Connect with us

ଦେଶ

ବାରଣାସୀରେ ୫୫୭ କୋଟି ଟଙ୍କା ପ୍ରକଳ୍ପର ଶିଳାନ୍ୟାସ କଲେ ପ୍ରଧାନମନ୍ତ୍ରୀ l

ବାରଣାସୀରେ ୫୫୭ କୋଟି ଟଙ୍କା ପ୍ରକଳ୍ପର ଶିଳାନ୍ୟାସ କଲେ ପ୍ରଧାନମନ୍ତ୍ରୀ l

ବାରଣାସୀରେ ୫୫୭ କୋଟି ଟଙ୍କା ପ୍ରକଳ୍ପର ଶିଳାନ୍ୟାସ ଓ ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ
ବାରଣାସୀ,୧୮ା୯ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ବାରଣାସୀଠାରେ ୫୫୭ କୋଟି ୩୯ଲକ୍ଷ ଟଙ୍କାରେ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ ଓ ଶୁଭାରମ୍ଭ କରିଛନ୍ତି । ପ୍ରଧାନମନ୍ତ୍ରୀ ପୁରୁଣା କାଶୀଠାରେ ଏକ ସମନ୍ୱିତ ବିଦ୍ୟୁତ୍ ବିକାଶ ଯୋଜନା ଓ ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟଠାରେ ଅଟଳ ନବୋନ୍ମେଷ କେନ୍ଦ୍ର ଉଦଘାଟନ କରିଛନ୍ତି ।

ଏହି ଅବସରରେ ସାଧାରଣ ଜନତାଙ୍କୁ ଉଦବୋଧନ ଦେଇ ଶ୍ରୀ ମୋଦି କହିଛନ୍ତି ଯେ, ବାରାଣାସୀକୁ ପୂର୍ବ ଭାରତର ଏକ ମୁଖ୍ୟ ବାଣିଜ୍ୟ କେନ୍ଦ୍ର ଭାବେ ଗଢ଼ି ତୋଳିବା ଲାଗି ସରକାର ଯଥାସମ୍ଭବ ଉଦ୍ୟମ କରିଛନ୍ତି । ବାରଣାସୀ ସହରର ରିଙ୍ଗରୋଡ କଡରେ ନୂଆ ସଡକମାନ ନିର୍ମାଣ କରାଯାଉଛି ଓ ଚାରିବର୍ଷ ପରେ ଏହାର ସୁଫଳ ଦେଖିବାକୁ ମିଳିବ ବୋଲି ଶ୍ରୀ ମୋଦି କହିଛନ୍ତି । ସହରକୁ ଅନ୍ୟାନ୍ୟ ରାଜ୍ୟ ସହ ବିଭିନ୍ନ ସଡକ ମାଧ୍ୟମରେ ସଂଯୋଗ କରାଯାଉଛି ।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଗତ ୪ ବର୍ଷ ଭିତରେ ସଂଯୋଗ ମଧ୍ୟ ବହୁଗୁଣ ବୃଦ୍ଧି ପାଇଛି । ସହରର ସୌନ୍ଦର୍ଯ୍ୟ ବୃଦ୍ଦି କରାଯାଇଛି ଓ ଘାଟ ଗୁଡିକୁ ପରିଷ୍କାର ପରିଚ୍ଛନ୍ନ କରାଯିବା ସହ ଆକର୍ଷଣୀୟ କରାଯାଇପାରିଛି । ଆସନ୍ତା ବର୍ଷ ପ୍ରବାସୀ ଭାରତୀୟ ଦିବସ ଆୟୋଜନ କରାଯାଉଥିବାରୁ ବାରାଣାସୀ ଉପରେ ସମସ୍ତଙ୍କର ନଜର ରହିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

Click to comment

Leave a Reply

Your email address will not be published. Required fields are marked *

More in ଦେଶ