସାହସିକତା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବାୟୁସେନାକୁ ସାଲ୍ୟୁଟ୍ ଦେଇଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ନିଜ ଟୁଇଟ କରିଛନ୍ତି “ଆମ ରାଷ୍ଟ୍ରର ସୁରକ୍ଷା ଲାଗି ଆତଙ୍କବାଦୀଙ୍କ ଶିବିର ଉପରେ ଆକ୍ରମଣ କରିଥିବାରୁ ଭାରତୀୟ ବାୟୁସେନାକୁ ସାଲ୍ୟୁଟ୍’ ।
ସୂଚନାଯୋଗ୍ୟ ଯେ ଗତ ୧୪ ତାରିଖରେ ଜାମ୍ମୁ ଓ କାଶ୍ମୀରର ପୁଲୱାମା ଠାରେ ଆତଙ୍କୀ ବିସ୍ଫୋରଣରେ ବହୁ ଭାରତୀୟ ଯବାନ୍ ସହୀଦ ହୋଇଥିଲେ ।
